ଖଲ୍ଲିକୋଟ ରେ ସୌମ୍ୟାଶ୍ରୀ ତାତି, ଓଡିଶା ବନ୍ଦ ସଫଳ
ଖଲ୍ଲିକୋଟ 17.07.2025ଦର୍ଶନ ସମୀକ୍ଷା
ଆଜି ଓଡିଶା ବନ୍ଦ୍ ପରିପ୍ରେକ୍ଷୀରେ ଖଲ୍ଲିକୋଟ ରେ ଜୀବନ ଯାତ୍ରା ସଂପୂର୍ଣ ଠପ୍ ହୋଇଯାଇଛି। ବାଲେଶ୍ଵର ଏଫ୍ ଏମ କଲେଜ୍ ର ଛାତ୍ରୀ ସୌମ୍ୟାଶ୍ରୀ ବିଶୀ ଙ୍କ ଆତ୍ମ ଦାହ କୁ କମ୍ୟୁନିଷ୍ଟ ପାର୍ଟୀ ବ୍ୟବସ୍ଥାକୃତ ହତ୍ୟା ବୋଲି ଅଭିହିତ କରି ଯେଉଁ ଓଡ଼ିଶା ବନ୍ଦ୍ ର ଡାକରା ଦିଆଯାଇଥିଲା ସେଥିରେ ଖଲ୍ଲିକୋଟ ଅଞ୍ଚଳର ସହ ସହ ଜନସାଧାରଣ ଜାତୀୟ କଂଗ୍ରେସ୍ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତୃତ୍ଵ ରେ ଓଡ଼ିଶା ବନ୍ଦ୍ କୁ ସଫଳ କରିଥିଲେ। ସକାଳ ଆଠ ଟା ରେ ନିର୍ମଳ ଝର ଛକ ଠାରେ ରାସ୍ତା ରୋକ କରିବା ସହ ସମସ୍ତ ଅଫିସ୍ ଦପ୍ତର ଆଗରେ ପିକେଟିଂ କରିଥିଲେ।
ଦିନ ଏଗାରଟା ଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ଖଲ୍ଲିକୋଟ ବଜାର ପରିକ୍ରମା କଲା ପରେ କେଶପୂର୍ ଛକ ଠାରେ 16 no ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ଖଲ୍ଲିକୋଟ ଏବଂ କେଶପୁର ଅଞ୍ଚଳର ଜନ ସାଧାରଣ ସ୍ଵତଃ ପ୍ରବୃତ୍ତ ଭାବରେ ଏହି ବନ୍ଦ୍ କୁ ସମର୍ଥନ ଜଣାଇଛନ୍ତି।
ଆଜିର ଏହି ଓଡ଼ିଶା ବନ୍ଦ୍ କାର୍ଯକ୍ରମ ରେ ଜାତୀୟ କଂଗ୍ରେସ୍ ପକ୍ଷରୁ ବିଧାୟକ ପ୍ରାର୍ଥୀ ଶ୍ରୀ ଚିତ୍ତରଞ୍ଜନ ବେହେରା, ଶ୍ରୀ ବିଶ୍ୱଜିତ୍ ତରାଇ, ଶ୍ରୀ ମେଘନାଦ ଦଲାଇ, ଶ୍ରମିକ ନେତା ଶ୍ରୀ ଭୋକଲି ସେଠୀ, ଅଜୟ ପଣ୍ଡା, ଶ୍ରୀ ବିଜୟ ସାହୁ, ପ୍ରଭାତ ସାମନ୍ତରାୟ, ପ୍ରମୁଖ ଭାଗ ନେଇ ଥିବା ବେଳେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ନେତା ସାଥୀ ଶ୍ରୀ ହର୍ଷ ରଥ, ଅଞ୍ଚଳ ପାର୍ଟୀ ସମ୍ପାଦକ ସାଥୀ ଶୀମାଞ୍ଚଳ ବେହେରା, ସହ ସମ୍ପାଦକ ସାଥୀ ମନୋଜ ଗୌଡ଼, ସାଥୀ ବିଦ୍ୟାଧର ବେହେରା, ସାଥୀ ଜୟରାମ ଦାସ, ଶ୍ରମିକ ନେତା ସାଥୀ ଦୁର୍ଗା ଚରଣ ପାତ୍ର, ସାଥୀ ରଘୁନାଥ ଗୌଡ଼, ଲକ୍ଷ୍ମୀ ପାଣିଗ୍ରାହୀ, କନ୍ଧ ପ୍ରଧାନ, ଗୁରୁଦେବ ଜାନି, ସନ୍ତୋଷ ଦଳେଇ ପ୍ରମୁଖ ନେତୃତ୍ବ ନେଇଥିଲେ |ଖଲ୍ଲିକୋଟ ରେ କଂଗ୍ରେସ ଓ ସି ପି ଅଇ ମିଳିତ ଆନ୍ଦୋଳନ ରେ ଓଡିଶା ବନ୍ଦ କୁ ମୋଟାମୋଟି ଭଲ ସଫଳତା ମିଳି ଥିବା ଦେଖିବାକୁ ମିଳିଥିଲା |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
Leave a Reply