Spread the love

 

” ଆସନ୍ତାକାଲି କ’ଣ ହେବ
କିଏ ବା କହିପାରିବେ?”
कल किसने देखा ( शाब्दिक अर्थ: ‘कल किसने देखा है?’; प्रासंगिक रूप से: कौन जानता है कि कल क्या होगा?)
–×–
ଗ୍ରିଗୋରୀୟାନ କ୍ୟାଲେଣ୍ଡର ଅନୁସାରେ ଆସନ୍ତାକାଲି
( 01.01.2024) ଠାରୁ ନୂଆବର୍ଷ 2024 ଆରମ୍ଭ ହେବ।

ସନ୍ଥକବୀର ଲେଖିଥିଲେ, ” କାଲି ଯାହା କରିବାକୁ ଅଛି ଆଜି କର, ଆଜି ଯାହା କରିବାକୁ ଅଛି ଏବେ କର, କିଏ ଜାଣେ, କେଉଁ ମୁହୂର୍ତ୍ତରେ ପ୍ରଳୟ ଆସି ଯିବ!”।

ଏହି ଭାବନାକୁ ଆମରି ଭକ୍ତକବି ମଧୁସୂଦନ ରାଓ ଆହୁରି ଚମତ୍କାର ଭାବରେ ତାଙ୍କର ” ଜୀବନ ଚିନ୍ତା ” କବିତାରେ ବର୍ଣ୍ଣନା କରିଥିଲେ, ଯାହାର ପ୍ରଥମ ପଦଟି ହେଉଛି;
” ରେ ଆତ୍ମନ ନିଦ୍ରା ପରିହରି
ଫେଡି ଚିନ୍ତାର ନୟନ କର
କର ନିରୀକ୍ଷଣ
ନିଶବ୍ଦେ ଜୀବନ-ସ୍ରୋତ
ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ- ସିନ୍ଧୁ-
କରାଳ – ଲହରୀ
ରେ ଆତ୍ମନ—–”
ଯାହା, 1975 ମସିହାର ଓଡିଆ ସିନେମା ” ମମତା” ରେ ଶ୍ରୀ ପ୍ରବଣ ପଟ୍ଟନାୟକଙ୍କ କଣ୍ଠରେ ( ସଙ୍ଗୀତ- ଏବକୁ ଦିବଙ୍ଗତ ପଦ୍ମଶ୍ରୀ ପ୍ରଫୁଲ୍ଲ କର) ଓଡିଆମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇଯାଇଛି।

ମୋ ଭଳି ଚତୁର୍ଥ ସୋପାନର କର୍କଟରୋଗ ପୀଡିତଟିଏ ପାଇଁ
ଜୀବନ- ସ୍ରୋତ ଧାଇଁବାକୁ ହିନ୍ଦି ସିନେମା ” ଆନନ୍ଦ “ରେ , ସିନେମାର ନାୟକ ତଥା ଏବେକୁ ଦିବଙ୍ଗତ ରାଜେଶ ଖାନ୍ନାଙ୍କ କଣ୍ଠରେ ଅତି ଯଥାଯଥ ଭାବରେ ବର୍ଣ୍ଣନା କରାଯାଇଅଛି, ଯାହା ଆପାତତଃ ଭାବେ ଆମ ଓଡିଆଭାଷାରେ ହେଉଛି ;

“ମୃତ୍ୟୁ, ତୁ ଗୋଟିଏ କବିତା, ପ୍ରତିଜ୍ଞା କରିଛୁ ମୋତେ ମିଶିବାକୁ।ନିସ୍ତେଜ ଧମନୀ(pulse) ସହ ଯେତେବେଳେ ନିଦ ଆସେ,ଜହ୍ନ ତାର ହଳଦିଆ ମୁହଁ ନେଇ ଅସ୍ତମିତ ହୁଏ ଓ ଦିନ ତଥାପି ପାଣିରେ ଥାଏ ଓ ରାତି ନିକଟତର ହେଉଥାଏ,ସେତେବେଳେ ନା ଅନ୍ଧାର ଥାଏ ନା ଆଲୋକ।ଶରୀର ନିଶ୍ୱାସ ନେଉ ନେଉ ଯେତେବେଳେ ନିସ୍ତେଜ ହେଉଥାଏ, କବିତା ସେତିକି ବେଳେ ମୋତେ ଭେଟିବାର
ପ୍ରତିଶ୍ରୁତି ଦେଇଛି ।”

ତେଣୁ, ତା01.01.2024 ରିଖରୁ ଆରମ୍ଭ ହେଉଥିବା ଗ୍ରିଗୋରୀୟାନ ନୁଆବର୍ଷପାଇଁ ଆଜି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବେ
ଅବସରରେ , ଆପାଣମାନେ ପ୍ରବୃଦ୍ଧ ବ୍ୟକ୍ତିସମୂହ ହୋଇଥିବାରୁ ,
ଯେଉଁମାନେ ତଳେ ରହିଯାଇ, ନିମ୍ନରେ ଲିଖିତ ” ଠେକୁଆଛୁଆ ଓ ଆଈ” ଗପର ” ଠେକୁଆଛୁଆ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି “,
ସେମାନେ କିପରି ସେହି ଭୂମିକାରୁ ଓହରି ଆସିବେ, ସେଥିପାଇଁ ନିଜ ନିଜର ଯତ୍ପୋରନାସ୍ତି ଚେଷ୍ଟା ବଜାୟ ରଖିବାକୁ ଅନୁରୋଧ କରୁଛି ।

