Spread the love

ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ସିବିଆଇ ଚଢାଉ

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ତାଙ୍କ ଘର ସମେତ ୩୦ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳୁ ଦିଲ୍ଲୀସ୍ଥିତ ମଲିକଙ୍କ ବାସଭବନରୁ ଚଢାଉ ଆରମ୍ଭ ହୋଇଛି।

କିରୁ ହାଇଡ୍ରୋ ଇଲେକ୍ଟ୍ରିସିଟି ପାୱାର ପ୍ରକଳ୍ପ ଦୁର୍ନୀତି ଘଟଣାରେ ସିବିଆଇ ଏପରି ପଦକ୍ଷେପ ନେଇଛି। ନିଜେ ସତ୍ୟପାଳ ମଲିକ ଏହି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ପ୍ରକଳ୍ପର ଲାଇସେନ୍ସ ବାତିଲ କରିଥିଲେ। ହେଲେ ଏବେ ସିବିଆଇ ତାଙ୍କ ଘରେ ଚଢାଉ କରିଛି। ଏହାପୂର୍ବରୁ ବୀମା ସ୍କାମରେ ମଲିକଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବୀମା ସ୍କାମ ମାମଲାରେ ସତ୍ୟପାଲ ମଲିକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ସିବିଆଇ ଚଢାଉ ମଧ୍ୟ କରିଥିଲା।

ସୂଚନାଯୋଗ୍ୟ ୨୦୧୯ରେ କିରୁ ହାଇଡ୍ରୋ ଇଲେକ୍ଟ୍ରିସିଟି ପାୱାର ପ୍ରକଳ୍ପ ପାଇଁ ୨,୨୦୦ କୋଟି ଟଙ୍କା ମୂଲ୍ୟର ସିଭିଲ୍ ୱାର୍କ ଚୁକ୍ତିନାମା ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସତ୍ୟପାଲ ମଲିକ ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ଏହି ପ୍ରକଳ୍ପ ସହ ଜଡିତ ଦୁଇଟି ଫାଇଲ କ୍ଳିୟର କରିବାକୁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିବା ସେ ସେହିସମୟରେ ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *

You Missed