ଢେଙ୍କାନାଳ // ହିନ୍ଦୋଳ ଉପଖଣ୍ଡ ଜନସାଧାରଣଙ୍କ ଦୀର୍ଘଦିନର ଦାବୀଥିଲା ଏକ କେନ୍ଦ୍ରୀୟବିଦ୍ୟାଳୟ ସ୍ଥାପନ ଓ ଗତ ନିର୍ବାଚନରେ ମଧ୍ୟ ବିଜେପିର ଇସ୍ତାହାରରେ ମୁଖ୍ୟପ୍ରତିଶୃତି ଥିଲା। ତେବେ କେନ୍ଦ୍ରୀୟବିଦ୍ୟାଳୟ ମଞ୍ଜୁରୀ ହେବା ପୂର୍ବରୁ ଚଞ୍ଚକତା କରି ସଦରମହକୁମା ପରିବର୍ତ୍ତେ ଅନ୍ୟତ୍ର ନିର୍ମାଣପାଇଁ ଷଢଯନ୍ତ୍ର କରି ସମସ୍ତ ପ୍ରସ୍ତୁତି ହୋଇଥିବା ଖବରପାଇ ହିନ୍ଦୋଳ ବିଜେପିରେ ଦେଖାଦେଇଛି ଘୋର ଅସନ୍ତୋଷ ଓ ଦଳରେ ବିଦ୍ରୋହର ସ୍ୱର ଶୁଭିଛି।

Spread the love

ଦାବିପରେ ଉପଜିଲ୍ଲାପାଳଙ୍କ ଅସ୍ଥାୟୀ କେଭି ଶ୍ରେଣୀଗୃହ ଅନୁଧ୍ୟାନ
=(କେନ୍ଦ୍ରୀୟ ବିଦ୍ୟାଳୟପାଇଁ ଅଧ୍ୟକ୍ଷ,ଉପାଧ୍ୟାକ୍ଷ, କାଉନସିଲରଙ୍କ ସମର୍ଥନ)=


