ଛତାବର ଶିଳ୍ପାଞ୍ଚଳ ସନ୍ନିକଟ ଅୟଂ ଅସମୀ ଟ୍ରଷ୍ଟ ତରଫରୁ ନିଜସ୍ୱ ୩ ଏକର ଜାଗାରେ ଓଡିଶା ପରିବେଶ ସମିତି ଙ୍କ ସହଯୋଗରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏକ ପେଡ ମା କେ ନାମ ଯୋଜନା କୁ ରୁପାୟିତ କରିବା ପାଇଁ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା I

Spread the love

ଅୟମ ଅସମୀ ଟ୍ରଷ୍ଟ ତରଫରୁ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ
ତା ୨୬.୦୫.୨୦୧୫ ମଙ୍ଗଳବାର ଛତାବର ଶିଳ୍ପାଞ୍ଚଳ ସନ୍ନିକଟ ଅୟଂ ଅସମୀ ଟ୍ରଷ୍ଟ ତରଫରୁ ନିଜସ୍ୱ ୩ ଏକର ଜାଗାରେ ଓଡିଶା ପରିବେଶ ସମିତି ଙ୍କ ସହଯୋଗରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏକ ପେଡ ମା କେ ନାମ ଯୋଜନା କୁ ରୁପାୟିତ କରିବା ପାଇଁ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା I

ଟ୍ରଷ୍ଟ ପରିଚାଳନା ନିର୍ଦେଶିକା ଡ଼କ୍ଟର ନନ୍ଦିନୀ ଘରାଇଙ୍କ ଅଧ୍ୟକ୍ଷତାରେ ବିଶ୍ୱାସ ନର୍ସିଙ୍ଗ ଏବଂ ପାରାମେଡିକାଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାୟ ୨୫୦ ଗୋଟି ଚାରା ରୋପଣ କରାଯାଇଥିଲା I ଓଡିଶା ପରିବେଶ ସମିତିର ଅଧକ୍ଷ ଡ଼କ୍ଟର ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପରିବେଶ ଓ ମାନବ ସମାଜ ପାଇଁ ଗଛ ବା ଉଦ୍ଭିଦ ଜଗତର ଅବଶକ୍ୟତା ଓ ଉପାଦେୟତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ I ଗଛ ଗୁଡିକର ଯତ୍ନ ଓ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥିଲେ I ଶ୍ରୀ ଭଗତ ବେହେରା ,ରିଜିଓନାଲ ମ୍ୟାନେଜେର SBI ଖୋର୍ଦ୍ଧା , ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା , ଶ୍ରୀ ବିଶ୍ୱନାଥ ପୁହାନ, ଶ୍ରୀମତୀ ସ୍ୱପ୍ନା ବେହେରା, Executive member OES, ଶ୍ରୀ ନୀରଦ ବରଣ ଖୁଣ୍ଟିଆ, ପ୍ରୋଗ୍ରାମ କୋର୍ଡିନେଟର, ଶ୍ରୀ ଜିତେନ୍ଦ୍ର ସରଙ୍ଗୀ, chief Manger, RBO, SBI, ଖୋର୍ଦ୍ଧା ଡ଼କ୍ଟର ଲାଲା ଏ. କେ ସିଂ VP OES ଅତିଥି ରୂପେ ଯୋଗ ଦେଇ ପରିବେଶର ଉପାଦେୟତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ I

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ଚେୟାରମ୍ୟାନ ଡ଼କ୍ଟର ପ୍ରଜ୍ଞାନ ରଞ୍ଜନ ଘରାଇ , ନିର୍ଦେଶକ ଡ଼କ୍ଟର ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରିନସିପାଲ ବିଶ୍ୱାସ ପାରାମେଡିକାଲ ଡ଼କ୍ଟର ଅଭୟ କୁମାର ବାହିନୀପତି , ପ୍ରିନସିପାଲ ବିଶ୍ୱାସ ନର୍ସିଙ୍ଗ ଶ୍ରୀମତୀ ସତ୍ୟଭାମା ମିଶ୍ର ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଗଛ ଗୁଡିକର ଉପକାରିତା ସମ୍ପର୍କରେ ବକ୍ତ୍ୟବ ରଖିଥିଲେ ଅନୁଷ୍ଠାନର ଇଷ୍ଟେଟ ଅଧିକାରୀ, କ୍ୟାମ୍ପସ ମ୍ୟାନେଜେର, ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନେ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ I ଶେଷରେ ଉପସ୍ଥିତ ସମସ୍ତ ଅତିଥି , କର୍ମଚାରୀ, ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀମତୀ ମୋନାଲିଶା ପାଢୀ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା

Leave a Reply

Your email address will not be published. Required fields are marked *