ସନାତନ ଧର୍ମରେ ତାତ୍ତ୍ଵିକ ଦୃଷ୍ଟିକୋଣରୁ ଇଶ୍ଵର ଏକ ହେଲେ ମଧ୍ୟ ବ୍ୟବହାରିକ ଦୃଷ୍ଟି କୋଣରୁ ବହୁଦେବତାଙ୍କ ଉପାସନା ପ୍ରଚଳିତ । ଏ ବିଷୟକୁ ନେଇ ଧର୍ମଶାସ୍ତ୍ରରେ ଅନଭିଜ୍ଞ ବ୍ୟକ୍ତି ଏହାକୁ ହିନ୍ଦୁଧର୍ମର ଦୁର୍ବଳତା ବୋଲି ବିଚାର କରିଥାଏ । ସୃଷ୍ଟିର ପରିଚାଳନା ନିମିତ୍ତ ପରମାତ୍ମାଙ୍କର ଏହା ଏକ ସୁଚିନ୍ତିତ ବ୍ୟବସ୍ଥା କହିଲେ ଠିକ୍ ହେବ | ପ୍ରଥମେ ଆମେ ଆମ ଶରୀର କଥା ବିଚାର କରିବା | ପାଞ୍ଚ କର୍ମେନ୍ଦ୍ରିୟ , ପାଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି ଅହଙ୍କାର, ଏମାନଙ୍କର ସ୍ଵରୂପରେ ବେଶ ଭିନ୍ନତା ଦେଖା ଯାଇଥାଏ ,ତାଠାରୁ ଆହୁରି ବିଚିତ୍ର ହେଲା ଏ ସମସ୍ତଙ୍କର ଅଧିଷ୍ଠାତା ଦେବତା ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି, ମାତ୍ର ସମସ୍ତେ ଏଇ ଶରୀରର ପରିଚାଳନା ନିମିତ୍ତ ଉଦିଷ୍ଟ । ଆମେ କଥା କଥା କେ କହିଥାଉଁ, ମୁଁ ଖାଉଛି, ମୁଁ ଦେଖୁଛି , ମୁଁ ଶୁଣୁଛି, ମୁଁ ଚାଲୁଛି ବୁଲୁଛି ଇତ୍ୟାଦି| କିନ୍ତୁ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ କାମ କରିଥାନ୍ତି , ଠିକ୍ ସେହିପରି ଏସୃଷ୍ଟିର ପ୍ରକ୍ରିୟା ଚାଲୁ ରହିବାପାଇଁ ପରମାତ୍ମା ପଞ୍ଚଭୂତ.,ଗଣେଶ ,ସୂର୍ଯ୍ୟ ଚନ୍ଦ୍ର , ବ୍ରହ୍ମା, ବିଷ୍ଣୁ, ଶିବ,ଦୁର୍ଗା ରୂପରେ ଉଦ୍ଭାସିତ ହୋଇଛନ୍ତି, ତାଙ୍କରି ଶକ୍ତିରେ ଏମାନେ ସମସ୍ତେ ପରିଚାଳିତ, ଏପରିକି ଗୀତାରେ ଭଗବାନ କହୁଛନ୍ତି ତୁମେ ଯେଉଁ ଦେବତାଙ୍କୁ ପୂଜା କଲେ ମଧ୍ୟ ପ୍ରକାରାନ୍ତରେ ଫଳଦାତା ମୁଁ, କାରଣ ସବଳ ସୃଷ୍ଟିରେ ମୋ ବ୍ୟତୀତ ଆଉ କେହି ନାହିଁନ୍ତି ,ସୃଷ୍ଟି ସ୍ଥିତି ପ୍ରଳୟର କର୍ତ୍ତା ହେଉଛି ମୁଁ ,ସବୁ ପରମାସଠାରୁ ଆସି ପୁଣି ତାଙ୍କରି ଠାରେ ବିଲିନ ହୋଇଯାଏ, ଯେପରି ୭ଟି ଯାକ ରଙ୍ଗ ସୂର୍ଯ୍ୟଙ୍କଠାରୁ ଆସିଥାନ୍ତି ପୁଣି ତାଙ୍କଠାରେ ମିଶିଯାଆନ୍ତି ,ଆମ ଗଣତନ୍ତ୍ର ଶାସନ କଥା ବିଚାର କରିବା | ବିଶାଳ ଭାରତବର୍ଷ ଛୋଟ ଗାଁ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଳକ, ସବଡ଼ିଭିଜନ୍, ଜିଲା ଓ ବିଭିନ୍ନ ପ୍ରଦେଶରେ ବିଭାଜିତ ‘ସମସ୍ତଙ୍କର ଅଧିକାରୀ ମଧ୍ୟ ଅଲଗା ଅଲଗା ନାମଧାରୀ ହେଲେ ମଧ୍ୟ ରାଷ୍ଟ୍ରପତିଙ୍କ ନାମରେ ଶାସନ ଚାଲିଥାଏ , ଯିଏ ଯାହାକରୁ ଆମେ ଭାରତ ସରକାର କରୁଛି ବୋଲି କହିଥାଉଁ ‘ଯାହାଙ୍କ ହାତରୁ ଟଙ୍କା ପଇସା ଚାଉଳ ଯାହା ମିଳୁ ସରକାର ଦେଉଛି ବୋଲି କହିଥାଉଁ, ଯାହାକୁ ପ୍ରଣାମ କଲେ ମଧ୍ୟ ସରକାରଙ୍କୁ କରିଥାଉଁ’ଠିକ୍ ସେହି ଭଳି ଆକାଶରୁ ଯେଉଁ ଜଳରାଶି ଭୂଳରେ ପଡ଼ିଥାଏ ତାହା ସମୁଦ୍ରକୁ ଯାଇଥାଏ । ଠିକ୍ ସେହିପରି ଆମେ ଯେକୌଣସି ଦେବତାଙ୍କୁ ପ୍ରଣାମ କଲେ ତାହା କେଶବଙ୍କ ନିକଟରେ ପହଞ୍ଚିଥାଏ , ଆକାଶାତ୍ ପତିତମ୍ ତୋୟଂ ଯଥା ଗଛତି ସାଗରମ୍ । ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଛତି । ଏଠାରେ \ କେଶକ, ଶବ୍ଦର ଅର୍ଥ ବୁଝିଗଲେ ସମସ୍ତ ଶଙ୍କା ଦୂର ହୋଇଯିବ, କ’ କହିଲେ ସୃଷ୍ଟିକର୍ତ୍ତା ବ୍ରହ୍ମା,ଇଶ, କହିଲେ ପ୍ରଳୟ କର୍ତ୍ତା ଶିବ ଓ ବ, କହିଲେ ପାଳନ କର୍ତ୍ତା ବିଷ୍ଣୁ ,ଅର୍ଥାତ୍ ସୃଷ୍ଟି, ସ୍ଥିତି ପ୍ରଳୟର ଯେ କର୍ତ୍ତା ସ୍ୱୟଂ ପରମେଶ୍ଵରଙ୍କୁ କେଶବ ବୋଲି ସମ୍ବୋଧନ କରାଯାଇଛି, ଏହା ହଁ ସନାତନ ଧର୍ମର ଏକେଶ୍ଵର ବାଦର ମୂଳ ରହସ୍ୟ |ଜୟ ଜଗନ୍ନାଥ !
“କ୍ରୋଧ” ବୁଦ୍ଧି କୁ ଖାଏ .
“ଅହଂକାର” ମନ କୁ ଖାଏ
“ଚିନ୍ତା” ବୟସ କୁ ଖାଏ
“ଲାଞ୍ଚ” ମଣିଷ ପଣିଆ କୁ ଖାଏ
“ଲୋଭ” ସ୍ବାଭିମାନ କୁ ଖାଏ
“ଜିଦି” ସମ୍ମାନ କୁ ଖାଏ ।
ଚେଷ୍ଟା କରି ଏସବୁଠୁ ଦୂରରେ ରହିଲେ ମଣିଷ ସୁଖଶାନ୍ତିରେ ଜୀବନ ଯାପନ କରିଥାଏ ।