Spread the love

ଜଣେ ସିକ୍ରେଟ ଏଜେଣ୍ଟ ହେବା ଏତେ ସହଜ ନୁହେଁ. ସବୁବେଳେ ବିପଦ ଭାବି ବି ଏହି ପେସା କୁ ସାରାପୃଥିବୀରେ ବହୁତ ସାହସୀ ଯୁବକ ଦେଶ ସେବକ ଭାବେ ଆଗେଇ ଆସୁଥିବାର ଦେଖାଯାଏ. କହିବାକୁ ଗଲେ ଏ ପଦବିଟି କୌଣସି ଦେଶର ମୁଖ୍ୟ ସେନା ବାହିନୀ ର ଏକ ଶୋତନ୍ତ୍ର ବିଭାଗ ଅଧୀନରେ ରହୁଛି.. ଆଜି ଯୋଉ ଜାସୁସ ର କଥା ଟି ହେଉଛି ସିରିଆ ଦେଶରେ ଘଟିଥିଲା. ଜାସୁସ ହେଉଛନ୍ତି (ଏଲିକୋହୀନ) ଜଣେ ଯୁବକ ବୟସ 20 ମା ସିରିଆ ର ବାପା ଏସ୍ରାଏଲ ର ଏସ୍ରାଏଲ ଏକ ମାତ୍ର ଇହୁଦି ଦେଶ ତା ଚାରିପଟେ ସବୁ ମୁସଲିମ ଦେଶ. ସିରିଆ ହେଉଛି ପଡୋଶୀ ଦେଶ. ଏସ୍ରାଏଲ 1948 ରେ ଅଲଗା ହେଇ ସ୍ୱାଧୀନ ହେଲା ଏଲି ଯେତେବେଳେ ଏସ୍ରାଏଲ ରେ ପାଠ ପଢୁଥିଲେ ତାଙ୍କ ମନ ସେନା ବାହିନୀ ରେ ଚାକିରୀ ଆଶା ଦେଖି ତାଙ୍କ ବାପା ଏସ୍ରାଏଲ ର ଏକ ଜାସୁସି କୋର୍ସ କଲେଜ ରେ ପଢ଼େଇଲେ. ଏଲି ଙ୍କ ବିଚକ୍ଷଣ ଦିମାଗ ଦେଖି ଜାସୁସି ପରୀକ୍ଷାରେ ପାସ କରି ଏସ୍ରାଏଲ ସରକାରଙ୍କ ଜାସୁସି ବିଭାଗ (ମୋଷଦ) ରେ ଟ୍ରେନିଙ୍ଗ ନେଲେ, ମୋଷଦ ହେଉଛି ସାରା ବିଶ୍ୱରେ ଏକ ପ୍ରସିଦ୍ଧ ସଂସ୍ଥା, ଯାହା ଆଜିବି ଏସ୍ରାଏଲ କୁ ଶ୍ରେଷ୍ଠ ଜାସୁସି ଦେଶର ମାନ୍ୟତା ଦେଉଛି, ଟ୍ରେନିଂ ପରେ ଗୁପ୍ତ ମିଟିଙ୍ଗ ଚାଲେ ଏଲି ପଡୋଶୀ ଦେଶ ସିରିଆ ଯିବେ ସେଠି ରହି ଗୁପ୍ତ ଖବର ଦେବେ. ସେଥିପାଇଁ ଏକ ଯୋଜନା ତିଆରି ହେଲା ତାଙ୍କୁ ଆରଜେଣ୍ଟିନା ପଠାଗଲା ଏକ ବେପାରୀ ହିସାବରେ 1961 ରେ ଏଲି ସେଠାରେ କାଠ ଫର୍ନିଚର କମ୍ପାନୀ ଆରମ୍ବ କଲେ, ଧୀରେ ଧୀରେ ଏକ ବର୍ଷ ରେ ବଡ଼ ବ୍ୟବସାୟୀ ହେଲେ ଅନ୍ୟ ଦେଶ ବି ସପ୍ଲାଇ ହେଲା ବାରମ୍ବାର ସିରିଆ କୁ ଆସୁଥିବାରୁ ଏଲି ସିରିଆରେ ଏକ ବଡ଼ କମ୍ପାନୀ କଲେ ତା ସହିତ କପଡା ବ୍ୟବସାୟୀ ଚଳେଇଲେ ସମସ୍ତେ ଜାଣିଥିଲେ ତାଙ୍କ ମା ସିରିଆର ତେଣୁ ଧୀରେ ଧୀରେ ସେଠାକାର ବଡ଼ ବଡ଼ ସରକାରୀ ଅଧିକାରୀ ଓ ସେନା ବାହିନୀର ବଡ଼ ଅଫିସର ଙ୍କ ସମ୍ପର୍କ ତିଆରି ହେଲା, ଏଲି ରୁ ସେଠାରେ ତାଙ୍କ ନୂଆ ନାମ କମାଲ ଆମେନ ରଖିଲେ ସେତେବେଳେ ସିରିଆ ର ପ୍ରେସିଡେଣ୍ଟ ଅଲ ହାଫିସ ଙ୍କ ସାଙ୍ଗରେ ଘନିଷ୍ଠତା ବଢିଲା ଓ ଦାନିସ୍କ ଠାରେ ଏକ ବିଶାଳ ଫାର୍ମ ହାଉସ ବଙ୍ଗଳା ତିଆରି କଲେ, ଦେଖିବାକୁ ଗଲେ ଏଲି ସିରିଆ ରେ ଜଣେ ମିଷ୍ଟଭାଷୀ ଭଦ୍ର ବ୍ୟବହାର ରେ ସମସ୍ତଙ୍କ ପ୍ରିୟ ହେଇଥିଲେ କିନ୍ତୁ ଗୁପ୍ତ ତଥ୍ୟ ସବୁ ଏସ୍ରାଏଲ ର ଜାସୁସି ସଂସ୍ଥା (ମୋଷଦ) କୁ ଦେଉଥିଲେ, ଯାହା ଖବର ଅଛି 1963ରେ ଏଲି ଙ୍କ ସହିତ ସିରିଆ ର କିଛି ଡିପ୍ଲୋମାସି ଅଧିକାରୀ ବି ଏସ୍ରାଏଲ ଯାଉଥିଲେ ଓ ଏସ୍ରାଏଲ ରୁ ସିରିଆ ବି ଆସୁଥିଲେ, କାହାର କିଛି ସନ୍ଦେହ ନାହିଁ, ସିରିଆରେ ସେନା ଘାଟି କୋଉଠି ଅଛି ଅସ୍ତ୍ରଗାର ରେ କିଏ ଅଛି ସବୁ ତଥ୍ୟ ମୋଷଦ କୁ ଦେଉଥିଲେ, ଥରେ ସିରିଆ ସରକାର ଯୋଜନା କରନ୍ତି ଏସ୍ରାଏଲ ସୀମା ରେ ନୂଆ ନୂଆ ଗୁପ୍ତ ଘାଟି କରାଯିବ ଓ ବହୁତ ଗଛ ଲଗା ହେବ, ତେଣୁ ଯେହେତୁ ଏଲି ପ୍ରେସିଡେଣ୍ଟ ଙ୍କ ପାଖ ଲୋକ ତେଣୁ ନିର୍ଦେଶ ଆସିଲା ସୀମାରେ ନୂଆ କାଇଦାରେ ଯୋଉ ଘାଟି ହେବ ଏଲି ଙ୍କ ଟିମ କରିବ, ସେଇଆ ହେଲା କିନ୍ତୁ ଏଲି ପୁରା ନକ୍ସା ଟା ମୋଷଦ କୁ ଦେଇଦେଲେ.କିଛି ଦିନ ପରେ ଏସ୍ରାଏଲ ସହିତ ଏକ ଯୁଧ୍ୟ ହେଲା ଚାରି ମୁସଲିମ ଦେଶ ମିଶିଲେ ଏକା ଏସ୍ରାଏଲ ରହିଲା ମାତ୍ର 6ଦିନରେ ସିରିଆ ଜୋର୍ଡନ ଯୁଧ୍ୟ ରେ ସିରିଆ ର ବହୁତ ସେନା ମଲେ ଯୁଧ୍ୟ ସାରିବା ପରେ ସିରିଆ ରେ ଗୁପ୍ତ ମିଟିଙ୍ଗ ହେଲା ନିଶ୍ଚିତ ତଥ୍ୟ କେମିତି ଏସ୍ରାଏଲ ପାଇଛି ଆଉ କିଏ ଦେଲା, ସେତେବେଳେ କୁ ଏଲି ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବାର ଯୋଜନା ଚାଲୁଥାଏ., ଶେଷକୁ ନିଷ୍ପତି ନିଆଯାଏ ରୁଷିଆ ର ସାହାଯ୍ୟ ନେବାକୁ ପଡିବ ତେଣୁ ସିରିଆ ସରକାର ଶୋଭିଏତ ରୁଷ ର ଜାସୁସି ସଂସ୍ଥା (KGP) କୁ ଦାଇତ୍ୱ ଭାର ଦିଅନ୍ତି. ରୁଷ ଏଜେଣ୍ଟ ମାନେ ଆସି ସବୁ ପରୀକ୍ଷା କରନ୍ତି ରେଡ଼ିଓ ସିଗନାଲ ମାଧ୍ୟମରେ ଜାଣିବା ଯୋଜନାରେ ନୂଆ ଏକ ଡିଭାଇସ ତିଆରି କରାଯାଏ ଯାହା ସିଗନାଲ ରୁ ଜଣାପଡେ ଦୁଇ ବର୍ଷ ହେବ ବହୁତ ଥର ଏଲିଙ୍କ ବଙ୍ଗଳା ଦାନିସ୍କ ରୁ ଯାଉଛି, ତୁରନ୍ତ ଏଲିଙ୍କୁ ସେନା ଗିରଫ କରେ, ଆଠ ଦିନ ଟର୍ଚ୍ଚର କରି ସବୁ ଜାଣନ୍ତି ଶୁଣାଯାଏ ତାଙ୍କର ଗୋଡ଼ ହାତର ସବୁ ନଖ ବାହାର କରିଦିଆଯାଏ ଶେଷକୁ 18may 1965 ରେ ମୁଖ୍ୟ ସହର ଛକରେ ସମସ୍ତଙ୍କ ଆଗରେ ଫାସୀ ଦିଆଯାଏ.କିନ୍ତୁ ତାଙ୍କ ଫାସୀ ରୋକିବାକୁ ଏସ୍ରାଏଲ ଅନ୍ୟ ଦେଶର ସାହାଯ୍ୟ ନିଏ କିନ୍ତୁ ନିରାଶ ହୁଏ, ଏଲିକୁଇନ ଙ୍କ ଶବ ବି ମିଳେନା ଏଲିଙ୍କ ସ୍ତ୍ରୀ “ନାଭିଆ”ଅନୁରୋଧ କରନ୍ତି କିନ୍ତୁ ସିରିଆ ମନା କରେ.ଶୁଣାଯାଏ ମୋଷଦ ର ଆଉକିଛି ଗୁପ୍ତ ଜାସୁସ ସେଠାରେ ଥାନ୍ତି ସେମାନେ ପ୍ରତିଶୋଧ ନେବାପାଇଁ ଯୋଜନା କରି ଜଣେ ଆତ୍ମଘାତି ହେଇ ତିନିଜଣ ସିରିଆ ସେନା ଅଧିକାରୀ ଙ୍କୁ ମାରନ୍ତି, ଓ ଏଲିଙ୍କ ଏଲି ପିନ୍ଧୁଥିବା ଘଣ୍ଟା ଗୁପ୍ତ ଭାବେ ଅଣାଯାଏ ଆଜି ଇସ୍ରାଏଲ ରେ ଏଲିଙ୍କ ଏକ ପ୍ରତିମୂର୍ତ୍ତି ରଖାଯାଇଛି ସହିଦ ଦିବସ ପାଳନ କରାଯାଉଛି ଓ ତାଙ୍କ ଘଣ୍ଟା କୁ ସଙ୍ଗ୍ରଳୟ ରେ ରଖାଯାଇଛି..

Leave a Reply

Your email address will not be published. Required fields are marked *