ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ କଳାକାର ଦିବସ ପାଳନ।
ଖୋର୍ଦ୍ଧା ୨୫/୭/ ଖୋର୍ଦ୍ଧା :ଦର୍ଶନ ସମୀକ୍ଷା
ରୋଟାରୀ କ୍ଲବ ରେ ଓଡିଶା ସିନେ ୱାର୍କର୍ସା ଆଶ୍ସୋସିଏସନ ତାରଫରୁ ସନ୍ଧ୍ୟା ୬ଘଂଟିକା ସମୟରେ କଳାକାର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେମାନ୍ୟବର ବିଧାୟକ ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କ ପାଇଁ ଦିନଟିଏ ଓ ବିଭିର୍ଣ୍ଣ ସମସ୍ୟା ଉପରେ ଆଲୋକପାତ କରିଥିଲେ, ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା କଳାକାର ମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କଳାକାର ମାନେ ସାମିଲ ହୋଇ ରୋଜଗାର କରିପାରିବେ ଓ କଳାକାର ଟିଏ ଦୁସ୍ଥ ନୁହେଁ ବୋଲି ସମାଲୋଚନା କରିଥିଲେ, ବର୍ତ୍ତମାନ ଦୁନିଆରେ କଳାକୁ ପେଷା ଭାବରେ ଗ୍ରହଣ କରି ସ୍ୱାଭିମାନ ସହିତ ବଂଚିପାରିବ ବୋଲି କହିଥିଲେ।।ସଭାପତି ଭାବେ କବି ତଥା ପରିବେଷବିତ୍ତ ଶ୍ରୀଯୁକ୍ତ ଧନେଶ୍ୱର ବିଧାର ସଭା ପରିଚାଳନା କରିଥିଲେ,ସମାଜସେବୀ ପି. ବାଲାଜୀ ପାତ୍ର,, ବରିଷ୍ଠ କଳାକାର ତଥା ଅଭିନେତା କମଳ କୁମାର ଦାସ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, କବୟିତ୍ରୀ ସଂଯୁକ୍ତା ବେହେରା ଓ ଖୋର୍ଦ୍ଧା ମମ୍ ଡ୍ୟାନ୍ସ ଗ୍ରୁପର କଳାକାର ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, କଳାକାର ସରୋଜିନୀ ଛାଟୋଇ, ଆକାଂକ୍ଷା ମହାପାତ୍ର, ଅଲିଭା ବେହେରା, ରଶ୍ମିତା ସୁବୁଦ୍ଧି, ଅର୍ଚନା ରାୟ, ଅଙ୍କିତା ସାମନ୍ତ, ଶ୍ରଦ୍ଧାଞ୍ଜଳି ସାହୁ, ସୁଦେଷ୍ଣା ପ୍ରିୟଦର୍ଶିନୀ, ଲିଲି ଛୋଟରାୟ ଅମ୍ରିତା ଛୋଟରାୟ,ସାଇଶ୍ରୀ ମହାପାତ୍ର, ସ୍ମୃତିରେଖା ସେଠୀ, ନମିତା ରଣା, ସସ୍ମିତା ସାହୁ, ସାଗରୀକା ନାୟକ, ଆୟାସା ସେନାପତି ନୃତ୍ୟ କଳା ପ୍ରଦର୍ଶନ କରିଥିଲେ, ଗାୟତ୍ରୀ ପାଢ଼ୀ ଓ ଗୁରୁ ଉଷା ରାଣୀ ପାଇକରାୟ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ, ଶେଷରେ କଳାକାର ଦିବସ ପାଇଁ ଉଦ୍ଧିଷ୍ଠ କେକ ମୁଖ୍ୟ ଅତିଥି କାଟି କଳାକାର ମାନଙ୍କୁ ଖୁଆଇଥିଲେ ଓ ନୃତ୍ୟ ମାଧ୍ୟମରେ ଖୁସି ମନଇଥିଲେ, ଅନୁଷ୍ଠାନ ର ସମ୍ପାଦକ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
Leave a Reply