Spread the love

ଗୋଟିଏ କଥା ସତ୍ୟ ଯେ ଜଗତରେ ନିସ୍ଵାର୍ଥପର ଭାବରେ ଉପକାର କେବଳ ଦୁଇ ଜଣ କରନ୍ତି ବୋଲି ମୋର ମନେ ହୁଏ, ଜଣେ ମୁଁ ଆଉ ଜଣେ ମୋର ପ୍ରକୁର୍ତ୍ତ ସେବକ,, ଅନ୍ୟ ସମସ୍ତେ ସ୍ୱାର୍ଥର ମିତ୍ର, ଏହାହିଁ ସମସ୍ତ ମନୁଷ୍ୟ ମାନଙ୍କ ମଧ୍ୟରେ ପ୍ରାୟତଃ ଦେଖିବାକୁ ମିଳେ, କିନ୍ତୁ ସେ ଦୁଇ ଜଣକ ଭିତରେ ଏକ ସାଙ୍ଘାତିକ ରହସ୍ୟ ଲୁଚି ରହିଛି ଯାହା ଭଗବାନ ସୃଷ୍ଟି କରନ୍ତି, ସେ ଦୁଇଜଣକ ମଧ୍ୟରେ ମଝିରେ ମଝିରେ ଜଣେ ମଣିଷକୁ ଲୁକାୟତ ଭାବେ ପଠେଇଥାନ୍ତି, ଓ ସେ ମଣିଷଟି ନିମିଷକେ ମହାନ ସେବା କରି କୁଆଡେ ଉଭାନ ହେଇଯାନ୍ତି,,ଅତୟବ ଭଗବାନ ସର୍ବଦା ହିତ ହିଁ କରନ୍ତି,,ଯେମିତି ଆଜିର ସତ୍ୟ କାହାଣୀ ବି ସେଇପରି ଉଦାହରଣ ନିଆଯାଇପାରେ,, ଘଟଣା ଟି ଘଟିଥିଲା ସୁଦୂର ବିହାର ରାଜ୍ୟର ମୁଜାଫରପୁର ଜିଲ୍ଲାର (ଆୟାପୁର) ଥାନା କ୍ଷେତ୍ର ଅଞ୍ଚଳରୁ, 4 ନଭେମ୍ବର 2012 ମସିହାରେ, ଜଣେ ଥିଲେ ଶିକ୍ଷକ (ଅନନ୍ତ ରାମ) ତାଙ୍କ ନାଁ ରେ ସନ୍ଧ୍ୟା ସାତଟା ରେ ଆୟାପୁର ଥାନାରେ ଏକ କେଶ FIR ହୁଏ,, ଜଣେ ମହିଳା ଆସି ଥାନାରେ ଅଭିଯୋଗ କରନ୍ତି ତାଙ୍କୁ ବଳାତ୍କାର କରିଛନ୍ତି ଶିକ୍ଷକ ଅନନ୍ତରାମ, ଆୟପୁର ଥାନା ତରଫରୁ ଶିକ୍ଷକ ଙ୍କୁ ତା ପରଦିନ ଗିରଫ କରାଯାଏ, ଓ ଜେଲରେ ରୁହନ୍ତି ଅନନ୍ତରାମ, ଓକିଲ ଖୋଜା ହୁଏ, ଜଣେ କ୍ରିମିନାଲ ଓକିଲ ଯୋଗାଡ଼ କରାଯାଏ, ଆଡ଼ଭୋକେଟ ନାଁ (S K JHA) କିନ୍ତୁ କେଶ ନେବା ପୂର୍ବରୁ ଶ୍ରୀ ଝା ଜାଣିବାକୁ ଇଛୁକ ଯେ ସତରେ କଣ ଶିକ୍ଷକ ବଳାତ୍କାର କରିଛନ୍ତି, ହୁଏତ କରିଥାଇପାରନ୍ତି, ଆସାମୀ ସର୍ବଦା ମିଛ କୁହେ,, ତେଣୁ ସେ କେଶ ର ମୂଳରୁ ଯାଇ ତଦାରଖ କରନ୍ତି,, ଓ ଜାଣିବାକୁ ପାଆନ୍ତି ଯେ ଯୋଉ ମହିଳା ରେପ କେଶ ଦେଇଛନ୍ତି ତାଙ୍କ ସ୍ୱାମୀ ଶିକ୍ଷକ ଙ୍କ ଠାରୁ ଉଧାର ନେଇଥିଲେ ଏକ ଲକ୍ଷଟଙ୍କା, ଓ ଯୋଉଦିନ ମହିଳା ଥାନରେ ଆସି କହିଲେ ଯେ ତାଙ୍କୁ ବଳାତ୍କାର କରିଛନ୍ତି ଶିକ୍ଷକ ସେଇଦିନ ଜବରଦସ୍ତ ଝଗଡା ହେଇଥିଲା ଶିକ୍ଷକ ଓ ମହିଳାଙ୍କ ପରିବାର ଭିତରେ, ଶିକ୍ଷକ ଯାଇଥିଲେ ଟଙ୍କା ମାଗିବାକୁ ମହିଳାଙ୍କ ଘରକୁ, ଓ ସେଠାରେ ମାରପିଟ ହେଇଥିଲା ମହିଳାଙ୍କ ସ୍ୱାମୀ ବାଡେଇଥିଲେ ଶିକ୍ଷକଙ୍କୁ,, ଓ ତାଙ୍କୁ ନିକଟସ୍ଥ ମେଡିକାଲ ରେ ଆଡ଼ମିସନ କରାଯାଇଥିଲା ଶିକ୍ଷକ ଙ୍କୁ, FIR ହେଲା ସନ୍ଧ୍ୟା ବେଳେ ତାପରଦିନ ସେ ମେଡିକାଲ ରୁ ଡ଼ିସଜର୍ଜ ହେଲେ ଓ ସେଇଦିନ ପୋଲିସ ଗିରଫ କଲେ,ଆଡ଼ଭୋକେଟ ଝା ବାବୁ ସବୁ ବୁଝିଲେ ଓ ଜେଲରେ ଶିକ୍ଷକ ଙ୍କୁ ଭେଟି ସାନ୍ତ୍ୱନା ଦେଲେ କେଶ ଶୀଘ୍ର ଫଇସଲା ହେବ ଓ ବେଲ ପାଇଁ ତଳ କୋର୍ଟ ରେ ଆବେଦନ କଲେ,, ସେତେବେଳେ ବଳାତ୍କାର କେଶରେ ବେଲ ଶୀଘ୍ର ମିଳୁନଥିଲା, ପୋଲିସ ଚାର୍ଜସିଟ ପ୍ରଦାନ କଲେ କୋର୍ଟକୁ 6 may 2013 ଦିନ ପାଟନା କୋର୍ଟ ରେ କେଶ ଅର୍ଡର ହେଲା, ଦଣ୍ଡ ସ୍ୱରୂପ ତାଙ୍କୁ ଛ ବର୍ଷ ସଶ୍ରମ କାରାଦଣ୍ଡ,,, ସେଇଠି ଆଡ଼ଭୋକେଟ ଶ୍ରୀ ଝା ଶାହବ ଫୁଲ ଜନଗହଳି କୋର୍ଟ ରେ ହାକିମ ଙ୍କ ଆଗରେ ନିଜେ ପିନ୍ଦିଥିବା ପଇତା କୁ କାଢି ହାକିମ ଙ୍କ ଆଗରେ କହିଲେ ଯଦି ମୁଁ ପ୍ରକୁର୍ତ୍ତ ବ୍ରାହ୍ମଣ ତେବେ ୟେ କେଶ କୁ ମୁଁ ମୋ ନିଜ ଖର୍ଚ୍ଚରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେବି ଓ ପରଦା ଫାସ କରି ମୋ ମହକିଲ ଙ୍କୁ ନ୍ୟାୟ ଦେବି,, ପ୍ରକୁର୍ତ୍ତ ଘଟଣା ହେଉଛି ଶିକ୍ଷକ ଙ୍କ କେଶରେ ଯୋଉ (IO) ପୋଲିସ ସବ ଇନିସ୍ପେକ୍ଟର ଥିଲେ ନାଁ ଶ୍ରୀ (ରାମଚନ୍ଦ୍ର) ଶାହବ ଙ୍କ ପତ୍ନୀ ଆସି ଫାଇସଲା ଦିନ କୋର୍ଟରେ କହିଥିଲେ ଯେ ତାଙ୍କ ସ୍ୱାମୀ ଙ୍କ ମୁର୍ତ୍ତୃ ହେଲାଣି 15 ଡିସେମ୍ବର 2009 ରୁ ତେଣୁ ସେ ଆୟପୁର ଥାନା ବାବୁ ମାନେ ମିଛରେ ମୋ ସ୍ୱାମୀ ଙ୍କ ନାଁ ଦେଇଛନ୍ତି,,, ଓ ଡେଥ ସାର୍ଟିଫିକେଟ କୋର୍ଟରେ ରାମଚନ୍ଦ୍ର ଙ୍କ ପତ୍ନୀ ଦେଲେ ଓ କହିଲେ ସେ ପେନସନ ବି ପାଉଛନ୍ତି, ସେଇଠୁ ଓକିଲ ଶ୍ରୀ ଝା ଙ୍କୁ ମୁଣ୍ଡ ଚକ୍କର ଦେଲା,, ଏହା କିପରି ସମ୍ଭବ ମୋତେ ଆୟପୁର ଥାନାରେ କହିଥିଲେ ରାମଚନ୍ଦ୍ର ଙ୍କ ବଦଳି ହେଇଚି ବୋଲି,,, ତେବେ ଯାହାହେଉ ଦିନ ରାତି ଓକିଲ ଝା ଲାଗିଲେ ପ୍ରମାଣ ଯୋଗାଡ଼ରେ,,କେଶ କଲେ ହଇକୋର୍ଟ ରେ, ଏପଟେ ଖୋଜି ଖୋଜି ପାଇଲେ ରାମଚନ୍ଦ୍ର ବାବୁଙ୍କୁ, ସେ ଥିଲେ ବିହାର CID ବିଭାଗରେ,,, ସେତେବେଳେ କୁ ପାଞ୍ଚ ବର୍ଷ ହେଇଗଲାଣି,, ଶିକ୍ଷକ କାରାଦଣ୍ଡ ରେ ହଇକୋର୍ଟ କେଶ ଟିକୁ ଅନୁଧ୍ୟାନ କରି ଶିକ୍ଷକ ଙ୍କୁ ମୁକୁଳେଇବାର ଅର୍ଡର କଲେ, ଶିକ୍ଷକ ଜେଲରେ ରହିଥିଲେ ପାଞ୍ଚ ବର୍ଷ ଆଠ ଦିନ ଶେଷରେ ମୁକୁଳିଲେ ପାଟନା ଜେଲରୁ,,ପୁଣି ଚାଲିଲା ଆଡ଼ଭୋକେଟ ଝା ଙ୍କର ମାବାଧିକାର କେଶ,, ସରକାର ଙ୍କୁ ଦେବାକୁ ପଡିବ ଅର୍ଥ,, କାହିଁକି ଜଣେ ନିରୀହ କୁ ଜେଲରେ ପୂରେଇଥିଲେ,, ଦୀର୍ଘ 12 ବର୍ଷ ପରେ ଏଇ ଅଳ୍ପ ଦିନ ହେବ ଏକ ମନ୍ଦିରରେ ନିଜେ ନୂଆ ପଇତା ପିନ୍ଦି ଥିଲେ ଏକ ସାମୁହିକ ପୂଜା କରି,, ସେଇପରି ଏକ କେଶ ହେଇଥିଲା ଆମେରିକା ରେ ଜଣେ ନିର୍ଦୋଷ ଭୋଗିଥିଲେ 37 ବର୍ଷ ଜେଲ ଦଣ୍ଡ,, ପରେ DNA ସାମ୍ପୁଲ ରେ ଆଉ ଦୁଇଜଣ ଦୋଷୀ ବୋଲି ଜଣାପଡିଥିଲା, ଓ ସେମାନେ ସ୍ୱୀକାର କରିଥିଲେ ଏଇ ଏକ ମାସ ପୂର୍ବରୁ, ଓ ଆମେରିକା ର କାଲିଫାର୍ନିଆ କୋର୍ଟ ଅର୍ଡର କରିଛନ୍ତି ସେ ନିର୍ଦୋଷ ଲୋକଟିକୁ ମାତ୍ର ଭାରତୀୟ ମୁଦ୍ରାରେ 116 କୋଟି ଟଙ୍କା, ହୁଏତ ସେ ପାଇସାରିଲେଣି,, ତେଣୁ ଆମେ ଆଜିର କେଶରେ ଦୋଷ କାହାକୁ ଦେବା, କୋର୍ଟ ନା ପୋଲିସ ଥାନା ନା ସମାଜକୁ,, ଭାବିଲେ ରହସ୍ୟମୟ ଲାଗୁଚି,,

Leave a Reply

Your email address will not be published. Required fields are marked *