Spread the love

ପ୍ରେମିକାକୁ iPhone ଗିଫ୍ଟ ଦେବା ପାଇଁ ମାଆର ଗହଣା ବିକିଲା ପୁଅ ।

ମାଆର ଗହଣା ବିକି ପ୍ରେମିକାକୁ ଖୁସି କଲା ପୁଅ । ଜନ୍ମଦିନରେ ପ୍ରେମିକାକୁ iPhone ଗିଫ୍ଟ ଦେବା ପାଇଁ ମାଆର ଗହଣା ଚୋରି କଲା ପୁଅ । ଦିଲ୍ଲୀ ନଜାଫଗଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଛି ।

ଗହଣା ଚୋରି ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସର ତଦନ୍ତ ପରେ ପୁରା ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ନିଜ ଘର ଲୋକ ଏହି କାଣ୍ତ ଘଟାଇଥିବା ପୋଲିସ ପରିବାର ଲୋକଙ୍କୁ ଅବଗତ କରାଇଥିଲା । ଖୋଦ୍ ଜନ୍ମ କରିଥିବା ପୁଅ କରିଥିଲା ମାଆର ଗହଣା ଚୋରି । ତା ପୁଣି ପ୍ରେମିକାକୁ ଦାମୀ ଗିଫ୍ଟ ଦେବା ପାଇଁ । ପ୍ରେମିକାକୁ ଗିଫ୍ଟ ଦେବା ପାଇଁ ମାଆର ସୁନା ଚେନ୍, କାନଫୁଲ ଓ ମୁଦି ବିକ୍ରି କରିଥିଲା ପୁଅ ।

ପୋଲିସର କହିବାନୁଯାୟୀ ନାବାଳକ ଜଣକ ଗହଣାକୁ ଦୁଇଟି ଗହଣା ଦୋକାନରେ ବୁକ୍ରି କରିଛି । ତେବେ ପୋଲିସ ଗହଣା ଦୋକାନୀ ଓ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଓ ତାଙ୍କଠୁ ସୁନା ମୁଦି ଓ କାନଫୁଲ ଜବତ କରିଛି । ଅଗଷ୍ଟ 2ରେ ସକାଳ ୮ଟାରୁ ଦିନ ୩ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ଯାହା ପରେ ମହିଳା ଜଣକ ଏନେି ଥାନାରେ FIR ଦେଇଥିଲେ । ଘରୁ ଦୁଇଟି ସୁନା ଚେନ, ଗୋଟେ ଯୋଡ଼ି ସୁନା କାନଫୁଲ ଓ ମୁଦି ଚୋରି ହୋଇଥିବା ଅଭିଯୋଗ କରିଥିଲେ ମହିଳା ।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଆଖପାଖ ଅଞ୍ଚଳରେ ପଚରାଉଚରା ଜାରି ରଖିଥିଲା । ମହିଳାଙ୍କ ପୁଅ ଗହଣା ବିକି ୫୦ ହଜାର ଟଙ୍କାର iPhone କିଣିଥିବା ତଦନ୍ତରୁ ଜଣାପଡ଼ିଲା । ତେବେ ସେ ପ୍ରେମିକା ଜନ୍ମଦିନ ଗିଫ୍ଟ ପାଇଁ ଏଭଳି କାଣ୍ତ ଭିଆଇଥିବା ପୋଲିସ ଆଗରେ ସତ ମାନିଥିଲା ।

Leave a Reply

Your email address will not be published. Required fields are marked *