ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା କୃତୀ ଛାତ୍ରୀ ସମ୍ୱର୍ଦ୍ଧିତ*
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ମଧ୍ୟପ୍ରଦେଶ ର ସୁଜଲପୁର ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ କନିଷ୍ଠ ବର୍ଗ ସ୍କୁଲ୍ ହ୍ୟାଣ୍ଡ୍ ବଲ୍ ଚମ୍ପିୟାନସିପ୍ ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଓ ଜାତୀୟ ସ୍ତରୀୟ ମ୍ୟାଗାଜିନ୍ରେ ସ୍ଥାନ ପାଇଥିବା ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ସ୍ଥିତ, କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ବିଭୂତି ମୁଣ୍ଡାଗୁଡିଆଙ୍କୁ ଆଜି ସେହି ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଶ୍ରୀ ଚିତ୍ତ ରଂଜନ ପାଣିଗ୍ରାହୀ ଫୁଲତୋଡା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଓ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି ।
କୁମାରୀ ବିଭୂତି ମୁଣ୍ଡାଗୁଡିଆ ଏକ ନିମ୍ନ ମଧ୍ୟବିତ୍ତ ଆଦିବାସୀ ପରିବାରରୁ ଆସି କ୍ରୀଡାପ୍ରତି ଆଗ୍ରହ ରଖି ହକି ଓ ହ୍ୟାଣ୍ଡ୍ ବଲ୍ ରେ ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଅର୍ଜନ କରିଛନ୍ତି । କୁମାରୀ ମୁଣ୍ଡାଗୁଡିଆ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡାସ୍ଥିତ ସ୍ୱାମୀ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତିଙ୍କ ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶର ସୁଜଲପୁର କୁ ଯାଇଥିବା ବେଳେ , ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ସନାତନ ପ୍ରଧାନଙ୍କ ଠାରୁ ତାଲିମ ନେଇ ଅଭ୍ୟାସ କରୁଥିଲେ ।
ତେଣୁ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଆଜି ଜିଲ୍ଲା ଶିକ୍ଷାଧିକାରୀ ସମ୍ମାନିତ କରିଥିଲେ । ଏହି ଅବସରରେ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ଆଦିବାସୀ ଶିକ୍ଷା ତଥା ଶୈକ୍ଷିକ ସଂଯୋଜକ ଶ୍ରୀ ଶେଷଶଙ୍କର ମହାଳିକ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ପାଟଲା, ଶିକ୍ଷକ ଶିକ୍ଷୟିତ୍ରୀ,ୱାର୍ଡେନ୍, ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଶିବ ମାଡକାମୀ ଉପସ୍ଥିତ ଥିଲେ ।
Leave a Reply