ଢେଙ୍କାନାଳ //ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଯୋରନ୍ଦା ଶାଖା ଅନୁକୂଲ୍ୟରେ କାଲୁରିଆ ଗ୍ରାମପଂଚାୟତରେ ଜନସୁରକ୍ଷା ଯୋଜନା ସଚେତନତା ଅଭିଯାନ ଅନୁଷ୍ଠିତ ହେଇଯାଇଅଛି । ମୁଖ୍ୟ ଅତିଥି ଭାବେ ଅନୁଗୁଳ ଆଂଚଳିକ ପ୍ରବନ୍ଧକ ମାନସ ରଞ୍ଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଯୋରନ୍ଦା ଶାଖା ମୁଖ୍ୟ ପରିଚାଳକ ବି.ଆର୍. କୁମାର ଯୋଗ ଦେଇଥିଲେ

Spread the love

ଏସ୍ବିଆଇ ପକ୍ଷରୁ ଜନସୁରକ୍ଷା ଯୋଜନା ସଚେତନତା ଅଭିଯାନ
ଢେଙ୍କାନାଳ,୨୬ା୮: =(ଦର୍ଶନ ସମୀକ୍ଷା) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଯୋରନ୍ଦା ଶାଖା ଅନୁକୂଲ୍ୟରେ କାଲୁରିଆ ଗ୍ରାମପଂଚାୟତରେ ଜନସୁରକ୍ଷା ଯୋଜନା ସଚେତନତା ଅଭିଯାନ ଅନୁଷ୍ଠିତ ହେଇଯାଇଅଛି । ମୁଖ୍ୟ ଅତିଥି ଭାବେ ଅନୁଗୁଳ ଆଂଚଳିକ ପ୍ରବନ୍ଧକ ମାନସ ରଞ୍ଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଯୋରନ୍ଦା ଶାଖା ମୁଖ୍ୟ ପରିଚାଳକ ବି.ଆର୍. କୁମାର, ଏଫ୍.ଆଇ. ପରିଚାଳକ ବେଣୁଧର ବେହେରା, ଏଫ୍.ଆଇ. ଆସିଷ୍ଟାଂଟ୍ ନିର୍ମଳ ଚନ୍ଦ୍ର ମିଶ୍ର, ସ୍ଥାନୀୟ ସରପଂଚ ବିଶ୍ୱକର୍ମା ମହାଳିକ, ଏସ୍ବିଆଇ ଜିଲ୍ଲା ସଂଯୋଜକ ବିମଳ କୁମାର ପଣ୍ଡା ଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାହକମାନେ କିପରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖାତା ଖୋଲିବା, ସାମାଜିକ ସୁରକ୍ଷା ଯୋଜନା ଯଥା- ପ୍ରଧାନମନ୍ତ୍ରୀ ସୁରକ୍ଷ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନ୍ସନ୍ ଯୋଜନା ଏବଂ ନିସ୍କ୍ରିୟ ହୋଇଥିବା ଖାତାର ପୁନଃ ପ୍ରଚଳନ, ଡିଜିଟାଲ୍ ଧୋକାବାଜି ଓ ସାଇବର୍ ଠକେଇର ସୁରକ୍ଷା ସଂପର୍କରେ ଅତିଥିମାନେ ଆଲୋଚନା କରି ଗ୍ରାହକମାନଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଗ୍ରହକ ସୁରେଶ ଚନ୍ଦ୍ର ପୃଷ୍ଟି ଓ ମାୟାଧର ପୁହାଣଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୨ଲକ୍ଷ ଟଙ୍କା ଲେଖାଏଁ ବୀମାରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନରେ ଥିବା ୧୨ଟି ଗ୍ରାହକ ସେବାକେନ୍ଦ୍ରର ସତ୍ୱାଧିକାରୀମାନେ ଉପସ୍ଥିତ ଥିବାବେଳେ ଅଂଚଳର ଶତାଧିକ ପୁରୁଷ, ଏସ୍.ଏଚ୍.ଜି. ମହିଳା, ବିଦ୍ୟାଳୟର ଶିକ୍ଷକବୃନ୍ଦ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ସ୍ଥାନୀୟ ସରପଂଚ ଶ୍ରୀ ମହାଳିକ କହିଥିଲେ ଯେ, ପୂର୍ବରୁ ଲୋକମାନେ ବ୍ୟାଙ୍କକୁ ଯାଇ ସେବାଗୁଡିକ ବିଷୟରେ ଅବଗତ ହେଉଥିଲେ, କିନ୍ତୁ ବର୍ତମାନେ ବ୍ୟାଙ୍କ ପକ୍ଷରୁ ଘରେ ଘରେ ସଚେତନତା କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ଜଣାଇବାରେ ସାହାଯ୍ୟ କରୁଥିବାରୁ ବ୍ୟାଙ୍କର ସମସ୍ତ ଉଚ୍ଚ କର୍ତୃପକ୍ଷ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *