ଟ୍ରିପଲ ‘ଏ’ ରେ ୩୦ତମ ପ୍ରତିଷ୍ଠା ଦିବସ ପାଳିତ
ଖୋର୍ଦ୍ଧା ତା: ୦୭/୦୮/୨୦୨୫ ଦର୍ଶନ ସମୀକ୍ଷା
ଆଜି ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ‘ଏ’ ରେ ୩୦ତମ ପ୍ରତିଷ୍ଠା ଦିବସ ପାଳିତ କରାଯାଇଥିଲା । ଏହି ଜନ୍ମବାର୍ଷିକ ଉତ୍ସବଟିକୁ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଡାକ୍ତର ନନ୍ଦକିଶୋର ପଟ୍ଟନାୟକ ମହୋଦୟ ଏବଂ ଅଧ୍ୟକ୍ଷା ଡକ୍ଟର ଦିପ୍ତିମୟୀ ମହାନ୍ତି ମହୋଦୟାଙ୍କ ସମେତ ମେଜର ସୁଶାନ୍ତ ମହାନ୍ତି ମହୋଦୟ , ଇଷ୍ଟେଟ୍ ମ୍ୟାନେଜର୍ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ମହୋଦୟ , ଆସୋସିଏଟ୍ ଡିରେକ୍ଟର ଶ୍ରୀମତୀ ମିତାଲି ପରିଡା ମହୋଦୟା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ତତ୍ ପରେ ପ୍ରତିଷ୍ଠାତା ମହୋଦୟଙ୍କ ଦ୍ବାରା ପ୍ରଦର୍ଶନୀର ଉଦଘାଟନ କରାଯାଇଥିଲା । ଦିବସଟିକୁ ସ୍ମରଣୀୟ କରିବା ପାଇଁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, ସାହିତ୍ୟ , ହିନ୍ଦୀ, ସଂସ୍କୃତ, ବାଣିଜ୍ଯ, ଗଣିତ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା, ଯେଉଁଥିରେ କି ୨୩୦ ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ପ୍ରଦର୍ଶନୀକୁ ଅଭିଭାବକ ଏବଂ ସର୍ବସାଧାରଣଙ୍କ ପାଇଁ ଦିନ ୨ଟା ପର୍ଯ୍ୟନ୍ତ ଉନ୍ମୁକ୍ତ ଥିଲା । ଏହାପରେ ଅପରାହ୍ଣ ୨ଟାରୁ ଆରମ୍ଭ କରାଯାଇଥିଲା ସମ୍ମିଳିତ ସଭା । ଜନ୍ନଦିନର ଅଭିନନ୍ଦନ ଜଣାଇ ପିଲାମାନେ ଏକ ସୁମଧୁର ସଙ୍ଗୀତ ପରିବେଷଣ କରି ସଭାଟିକୁ ଆରମ୍ଭ କରିଥିଲେ । ତାପରେ କେକ୍ କଟାଯାଇଥିଲା ଏବଂ ଅଧ୍ୟକ୍ଷା ମହୋଦୟା ସମସ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରଦର୍ଶନୀର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏକାଦଶ ଶ୍ରେଣୀର ମାଷ୍ଟର ସଂଘର୍ଷ ଏବଂ ମିସ୍ ରିଶିତା ପରିଚାଳନା କରିବା ସହିତ ମିସ୍ ସାନିଆ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିବା ପାଇଁ ଅତିଥିମଣ୍ଡଳୀଙ୍କଠାରୁ ଅନୁମତି ଭିକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Leave a Reply