ହିନ୍ଦୋଳରେ ଶାନ୍ତିଶୃଙ୍ଖଳାରେ ବାହୁଡା଼ଯାତ୍ରା ସମ୍ପର୍ଣ୍ଣ
ଖଜୁରିଆକଟା -(ଦର୍ଶନ ସମୀକ୍ଷା) ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଶ୍ରୀଜୀଉ ମାନଙ୍କ ବାହୁଡା଼ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି। ଭୋର ୪. ୩୦ରେ ପହଡ ଭାଙ୍ଗିବାପରେ ଠାକୁରଙ୍କ ସମସ୍ତ ନୀତିଜ୍ଞାତି ସମ୍ପର୍ଣ୍ଣ ହେବାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ପରେ ରଥପୂଜା ହୋଇଥିଲା ଏବଂ ଶ୍ରୀଜୀଉମାନଙ୍କୁ ପହଣ୍ଡିକରି ଦିବା ୧୧ଘ ରେ ରଥାରୁଡ଼ କରାଯାଇଥିଲା। ଅପରାହ୍ନ ୩. ୩୦ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଭୁ ଜଗନ୍ନାଥଙ୍କ ଆଶ୍ରିବାଦରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ୨ୟରେ ଦେବି ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ସର୍ବଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପୋଡ଼ପିଠା ଖାଇବାକୁ ମାଉସୀ ଘରେ ପହଂଚି ଥିଲେ।ଆସନ୍ତାକାଲି ପବିତ୍ର ସୁନାବେଶ ଅନୁଷ୍ଠିତ ହେବାସହ ତତ୍ପରେ ନୀଳାଦ୍ରି ବିଜେ ହେବେବୋଲି ପ୍ରଶାସନ ପକ୍ଷରୁ ଜଣାପଡିଛି। ଆଜି ବାହୁଡା଼ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସମ୍ପର୍ଣ୍ଣ ହୋଇଥିବା ବେଳେ ଉପଜିଲ୍ଲାପାଳ ପ୍ରଭାସ ବେଉରା, ତହସିଲଦାର ଦିଲୀପ ସେଠି, ଏସଡିପିଓ ସତ୍ୟ କୁମାର ନନ୍ଦ, ସୂଚନାପ୍ରସାରଣ ଅଧିକାରୀ ବିଶ୍ୱଜିତ ରାଉତ ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ।
Leave a Reply