ଏବେ ଗପଟିକୁ ପଢନ୍ତୁ:-
” ଛୋଟିଆ ବଣଟିଏରେ ବୁଢାବୁଢୀ ଦୁଇଜଣ କୁଡିଆଟିଏ କରି ରହୁଥିଲେ ।ବୁଢା କାମରେ ଗଲା ପରେ ବଣରୁ ଠେକୁଆଛୁଆଟିଏ ଆସି ବୁଢୀକୁ ଆଈ ବୋଲି ସମ୍ବୋଧନ କରି ଗପଟିଏ ଶୁଣାଇବାକୁ କହୁଥିଲା ।ବୁଢୀ କହୁଥିଲା;

‘କି କଥା କହିବି ନାତିଆରେ
ଅଜା ଥିଲେ ସିନା କାଟିଆରେ( ତତେ ଧରି ତୋ କଅଁଳ ମାଂସ କାଟି ଥାଆନ୍ତା)
ଜୁକୁ ଜୁକୁ କରି ରାନ୍ଧିଥାଆନ୍ତୁ( Meat Fry)
ହାପୁଡି ହାପୁଡି କରି ଖାଇଥାଆନ୍ତୁ ‘।

ଏହା ନିଜର ମୃତ୍ୟୁ ବାବଦର ବର୍ଣ୍ଣନା ହୋଇଥିଲେ ମଧ୍ୟ ଠେକୁଆଛୁଆଟି ତାହା ବୁଝିନପାରି ” ଆଈ ଭଲ କଥାଟିଏ
କହିଲେ ରେ: ମୋ ମନକୁ ପାଇଲାରେ” ବୋଲି ଆନନ୍ଦରେ ଗାଇ ଗାଇ ଗାଇ ବଣକୁ ଯାଉଥିଲା ।

ଦିନେ ଅଜାବୁଢା ବଣକୁ ନଯାଇ କୁଡିଆରେ ଲୁଚି ରହିଲେ, ଠେକୁଆଛୁଆ ଗପଶୁଣି ଓ ଖୁସିରେ ” ଆଈ ଭଲ କଥାଟିଏ
କହିଲା ରେ , ମୋ ମନକୁ ପାଇଲାରେ” ବୋଲି ଗାଇ ଡେଇଁଲା ବେଳେ ତାକୁ ଧରିପକେଇ–( ତା ପର ଅବସ୍ଥା ଉପରେ ବର୍ଣ୍ଣିତ ଅଛି)।

ମୋ ପିଲାଦିନେ ମୁଁ ଶୋଇବାକୁ ଅଝଟ କଲେ ମୋ ବୋଉ ମୋତେ ଏହି କଥାଟି କହି ଶୁଆଉଥିଲା। ଏହି ଗପଟି ଏବେ ବାସ୍ତବତାର ଋପ ନେଇସାରିଲାଣି। ଯେଉଁ ନେତା ଯେତେ ଅଧିକ ମିଛ କହି ଅଧିକରୁ ଅଧିକ ଠକୁଛନ୍ତି, ଭୋଟରଗଣ ” ନେତା ଭଲ କଥାଟିଏ କହିଲେ ରେ, ମୋ ମନକୁ ପାଇଲାରେ ” ଗାଇ ଓ ନାଚି ତାଙ୍କୁ ସେତେ ଅଧିକ ଭୋଟ ନାଦି ଦେଇ ମାଗଣା ଦାନା ପାଇବା ଧାଡିର ଲମ୍ବକୁ ବଢାଉଛନ୍ତି ।

“ଆମରି ଟିକସ ପଇସାରେ ଆମେ ରୋଜଗାର କରି ଚଳିବାକୁ ସମର୍ଥ ହୋଇ ଆତ୍ମନିର୍ଭରଶୀଳ ହେବା ନା ଭିକ୍ଷାଂଦେହୀ ମୂଦ୍ରାରେ ହାତପତାଉଥିବା”, ତାହାର ବିଚାର ଆପଣମାନଙ୍କ ଉପରେ ନ୍ୟସ୍ତ କରୁଛି ।

ଆଜି( 31.12.2023) ରାତିଅଧରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦିଆଯାଇ ଠାକୁରମାନଙ୍କର ପହଡ ଖୋଲାଯିବ। ଏହା ବି ସେହି ” ଠେକୁଆଛୁଆ ଗପର ଅଂଶବିଶେଷ “।

ସମସ୍ତଙ୍କ ପାଇଁ ନମସ୍କାର ଓ HAPPY GREGORIAN NEW YEAR.

Leave a Reply

Your email address will not be published. Required fields are marked *