ଖୋର୍ଦ୍ଧା //ଓ ୟୁ ଜେ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ସହ ବାଣପୁରରେ ଘଟିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Spread the love

ଓ ୟୁ ଜେ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ସହ ବାଣପୁରରେ ଘଟିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

ଖୋର୍ଦ୍ଧା: ୦୪,୮,ଦର୍ଶନ ସମୀକ୍ଷା

ଆଜି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫୁଲତୋଳା ଓ ଉପଢୌକନ ସହ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମା ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥି ସହ ବାଣପୁରରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ୟୁନିଅନର ଜିଲ୍ଲା ସଭାପତି ତପନ କୁମାର ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ରୁପେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଯୋଗ ଦେଇଥିଲେ। ଆଜିର ସୌଜନ୍ୟ ମୂଳକ ସାକ୍ଷାତ ଓ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୟଦ ଅନସର ଅଲ୍ଲୀ, ଖୋର୍ଦ୍ଧା ବ୍ଲକ ସମ୍ପାଦକ ରାଜେଶ୍ ଚନ୍ଦ୍ର ମହାନ୍ତି, ବେଗୁନିଆ ବ୍ଲକ ସମ୍ପାଦକ ଚନ୍ଦନ କୁମାର ସୁନ୍ଦରାୟ,ଜଟଣୀ ବ୍ଲକ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ, ସଭ୍ୟ ମାନଙ୍କ ମଧ୍ୟରେ ସନ୍ଦୀପ ବର୍ମନ୍, ମହମ୍ମଦ ଇମଦାଦ ସରିଫ୍, ପ୍ରକାଶ ପଟ୍ଟନାୟକ, ରମେଶ ସାମନ୍ତରାୟ, ରାଜେନ୍ଦ୍ର ପ୍ରସାଦ ନାୟକ, ଶୁଭଲକ୍ଷ୍ମୀ ସାମନ୍ତରା, ଲକ୍ଷ୍ମୀ ନାରାୟଣ ମହାପାତ୍ର, ମହମ୍ମଦ ଫଜଲୁର୍ ରହମାନ, ସତ୍ୟନାରାୟଣ ସାମନ୍ତରାୟ, ସେକ ଅନଓର୍ ଅଲ୍ଲୀ, ଅୟେସ ମହାନ୍ତି, ମହମ୍ମଦ ଖାନ ଓ ଶିବ ଚରଣ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *