ଖଲ୍ଲିକୋଟ:ନିର୍ମଳଝର ଛକ ରେ ପୋଲିସ ର ଚଢ଼ାଉ, 720 ଲିଟର ବେଆଇନ ଦେଶୀ
ମଦ ସହ କାର ଜବତ, ଏକ ଗିରଫ |
ଖଲ୍ଲିକୋଟ : 22 /7 ଦର୍ଶନ ସମୀକ୍ଷା
ମଙ୍ଗଳବାର ଦିନ ଖଲ୍ଲିକୋଟ ସ୍ଥିତ ନିର୍ମଳଝର ଛକ ଠାରେ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି 720 ଲିଟର ବେଆଇନ ଦେଶୀ ମଦ ବୋଝେଇ କାର ଜବତ ସହ କାର ଚାଳକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଅପଡ଼ିଛି |

ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆପାଟ ସ୍ଥିତ ଆଦିବାସୀ ପଲ୍ଲୀ ଠାରୁ ଆସିକା ଅଭିମୁଖେ ବେଆଇନ ଦେଶୀ ମହୁଲି ମଦ କୁ ବୋଝେଇ କରି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ଭାଢ଼ାଉ କରି କାର ନମ୍ବର ଓଡି 020 କ୍ଯୁ 7206 କାର ଜବତ କରି ଥାନା କେସ ନମ୍ବର 606 / 25 ରେ ଗାଡି ଚାଳକ ଆସିକା ଥାନା କୋଟିନଡା ଗ୍ରାମ ର ଉପେନ୍ଦ୍ର ସାହୁ ଙ୍କ ପୁଅ ଶମ୍ଭୁ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ( ଫୋଟୋ ) ରିପୋର୍ଟ : ମାଧବ ବେହେରା
Leave a Reply