ଖଲିକୋଟ //ସତ୍ୟସାଇ ଟ୍ୟୁଟୋରିଆଲ, ଖଲ୍ଲିକୋଟ ଠାରେ ଡ. ଏ. ପି. ଜେ. ଅବଦୁଲ୍ କଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସହଯୋଗରେ ଖଲ୍ଲିକୋଟ ସାହିତ୍ୟ ସଂସ୍ଥାନର ପ୍ରଥମ ସାହିତ୍ୟ ଆସର ଶ୍ରୀଯୁକ୍ତ ନବୀନ କୁମାର ପ୍ରମାଣିକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି

Spread the love

ଖଲ୍ଲିକୋଟ ସାହିତ୍ୟ ସଂସ୍ଥାନର ପ୍ରଥମ ସାହିତ୍ୟ ଆସର

ଅଦ୍ୟ ତା ୧୩/୦୭/୨୦୨୫ ଦର୍ଶନ ସମୀକ୍ଷା

ରିଖ ରବିବାର ଦିବା ୩ ଘଟିକା ସମୟରେ ସତ୍ୟସାଇ ଟ୍ୟୁଟୋରିଆଲ, ଖଲ୍ଲିକୋଟ ଠାରେ ଡ. ଏ. ପି. ଜେ. ଅବଦୁଲ୍ କଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସହଯୋଗରେ ଖଲ୍ଲିକୋଟ ସାହିତ୍ୟ ସଂସ୍ଥାନର ପ୍ରଥମ ସାହିତ୍ୟ ଆସର ଶ୍ରୀଯୁକ୍ତ ନବୀନ କୁମାର ପ୍ରମାଣିକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। ନୂତନ ଯୁବ ସାହିତ୍ୟିକଙ୍କୁ ସୃଷ୍ଟି କରିବା ସହିତ ସମାଜର ଉନ୍ନତି ଦିଗରେ ସାହିତ୍ୟ କିପରି ଭାବରେ ଜଡ଼ିତ ତାହା ଏହି ସାହିତ୍ୟ ଆସରର ଲକ୍ଷ୍ୟ ଥିଲା । ଖଲ୍ଲିକୋଟ ସାହିତ୍ୟ ସଂସ୍ଥାନର ଆଭିମୁଖ୍ୟ ଓ ଭବିଷ୍ୟତ ପାଇଁ ଏହାର ଉପାଦେୟତା ସଂପର୍କରେ ଅବସରପ୍ରାପ୍ତ ଅଧ୍ୟାପକ ଓ ବିଶିଷ୍ଟ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ରଥ ବକ୍ତବ୍ୟ ରଖିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ଡ. ଶ୍ୟାମା ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ, ଅଧ୍ୟାପିକା ତଥା ବିଶିଷ୍ଟ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଯୋଗ ଦେଇ ସାହିତ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପଚନ୍ଦ୍ର ମହାପାତ୍ର, ଦଣ୍ଡପାଣି ବେହେରା, ଶିକ୍ଷକ ମହାଦେବ ମଲ୍ଲିକ, କବି ଅନୁପମା ଦାସ, ମନୋଜ କୁମାର ପ୍ରଧାନ, ସ୍ୱାଗତିକା ପାଢ଼ୀ, ଶ୍ରାବଣୀ ଦାସ ଇତ୍ୟାଦି ସାହିତ୍ୟିକମାନେ ନିଜର କବିତାକୁ ଆବୃତ୍ତି କରିଥିଲେ । ଏହି ସାହିତ୍ୟ ଆସରକୁ ସଂଯୋଜନା କରୁଥିଲେ ଶ୍ୟାମା ସୁନ୍ଦର ଦାସ। ଶେଷରେ ସଂସ୍ଥାନର ସଂପାଦକ ପ୍ରଭାତ କୁମାର ଷଡ଼ଙ୍ଗୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *