ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ବାର୍ଷିକ ଉତ୍ସବ
ଭୁବନେଶ୍ବର, ୨୯/୬: (ଦର୍ଶନ ସମୀକ୍ଷା) ସ୍ଥାନୀୟ ଜୟଦେବ ଭବନ ପରିସରରେ ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଉତ୍ସବରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ଅମରେନ୍ଦ୍ର ଦାସ, ପ୍ରସନ୍ନ ଜେନା, ରମାକାନ୍ତ ଭୋଇ ପ୍ରମୁଖ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିକାଶ ପରିଷଦ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ବିକାଶ ପାଇ ଆଲୋଚନା କରିଥିଲେ।

ଭୁବନେଶ୍ବରରେ ବସବାସ କରୁଥିବା ଜଗତସିଂହପୁର ଜିଲ୍ଲାର ଅଧିବାସୀଙ୍କୁ ନେଇ ୨୦୦୭ ମସିହାରେ ଆରମ୍ଭ ହୋଇ ଥିବା ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ, ପାକୃତିକ ବିପର୍ଯ୍ଯୟ ସମୟରେ ପିଡୀତଙ୍କୁ ରିଲିଫ ବଣ୍ଟନ, ରକ୍ତଦାନ ଶିବିର, ବୃକ୍ଷରୋପଣ ପରି କାର୍ଯ୍ୟକ୍ରମ ହାତକୁ ନେବା ସହ ଜଗତସିଂହପୁର ଜିଲ୍ଲାର ବିକାଶ ପାଇ ଆଗେଇ ଆସି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ମତପ୍ରକାଶ ପାଇ ଥିଲା। ଏହାପରେ ଘୋଡ଼ାନାଚ, କାଳୀକା ନାଚ ପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ଜିଲ୍ଲାର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା। ଉପସ୍ଥାପିକା ଅନୁସୂୟା ସାହୁ କାର୍ଯ୍ୟକ୍ରମ ସଞ୍ଜୋଜନା କରିଥିଲେ।
Leave a Reply