‘୧୦୦ ବର୍ଷ ହେଲା ରହିଥିବା ଏକ ଢଗ ଅନୁସାରେ ଏକ ପ୍ରଥା ଚାଲିଛି- ଆଇଲେ ଅମିନ ଚାଚା, କର ଚରଚା, ଦିଅ ଖରଚା, ନିଅ ପରଚା’…ଘରଟିଏ ନିଜେ ତୋଳିବା ବହୁତ କଷ୍ଟ। କଥାରେ କୁହାଯାଏ- କାହା ସାଙ୍ଗରେ ଶତ୍ରୁତା ଥିଲେ ତାକୁ ଘର ତୋଳିବାକୁ ପରାମର୍ଶ ଦେବ।
ବହୁ ଉଦ୍ୟମ ପରେ ମୁଁ ଇଷ୍ଟେଟରୁ ଭୁବନେଶ୍ୱର IRC ଅଞ୍ଚଳରେ ପ୍ଲଟଟିଏ ପାଇଲି। ୧୯୮୪ରେ ମୁଁ ନିଜ ପାଇଁ ଘର ତିଆରି କରିବା ପାଇଁ ଯେଭଳି ସମସ୍ତଙ୍କ ପାଖରେ ଅନୁନୟ ବିନୟ ହୋଇଛି ସେ ଉପରେ ଏକ ଉପନ୍ୟାସ (ଦିଗନ୍ତର ପଥେ) ଲେଖିଛି। ଘର ତିଆରି ବେଳେ ଅନେକ ଲୋକ ବିଭିନ୍ନ ବାହାନାରେ ହିସାବ ବାହାରେ ବଟି ମାଗନ୍ତି- ଆଉ ଯାହାର ଭାଗ୍ୟ ଖରାପ ଥିବ, ଘର ତିଆରି ସରିଲା ପରେ ଇନକମ ଟ୍ୟାକ୍ସଵାଲା ଆସି ଘର ଖର୍ଚ୍ଚ ଆକଳନ କରନ୍ତି।
…ଅନେକ IAS/IPS ଫାର୍ମ ହାଉସ ନାଁରେ ଏକର ଏକର ଜମି କିଣିଛନ୍ତି। ଚାରବାଟିଆ ପାଖରେ ଦୁଇ IPS (ଜଣଙ୍କର ୬୦ ଏକର, ଜଣକର ୩୦ ଏକର ଜମି ଅଛି)। ମୋତେ ଅନେକ ସହକର୍ମୀ କହିଛନ୍ତି ଜମି ଖଣ୍ଡେ ପକାଇ ଦିଅ- ପରେ ସୁନା ଫଳିବ। କିନ୍ତୁ ମୋର ଉତ୍ତର ଥିଲା- ଶେଷରେ ଆମେ ଗୋଟିଏ ଘରେ ରହିବୁ। ପିଲା ଅଯୋଗ୍ୟ ନହେଲେ ଖୁସିରେ ପେନସନରେ ଚଳିଯିବୁ। ଅତି ସମ୍ପଦ ବାବୁ ମହା ବିଷମ।’- ବିପିନ ବିହାରୀ ମିଶ୍ର, ପୂର୍ବତନ ଡିଜିପି (ଆତ୍ମଜୀବନୀ: ଜୀବନର ରଫଖାତା, ୨୦୧୭)
Leave a Reply