କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ନେତୃତ୍ୱରେ ସରକାରୀ ଟିମ ର ବଳଭଦ୍ରପୁର ଶିଳ୍ପାଞ୍ଚଳ (Balabhadrapur Industrial Estate) ପରିଦର୍ଶନ ଓ ସମୀକ୍ଷା
ଚଣ୍ଡିଖୋଲ – ପାରାଦ୍ୱୀପ ଜାତୀୟ ରାଜପଥ ଡେରାବିଶ ବ୍ଲକ ବଳଭଦ୍ରପୁର ଶିଳ୍ପାଞ୍ଚଳର ପୁନଃରୁଦ୍ଧାର କାର୍ଯ୍ୟ ସରକାରୀ ସ୍ତରରେ ଆଜି ଆଉ କିଛି ପାଦ ଆଗକୁ ଯାଇଛି | ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟାରଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ବଳଭଦ୍ରପୁର ଶିଳ୍ପାଞ୍ଚଳ ପରିଦର୍ଶନ କରି ଚାଲି ଚାଲି ବୁଲି ଦେଖିଥିଲେ |
ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ସ୍ଥାନୀୟ ଶିଳ୍ପାଞ୍ଚଳର ଉଦ୍ୟୋଗୀ ଓ ସ୍ଥାନୀୟ ବିଭିନ୍ନ ପଞ୍ଚାୟତର ନେତୃମଣ୍ଡଳୀ ଜାତୀୟ ରାଜପଥର ବଳଭଦ୍ରପୁର ଛକଠାରେ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ… ଶିଳ୍ପାଞ୍ଚଳ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଶିଳ୍ପ ବିଭାଗ , IDCO, MSME, ରାଜସ୍ବ ବିଭାଗର ଅଧିକାରୀ, DIC GM, ବିଦ୍ୟୁତ ବିଭାଗ, ଜଳସେଚନ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଡେରାବିଶ ତହସିଲଦାର ଓ ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ.. ଶିଳ୍ପାଞ୍ଚଳ ଭିତରେ ପ୍ରାୟ ଦେଢ଼ କିମି ରାସ୍ତା ସମସ୍ତେ ଚାଲି ଚାଲି ବୁଲି ଦେଖିବା ସହ ପ୍ରାୟ ୧0 ରୁ ଅଧିକ ଶିଳ୍ପ ସମସ୍ତେ ଦେଖିବା ଶିଳ୍ପାଞ୍ଚଳରେ ସାରା ରାଜ୍ୟରୁ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ… ଏହାପରେ ଶିଳ୍ପାଞ୍ଚଳର ସମସ୍ତ ଉଦ୍ୟୋଗୀ ଓ ସ୍ଥାନୀୟ ଜନସାଧାରଣ ଓ ନେତୃତ୍ୱମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ!
ଉଲ୍ଲେଯୋଗ୍ୟ ଗତ ସପ୍ତାହରେ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଉଦ୍ୟୋଗୀମାନେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, IDCO ର Executive Director ଓ ଭାରତ ସରକାରଙ୍କ MSME Director ଙ୍କୁ ଭେଟି ଆଲୋଚନା କରିଥିଲେ….ଆଜି ଆଲୋଚନା ସମୟରେ ଉଦ୍ୟୋଗୀ ଓ ଜନସାଧାରଣଙ୍କ ତରଫରୁ ତେଜେଶ୍ୱର ପରିଡ଼ା IDCO ଦ୍ୱାରା କଂକ୍ରିଟ ରାସ୍ତା ଓ ଡ୍ରେନ ନିର୍ମାଣ, ନୂତନ ବୋରିଂ ସହ ପାନୀୟ ଜଳ ଯୋଗାଣ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ଏଠାରେ ଅନ୍ୟ ବିଭିନ୍ନ ପ୍ରକାର ନୂତନ ଶିଳ୍ପ ପ୍ରତିଷ୍ଠା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ, ମେଡିକାଲ, ବ୍ୟାଙ୍କ, ATM, ଫାଣ୍ଡି, Common Facility Centre, Wood Based MSME Cluster Development Project ରେ ସାମିଲ କରିବା, ବହୁ ପୁରାତନ ମା ପାଟସୁମୁଦେଇ ଠାକୁରାଣୀ ମନ୍ଦିର ଉନ୍ନତିକରଣ ସହ ଏହି ବାଟ ଦେଇ ଶିଳ୍ପାଞ୍ଚଳରୁ ବେଣିପୁର ପଞ୍ଚାୟତର ସଦାନନ୍ଦପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ, ଚାଷୀ ମାନଙ୍କ ସୁବିଧା ପାଇଁ ଜଳସେଚନ ଓ ଡ୍ରେନେଜ ବିଭାଗର ଉନ୍ନତିକରଣ କାର୍ଯ୍ୟ ଓ ଚାଷ ବିଲକୁ ରାସ୍ତା ନିର୍ମାଣ, NH ଉପରେ ଶିଳ୍ପାଞ୍ଚଳକୁ ସାଇନବୋର୍ଡ଼ ନିର୍ମାଣ, ନିକଟରେ ଥିବା ମାଛ ଓ ଜାଆଁଳ ଉତ୍ପାଦନ କେନ୍ଦ୍ରର ଉନ୍ନତିକରଣ ଇତ୍ୟାଦି ପ୍ରସଙ୍ଗ ଉପସ୍ଥାପନ କରିଥିଲେ….
ଏହି ସମସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଖୁବ ଶୀଘ୍ର Balabhadrapur Industrial Estate ର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି….ଏହା ସହ ବିଭିନ୍ନ ବିଭାଗ ଦ୍ୱାରା ଏହି କ୍ରମରେ ବିଭିନ୍ନ ସରକାରୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି….
Leave a Reply