ଖଲ୍ଲିକୋଟ//ମାଗଣା ଆମ୍ବୁଲାନ୍ସ ସେବା ପ୍ରହସନରେ ପରିଣତ : ସ୍ୱେଚ୍ଛାସେବୀଙ୍କ ସହଯୋଗରେ ରୋଗୀ ବ୍ରହ୍ମପୁର ସ୍ଥାନାନ୍ତର,ନିଜେ ଡାକ୍ତର ଫୋନ୍ କରିଥିଲେ ମଧ୍ୟ କୈ।ଣସି ପ୍ରକାର ସୁଫଳ ମିଳିଲା ନାହିଁ

Spread the love

ଖଲ୍ଲିକୋଟ: ମାଗଣା ଆମ୍ବୁଲାନ୍ସ ସେବା ପ୍ରହସନରେ ପରିଣତ : ସ୍ୱେଚ୍ଛାସେବୀଙ୍କ ସହଯୋଗରେ ରୋଗୀ ବ୍ରହ୍ମପୁର ସ୍ଥାନାନ୍ତର

ସାଧାରଣ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଏପ୍ରକାର ସେବା ସମ୍ପ୍ରତି ପ୍ରହସନରେ ପରିଣତ ହୋଇଛି । ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅର୍ନ୍ତଗତ ଓଡ଼ିଆ ଆଲପୁର ଗ୍ରାମର ସୁଚିତ୍ରା ତରେଇଙ୍କ ସ୍ୱାମୀ ନାରାୟଣ ତରେଇଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ପ୍ରଥମେ ତାହାଙ୍କ ସ୍ୱାମୀଙ୍କୁ ଖଲ୍ଲିକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଧରି ଆସିଥିଲେ ।

ସ୍ଥାନୀୟ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନେବା ପାଇଁ ପରାମର୍ଶ କରିଥିଲେ ହେଁ ସୁଚିତ୍ରା ୧୦୮କୁ ବାରମ୍ବାର ଫୋନ୍ କରିଥିଲେ ଆମ୍ବୁଲାନ୍ସ ପାଇଁ ; କିନ୍ତୁ ଦୁଃଖର ବିଷୟ ୧୦୮କୁ ଫୋନ୍ କରିବାରୁ ଆମ୍ବୁଲାନ୍ସ ନାହିଁ ବେସରକାରୀ ଆମ୍ବୁଲାନ୍ସ କରି ରୋଗୀକୁ ବ୍ରହ୍ମପୁର ନେଇଯାଅ । ଆଜି ଦିନ ୧୦ ଘ ୩୦ ମିନିଟରୁ ନାରାୟଣଙ୍କ ସ୍ତ୍ରୀ ଏବଂ ପରେ ନିଜେ ଡାକ୍ତର ଫୋନ୍ କରିଥିଲେ ମଧ୍ୟ କୈ।ଣସି ପ୍ରକାର ସୁଫଳ ମିଳିଲା ନାହିଁ । ଦୀର୍ଘ ପାଞ୍ଚ ଘଣ୍ଟା ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ବିଶ୍ୱରଞ୍ଜନ ପଣ୍ଡା ଏବଂ ଲକ୍ଷ୍ମୀକାନ୍ତ ମହାପାତ୍ର ଉଭୟେ ନିଜ ହାତରୁ ଖର୍ଚ୍ଚ କରି ନିଜସ୍ୱ ଉଦ୍ୟମରେ ରୋଗୀ ଜଣକୁ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ । ରୋଗୀ ଜଣକ ନିହାତି ଗରିବ ପରିବାରର ହୋଇଥିବାରୁ ବେସରକାରୀ ଆମ୍ବୁଲାନ୍ସ ଯୋଗାଡ଼ କରିବା ତାହାଙ୍କ ପାଇଁ ଅସମ୍ଭବ ଥିଲା । ପ୍ରକୃତ ପକ୍ଷେ ଆମ୍ବୁଲାନ୍ସ ସେବା ସାଧାରଣ ରୋଗୀଙ୍କୁ ଉପଲବ୍ଧ ନହେବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଘଟଣାର ନିରପେକ୍ଷ ତଦନ୍ତ କଲେ ଏହାରି ମୂଳରେ ରହିଥିବା ଅସଲ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *