ଅନ୍ ଲାଇନ୍ ଗେମ୍ ନେଲା ବିଏସଏଫ ଯବାନ ଙ୍କ ଜୀବନ
ଗରଦପୁର,୧୦/୬( ଦର୍ଶନ ସମୀକ୍ଷା) – ଅନଲାଇନ୍ ଗେମ୍ ଖେଳି କୁଦାନଗରୀ ଥାନା ରାମଚନ୍ଦ୍ରପୁର ପଂଚାୟତସ୍ଥିତ ପହଣା ଗ୍ରାମର ଅଭିରାମ ଦାଶଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ଦାଶ (୩୮) ଜୀବନ ହାରିଛନ୍ତି । ସୂର୍ଯ୍ୟକାନ୍ତ ବିଏସଏଫ ଯବାନ ଭାବେ କଲିକତା ରେ କାର୍ଯ୍ୟରତ ଥିଲେ । ଦୀର୍ଘ ଦୁଇ ବର୍ଷ ଧରି ସେ ଅନବରତ ଅନଲାଇନ୍ ଗେମ୍ ପ୍ରେମରେ ପଡ଼ିଥିଲେ । ଅନେକ ବାର ଅନଲାଇନ୍ ଗେମ୍ ଖେଳି ଆର୍ଥିକ କ୍ଷତିଗ୍ରସ୍ତ ହେଉଥିଲେ ସୁଦ୍ଧା ସେଥିରୁ ନିବୃତ ହେଉନଥିଲେ । ନିଜ ଦରମା ଅର୍ଥ ଅନଲାଇନ୍ ଗେମ୍ ରେ ଲଗାଇବା ସହିତ ଆର୍ଥିକ କ୍ଷତି ଭରଣା କରିବା ପାଇଁ ବାପା, ଭାଇ , ସାଙ୍ଗ ସାଥି ଓ ସମ୍ପର୍କିୟଙ୍କ ଠାରୁ ଏମିତି କେତେଥର ଅର୍ଥ ଧାର ନେଇ କ୍ଷତି ଭରଣା କରିଛନ୍ତି । ହେଲେ ନିଜ ସ୍ତ୍ରୀ , ପରିବାର ପକ୍ଷରୁ ଅନଲାଇନ୍ ଗେମ୍ ନଖେଳିବା ପାଇଁ ଯେତେବାର ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ମାନିନଥାନ୍ତି । ଲକ୍ଷାଧିକ ଟଙ୍କା ପରିବାର ତରଫରୁ ପୂର୍ବରୁ ଦିଆଯାଇଥିଲେ ମଧ୍ୟ ଆଉ ଅର୍ଥ ଦେଇପାରିନଥିଲେ । ନିକଟରେ ସୂର୍ଯ୍ୟକାନ୍ତ ହାରାହାରି ୬୫ ଲକ୍ଷ ଟଙ୍କା ଅନଲାଇନ୍ ଜୁଆରେ ହରାଇଥିଲେ । ସେ ବିଏସଏଫ କ୍ୟାମ୍ପ ରେ ବିଚଳିତ ଅବସ୍ଥାରେ ରହୁଥିଲେ । ଗତ ଶନିବାର ଦିନ ସୂର୍ଯ୍ୟକାନ୍ତ ନିଜ ହାତ କାଟି ଭିଡ଼ିଓ କଲ କରି ପରିବାର ଲୋକଙ୍କୁ ଦେଖାଇଥିଲେ । ପରିବାର ଲୋକ ରବିବାର ଦିନ ତାଙ୍କ ନିକଟରେ ଯାଇ ପହଂଚିଥିଲେ । ତାଙ୍କ ପିତା ଓ ସ୍ତ୍ରୀ ପହଂଚି ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଅବସାଦ ଓ ବିଚଳିତ ଅବସ୍ଥାରେ ଥିବା ସୂର୍ଯ୍ୟକାନ୍ତ ଅନ୍ୟ ଏକ ରୁମ୍ ରେ କବାଟ ଦେଇ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବିଏସଏଫ କ୍ୟାମ୍ପ ମେଡ଼ିକାଲକୁ ନିଆଯାଇଥିଲା ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ତାଙ୍କ ଶବ ବ୍ୟବଛେଦ କରାଯିବା ପରେ ଆଜି ଗ୍ରାମକୁ ଅଣାଯାଇ ଚିତ୍ରୋପôଳା ନଦୀ ତଟ ସ୍ମଶାନରେ ଶବ ସତକାର କରାଯାଇଛି । ତାଙ୍କର ଏକ ୮ ବର୍ଷର ଝିଅ ଓ ପତ୍ନୀ ଅଛନ୍ତି । ଉଲେଖନୀୟ ଏହିକି ଗତ ଦୁଇ ସପ୍ତାହ ତଳେ ଗରଦପୁର ବ୍ଲକ୍ ତଳକୁସୁମା ପଂଚାୟତ ବଙ୍ଗାରୀ ଗ୍ରାମର ଜଣେ ଇଂଜିନିଅରିଂ ଛାତ୍ର ଅନଲାଇନ୍ ଗେମ୍ ଖେଳି ନିଯେ ଜୀବନ ହାରିଥିଲେ ।
ଗରଦପୁର //ଅନ୍ ଲାଇନ୍ ଗେମ୍ ନେଲା ବିଏସଏଫ ଯବାନ ଙ୍କ ଜୀବନ,ହାରାହାରି ୬୫ ଲକ୍ଷ ଟଙ୍କା ଅନଲାଇନ୍ ଜୁଆରେ ହରାଇଥିଲେ ।

Leave a Reply