Spread the love

ଚନ୍ଦକା ଥାନା ର ଆଉ ଏକ ସଫଳତା, ଧରାପଡ଼ିଲେ ଚାରିଜଣ ଚୋର,, ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରୁ ଦୀର୍ଘ ଦିନ ହେବ ବିଭିନ୍ନ ଆପାର୍ଟମେଣ୍ଟ ଓ ବ୍ୟଜ୍ତିବିଶେଷ ଙ୍କ ପରିସର ରୁ ଚୋରିହେଉଥିବା ଅନେକ ଖବର ଆସୁଥିବାରୁ ଭୁବନେଶ୍ୱର ପୋଲିସ କମିଶନରେଟ ତରଫରୁ ଏକ ବୈଠକ କରାଯାଇ କିପରି ଏହାର ମୂଳଉତ୍ପାଟନ ହେବ ନିଷ୍ପତି ନିଆଯାଇଥିଲା, ସେଥିପାଇଁ ଦ୍ୱୈତ ନଗରୀ ରେ ବିଭିନ୍ନ ଥାନା ମାନଂକରେ ନୂତନ ଥାନା ଅଧିକାରୀ ବଦଳି ହେଇଥିଲେ, ସେଇପରି ଚନ୍ଦକା ଥାନା ର ଏକ କେଶ ସ୍ଥାନୀୟ କଳିଙ୍ଗ ନଗର ଅଞ୍ଚଳରୁ ବିକ୍ରମ ଗିରି ଙ୍କ ତରଫରୁ ,14/2/2024 ରେ ,ହେଇଥିଲା ଏକ ପ୍ରୋଜେକ୍ଟ ସାଇଟ ରୁ କିଛି ଯନ୍ତ୍ରଂଶ ସହିତ ପାଣିପମ୍ପ ମାନ ଚୋରି ହେଇଥିଲା,, ଚନ୍ଦକା ଥାନା ର ନୂତନ ବଦଳିହେଇ ଆସିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଜେନା କେଶଟିକୁ ଗୁରୁତର ସହିତ ନେଇ ତଦନ୍ତ କରିଥିଲେ, ଶ୍ରୀ ଜେନା ଚନ୍ଦକା ଥାନାରେ ଜଏନ କରିବାର ଅଳ୍ପ ଦିନ ମଧ୍ୟରେ କେଶ ଟିକୁ ସମାଧାନ କରି ଆସାମୀ ମାନଂକୁ ଧରିଥିଲେ,, ସେମାନଙ୍କ ଠାରୁ ଜବତ ହେଲା ପ୍ରୋଜେକ୍ଟ ସାଇଟରୁ ଚୋରି ଯାଇଥିବା ପାଣିପାମ୍ପ ଓ ରଶି, ଧରାପଡ଼ିଥିବା ଆସାମୀ ସ୍ଥାନୀୟ ଅଞ୍ଚଳର ମହେଶ୍ୱର ଭୋଇ,20ବର୍ଷ , ଶିବୁ ଭୋଇ, (20)ବିକାଶ ଭୋଇ, (20)ଓ ବିଶ୍ୱନାଥ ଭୋଇ,,,23 ବର୍ଷ,ଚନ୍ଦକା ପୋଲିସ ଅପରାଧୀ ଦମନରେ ଆଗରୁ ଅନେକ ସଫଳତା ପାଇଥିବା ବେଳେ ନୂତନ ଥାନା ଅଧିକାରୀ ଙ୍କୁ ସ୍ଥାନୀୟ ଅଂଚଳ ର ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରୁଥିବା ଶୁଣାଯାଉଛି,,

Leave a Reply

Your email address will not be published. Required fields are marked *