ପବିତ୍ର ଚିତାଲାଗି ଅମାବାସ୍ୟା ଉପଲକ୍ଷେ ମଙ୍ଗଳକାମନା
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତାଲାଗି ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିର ରେ ପାଳିତ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା , ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ ।
ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରଚିତା ଏବଂ ପାନ୍ନା ଚିତା କୁହାଯାଏ
ଶ୍ରାବଣସ୍ୟ ଚ ଦର୍ଶେ ଅପିହ୍ୟରୁଣୋଦୟକାଳକେ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ।।
ଶ୍ରୀ ଶ୍ରୀ ମହାପ୍ରଭୁ ମାନଙ୍କ ପବିତ୍ର ରତ୍ନଖଚିତ ସୁବର୍ଣ୍ଣ ଚିତାଲାଗିର ଶୁଭକାମନା।
ମହାପ୍ରଭୁ ସ୍ନାନବେଦୀରୁ ବାହୁଡ଼ି ଅଣସରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମାନଙ୍କ ଶ୍ରୀମୁଖରୁ ରତ୍ନ ଚିତା ଓ ରାହୁରେଖା ମଇଲମ କରାଯାଇ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଏ। ପୁନଃ ମହାପ୍ରଭୁ ଘୋଷଯାତ୍ରା ସାରି ବଡ଼ଦେଉଳ ଫେରିବା ପରେ ଶ୍ରାବଣ ଅମାବାସ୍ଯା ଦିନ ମଧ୍ଯାହ୍ନ ଧୂପ ପରେ ଶ୍ରୀମସ୍ତକରେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଏ। ତିନି ବାଡ଼ର ତିନିଚିତାର ମଝିରେ ଗୋଟିଏ ନାୟକ ରତ୍ନ ଥାଏ ଓ ନାୟକ ରତ୍ନରୁ ଘେରି ୪/୫ ଟି ବେଢାରେ ଅନ୍ୟାନ୍ୟ ରତ୍ନପଥର ଖଚିତ ହୋଇଥାଏ। ଶ୍ରୀ ଶ୍ରୀ ବଡ଼ଠାକୁର ବଡ଼ବାଡ଼ ମଣିମାଙ୍କ ନାୟକ ରତ୍ନ ହେଉଛି ନୀଳା, ସେହିପରି ମଝିବାଡ଼ ସାଆନ୍ତାଣୀଙ୍କ ନାୟକ ରତ୍ନ ହେଉଛି ମାଣିକ୍ୟ ଓ ଶ୍ରୀ ଶ୍ରୀ ମହାପ୍ରଭୁଙ୍କ ନାୟକ ରତ୍ନ ହେଉଛି ହୀରା। ମହାପ୍ରଭୁଙ୍କ ପ୍ରତ୍ଯକ ପର୍ବ ପର୍ବାଣୀ ସହ ଏ ଜାତି ଜଡ଼ିତ ଥିବାରୁ ଓଡ଼ିଆଙ୍କ ଘରେ ଘରେ ଚିତଉ ପିଠା ହୋଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ପରିବାର କୁଟୁମ୍ବ ଚିତାଲାଗି ଅମାବାସ୍ଯା ପାଳନ କରିଥାନ୍ତି।
ଜୟ ଜଗନ୍ନାଥ
Leave a Reply