Spread the love

କାଲି ଆଜି ଭିତରେ ଏ କି ଫରକରେ ବାବା !!!
ଗତକାଲି ପଞ୍ଚକ ହେଲା ଶେଷ,

ଗତ କାଲି ଥିଲା ଶବ ମଣ୍ଡପରେ ଭିଡ଼,
ଆଜି ଭଜନ କୀର୍ତ୍ତନ,
ଚିତା ଚୈତନ୍ୟ

ହୁଳହୁଳି ହରିବୋଲ,
ଆଜି / କାଲି ଖିଆ ପିଆ,
ପିଟା ମରା,

ଗଣ୍ଡଗୋଳ….
କାଲି କହୁଥିଲେ ନଡ଼ିଆ ଦେ,
କଦଳୀ ଦେ,
ଧୂପ ଦେ,
ଦୀପ ଦେ,
ଫୁଲ ଦେ
ହେ ପ୍ରଭୁ !
ଆର୍ଶୀବାଦ ଦେ,
ସୁଖ ଦେ,
ଶାନ୍ତି ଦେ,
ଆଉ…
ଆଜି/ ଆସନ୍ତାକାଲି କହୁଥିବେ
କେଜିଏ ଦେ,
ଦି କେଜି ଦେ,
କଲିଜାରୁ ଟିକେ ଦେ,
ଫଡ଼ିଆରୁ ଟିକେ ଦେ,
କିଛି ନାହିଁ ଯଦି..
ଛାଲ ପୁଟା..
ଯାହା ଅଛି ଦେ,
ଆଉ….
ଯାହା ନେବୁ ନେ….

ଛାଡଖାଇ ର ପ୍ରକୃତ ଅର୍ଥ :

          କାର୍ତ୍ତିକ ମାସର ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହେଇଥାଏ।ମାସ ସାରା ହବିଷ ଭକ୍ଷଣ, ଦେବ ଦର୍ଶନ, ପୁରାଣ ପାଠ, ଚଉରା ମୂଳେ ମୁରୁଜ ଆଙ୍କି ରାଇ ଦାମୋଦର, ଲକ୍ଷ୍ମୀ ନାରାୟଣ, ଶିବ ପାର୍ବତୀଙ୍କ ପୂଜା ଚାଲିଥାଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଏଁ । ପୂର୍ଣ୍ଣିମା ର ପରଦିନ କୁ କୁହାଯାଏ   *"ଛାଡ଼ଖାଇ "* । ଏହି ଛାଡଖାଇ କୁ ନେଇ ଆମ ମନ ରେ ଅନେକ ହୀନ ଚିନ୍ତାଧାରା ବର୍ତ୍ତମାନ ସମୟ ରେ ଦେଖା ଦେଇଚି । ଯେଉଁଟା କି ପ୍ରକୄତ ଛାଡ଼ଖାଇ ର ସମ୍ପୂର୍ଣ୍ଣ ବିପରୀତ ।

   କାର୍ତ୍ତିକ ମାସରେ କିଛି ଖାଦ୍ୟପେୟ ର ବାରଣ ରହିଚି । ଏହାଛଡା କାର୍ତ୍ତିକ ମାସରେ ଚୁଟି କାଟିବା, କିଛି ଫୁଲ, ଫଳ, ପତ୍ର ତୋଳିବା ମଧ୍ୟ ବାରଣ ଥାଏ । ଯେଉଁ ମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ନଖ କାଟନ୍ତି ନାହିଁ, ଚୁଟି କାଟନ୍ତି ନାହିଁ, ତୁଳସୀ ପତ୍ର ତୋଳନ୍ତିନି, କଦଳୀ ପତ୍ର କାଟନ୍ତିନି ।ବର୍ଷା ଛାଡିଥାଏ ଆଉ ଶୀତ ର ଆରମ୍ଭ ହେଇଥାଏ । ଏମିତି ଏକ ମଝାମଝି ରେ କାର୍ତ୍ତିକ ମାସ ଥାଏ । ଏହି ସମୟ ରେ ପାଣି ପାଗ ସହ ମଣିଷ ଓ ପଶୁପକ୍ଷୀ ଙ୍କ ଶରୀର ରେ ଅନେକ ପରିବର୍ତ୍ତନ ଆସିଥାଏ । ଯେମିତି କି ଏଇ ମାସରେ ମଣିଷ ଶରୀର ରେ ପିତ୍ତ ଓ କଫ ଅଧିକ ହେଇଥାଏ । ହଜମ ଶକ୍ତି କମିଯାଏ । ତେଣୁ ଏଇ ମାସରେ ଗୋଟିଏ ଥର ଖାଦ୍ୟ ଗ୍ରହଣ କରିବା ବିଧି ଅଛି । ବିନା ମସଲା, ହଳଦୀରେ ନିର୍ଦ୍ଦିଷ୍ଟ କିଛି ପରିବାକୁ ନେଇ ଖାଦ୍ୟ ପ୍ରସ୍ତୁତ ହେଇଥାଏ । ଯାହା କି ଗରିଷ୍ଠ ହେଇ ନଥାଏ । ଏହା ହଜମ ଶକ୍ତିକୁ ବଢେଇବା ସହ ଦେହକୁ ରୋଗମୁକ୍ତ କରିଥାଏ । ଆଉ ସାତ୍ତ୍ଵିକ ହୋଇଥିବାରୁ ଦେହ ମନ ଶାନ୍ତ ସଂଯମ ରହିଥାଏ । କାର୍ତ୍ତିକ ମାସରେ ମାଛ ମାଂସ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଇ ମାସରେ ମାଛଙ୍କ ଦେହରେ ବସନ୍ତ ହେଇଥାଏ । ଆଉ ଛେଳି, ମେଣ୍ଢା, କୁକୁଡା, ବତକ ଇତ୍ୟାଦି ଙ୍କର ପ୍ରଜନନ ର ଋତୁ ଅଟେ କାର୍ତ୍ତିକ ମାସ । ତେଣୁ କାର୍ତ୍ତିକ ମାସରେ ମାଛ ମାଂସ ଖାଇଲେ ଅନେକ କୁପ୍ରଭାବ ପଡିଥାଏ ମଣିଷ ଶରୀରରେ । ମାସ ସାରା ଗୋଟିଏ ଥର କିଛି ନିର୍ଦ୍ଦିଷ୍ଟ ଶୁଦ୍ଧ, ସାତ୍ତ୍ଵିକ ଆହାର ଗ୍ରହଣ କରା ଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ହେଉଚି ଛାଡ଼ଖାଇ ।

           ଜଗନ୍ନାଥ ଧାମ ପୁରୀରେ ଥିବା ହବିସିଆଳି ମାନଙ୍କୁ ପଚାରିବେ- ସେମାନେ କହିବେ ଛାଡଖାଇର  ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଶ କରିଥାଆନ୍ତି । ପୂର୍ଣ୍ଣମୀ ପରଦିନ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି। ଯାହାକୁ କୁହାଯାଏ *ଛାଡଖାଇ* । ଖାଇବା ଯେହେତୁ ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ । ଆମେ ତାକୁ ଅଲଗା ଅର୍ଥରେ ନେଇ ସେଇ ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତାର ବିନା ଇଚ୍ଛାରେ ତାକୁ ମାରି, ତାର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ଆହୁରି ପାପ ଗୁଡିଏ ଅର୍ଜନ କରନ୍ତି । ପ୍ରକୃତ ବାସ୍ତବତା କଣ ଆଉ ଆମର ଭାବନା କଣ? ଏପର୍ଯ୍ୟନ୍ତ ଆମେ ଆମର ସଂସ୍କୃତିକୁ ଠିକ୍ ରେ ଜାଣି ପାରିନାହାଁନ୍ତି, କି ବିଡମ୍ବନା ସତରେ । ଉପବାସ କହିଲେ ଦୁଇଟି ଶବ୍ଦ । ଉପଯୁକ୍ତ ବାସ । ଉପ ଅର୍ଥାତ ନିକଟତର ଏବଂ ବାସ ଅର୍ଥାତ ଉପସ୍ଥାନ ବା ଉପସ୍ଥିତ ରହିବା ଏହାର ପ୍ରକୂତ  ଅର୍ଥ ହେଉଛି ଯେ ଆମେ ମାନେ ଭଗବାନ ଙ୍କ ନିକଟତର ହୋଇବା ଅର୍ଥାତ ଶାରୀରିକ ଓ ମାନସିକ ଭାବେ କାହାକୁ କ୍ଷତି ପହଞ୍ଚାଇବା ନାହିଁ ଏବଂ ଭଗବାନଙ୍କ ସେବାରେ, ନାମ ଜପରେ ଅନ୍ଯାନ୍ୟ ଯେ କୌଣସି ଉପାୟରେ ଭଗବାନଙ୍କ ନିକଟତର ହୋଇବା. ଉପବାସ ର ଆଉ ଏକ କଥା କହିଲେ - ସହଯୋଗ, ବାସ କହିଲେ- ସଦାଚାର । ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ ସବୁ କଥା ଗୋଟେ ଆଉ କାମ ଆଉ ଗୋଟେ କରୁଛନ୍ତି ।

   ଆଉ କିଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ବ୍ରତରେ ଯେଉଁ ଖାଦ୍ୟ ଖାଇବାକୁ ବାରଣ ହେଇଥାଏ, ଛାଡ଼ଖାଇ ଦିନଠୁ ସେ ଖାଦ୍ୟ ସବୁ ପୁଣି ଖାଇବାକୁ ଅନୁମତି ମିଳିଥାଏ । ଗୋଟିଏ ମାସର ସଂଯମ ଯୋଗୁଁ ହଜମ ଶକ୍ତି ବଢିଯାଏ । କାର୍ତ୍ତିକ ବ୍ରତ ଧାରୀ ମାନେ ଛାଡ଼ଖାଇ ଦିନ ମଧ୍ୟ ଏକ ସ୍ବତନ୍ତ୍ର ପୂଜାକରିଥାନ୍ତି । ଚଉରା ମୂଳେ ଭୀମଙ୍କର ଏକ ବାଲିମୂର୍ତ୍ତୀ କରି କିମ୍ୱା ମୁରୁଜରେ ଭୀମଙ୍କ ଏକ ମୂର୍ତ୍ତି ଅଙ୍କନ କରି ତାଙ୍କୁ ପୂଜା କରଯାଏ । ମୁଢି, ଉସୁନା ଭାତ, ସମସ୍ତ ପରିବା ପଡି ତରକାରୀ, କୋଶଳା ଶାଗ, କାଞ୍ଜି ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ଭୋଗ ବଢାଯାଏ ଭୀମ ଙ୍କୁ । କାରଣ ଭୀମ ହେଉଛନ୍ତି ଖାଦ୍ୟ ପ୍ରିୟ । ତାଙ୍କର ଦେହର ବଳ ଓ ହଜମ କରିବାର ଶକ୍ତି ଅତୁଳନୀୟ । ତେଣୁ କାର୍ତ୍ତିକ ବ୍ରତ ପରେ ଖାଦ୍ୟ ପ୍ରିୟ ଭୀମ ଙ୍କୁ ସୁସ୍ୱାଦୁ ଖାଦ୍ୟ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରାଯାଏ ।ଏହାପରେ ବ୍ରତଧାରୀ ମାନେ ଖାଦ୍ୟ ଗ୍ରହଣ କରନ୍ତି ।


କାଲି ଘରେ କହୁଥିଲେ..

କାଲି ବୋଧେ ଭଗବାନ ନିଶ୍ଚେ କହୁଥିବେ,
“ମଣିଷ ଦେହେ ଦିବ୍ୟ ଜ୍ଞାନ,
ଦେଖି ସନ୍ତୋଷ ଭଗବାନ।”

କାଲି ଆଜି ଭିତରେ ଏ କି ଫରକରେ ବାବା !!!
ଗତକାଲି ପଞ୍ଚକ ହେଲା ଶେଷ,
ଆଉ
ଆଜି/ପରଦିନ….
ପଶିବ ଖାସି ମାଂସ।

Leave a Reply

Your email address will not be published. Required fields are marked *