ହିନ୍ଦୋଳ-ତା -୧୯/୦୬/୨୦୨୫-(ଦର୍ଶନ ସମୀକ୍ଷା )=ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜନସାଧାରଣଙ୍କ ଦୀର୍ଘଦିନର ଦାବୀଥିଲା ଏକ କେନ୍ଦ୍ରୀୟବିଦ୍ୟାଳୟ ସ୍ଥାପନ ଓ ଗତ ନିର୍ବାଚନରେ ମଧ୍ୟ ବିଜେପିର ଇସ୍ତାହାରରେ ମୁଖ୍ୟପ୍ରତିଶୃତି ଥିଲା। ତେବେ କେନ୍ଦ୍ରୀୟବିଦ୍ୟାଳୟ ମଞ୍ଜୁରୀ ହେବା ପୂର୍ବରୁ ଚଞ୍ଚକତା କରି ସଦରମହକୁମା ପରିବର୍ତ୍ତେ ଅନ୍ୟତ୍ର ନିର୍ମାଣପାଇଁ ଷଢଯନ୍ତ୍ର କରି ସମସ୍ତ ପ୍ରସ୍ତୁତି ହୋଇଥିବା ଖବରପାଇ ହିନ୍ଦୋଳ ବିଜେପିରେ ଦେଖାଦେଇଛି ଘୋର ଅସନ୍ତୋଷ ଓ ଦଳରେ ବିଦ୍ରୋହର ସ୍ୱର ଶୁଭିଛି। ବିରୋଧକୁ ବିଜେଡ଼ି ମଧ୍ୟ ସମର୍ଥନ ଦେଇ ସମସ୍ତ ଅନୁସଙ୍ଗିକ ସୁବିଧାସୁଯୋଗ,ଗମନାଗମନ,ସମସ୍ତ ବିଭାଗୀୟ କାର୍ଯ୍ୟାଳୟଥିବା ସହ ସହରାଞ୍ଚଳ ହୋଇଥିବା ହିନ୍ଦୋଳ ସଦରମହକୁମାରେ ବିଦ୍ୟାଳୟ ନିର୍ମାଣପାଇଁ କରିଛି ଦାବି ଓ ଏହିଦାବିକୁ ହିନ୍ଦୋଳ ଏନଏସି ଅଧ୍ୟକ୍ଷ,ଉପାଧ୍ୟାକ୍ଷା ଓ ବିଜେଡ଼ି,ବିଜେପିର ସମସ୍ତ ୧୬ଜଣ କାଉନସିଲର, ସମସ୍ତ ସାମାଜିକ ଅନୁଷ୍ଠାନ ମଧ୍ୟ ସମର୍ଥନ କରିବାସହ ଆଗାମୀଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ। ତେବେ ଗତକାଲି ଜନସାଧାରଣଙ୍କ ଜୋରଦାର ଦାବିକରି ଉପଜିଲ୍ଲାପାଳଙ୍କୁ ଭେଟିବାପରେ ଆଜି ବିଦ୍ୟାଳୟ ଆରମ୍ଭପାଇଁ ପ୍ରସ୍ତାବିତ ହିନ୍ଦୋଳ ବାଳିକା ଉଚ୍ଚବିଦ୍ୟାଳୟର ଅବସ୍ଥିତି ପରିସ୍ଥିତି ଭିତ୍ତିଭୂମି ଦେଖିଥିଲେ ଉପଜିଲ୍ଲାପାଳ ପ୍ରଭାସ ବେଉରା।ଏସଂକ୍ରାନ୍ତରେ ମଧ୍ୟ ହିନ୍ଦୋଳ ବିଧାୟିକାଙ୍କୁ ହିନ୍ଦୋଳର ଅଜୟ କୁମାର ଦାସ, କୁବେର କୁମାର ବେହେରା, ସୁଜିତ୍ କୁମାର ବେହେରା,ଅଭିରାମ ନାଏକ, ଶଙ୍କର ପଟ୍ଟନାୟକ, ଅବନୀ ବେହେରା ପ୍ରମୁଖଭେଟି ଆଲୋଚନା କରିଥିଲେ ଏବଂ ବିଧାୟିକା ସଦମହକୁମାରେ ବିଦ୍ୟାଳୟ ପାଇଁ ପ୍ରତିଶୃତି ଦେଇଥିଲେ।ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅଞ୍ଚଳର ଅଜୟ ଦାସ, ଶେଷଦେବ ସାହୁ,ଗୋବିନ୍ଦ ବେହେରା, ଅମୁଲ୍ୟ ପ୍ରଧାନ, ଶରତ ଭୂତିଆ, ତୃପ୍ତିମୟୀ ବେହେରା,ଦୀପକ ରଞ୍ଜନ ବିଶ୍ୱାଳ,ପ୍ରମୋଦଶଙ୍କର ବେହେରା,ପ୍ରଦ୍ୟୁମ୍ନ ବେହେରା, ସନ୍ତୋଷ ବେହେରା,ବିଜୟବେହେରା,ରୁଦ୍ରନାରାୟଣ ଦାସ,ସୁମନ ଦାସ,ସୁବାସ ପାଳ, ଗୌତମ ମୁଦୁଲି, ବାପି ଦାସ,ପ୍ରମୁଖ ବହୁବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ସଦରମହକୁମାରେ କେନ୍ଦ୍ରୀୟବିଦ୍ୟାଳୟ ପ୍ରତିଷ୍ଠା ନହେଲେ ଆଗାମୀଦିନରେ ହିନ୍ଦୋଳ ବନ୍ଦ କରାଯିବା ସହ ଷଢଯନ୍ତ୍ରକାରି ନେତା ବ୍ୟକ୍ତିବିଶେଷଙ୍କୁ ହିନ୍ଦୋଳରେ ଦୃଢ଼ ବିରୋଧ କରାଯିବ ବୋଲି ଦଳମତ ନିର୍ବିଶେଷରେ କୁହାଯାଇଛି।

Leave a Reply

Your email address will not be published. Required fields are marked *