ଢେଙ୍କାନାଳ //ବଜ୍ରପାତରୁ ଧନଜୀବନ ରକ୍ଷା କରିବା ପାଈଁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚ଼େତନତା ରଥର ଶୁଭାରମ୍ଭ ହୋଇଛି

Spread the love

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଢ଼େଙ୍କାନାଳ, ତI. ୮.୯.୨୦୨୫-= (ଦର୍ଶନସମୀକ୍ଷା) ବଜ୍ରପାତରୁ ଧନଜୀବନ ରକ୍ଷା କରିବା ପାଈଁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚ଼େତନତା ରଥର ଶୁଭାରମ୍ଭ ହୋଇଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲା ସାରା ବୁଲି ଜନସାଧାରଣଙ୍କୁ ବଜ୍ରପାତ ପ୍ରତି କିଭଳି ସାବଧାନତା ଅବଲମ୍ବନ କରିବେ ଓ ବଜ୍ରପାତ ସମୟରେ କଣ କରିବେ ଓ କଣ କରିବେ ନାହିଁ ସେ ସମ୍ପର୍କରେ ସଚେତନ କରିବ ।

Leave a Reply

Your email address will not be published. Required fields are marked *