Spread the love

ଭଡା ଘରକୁ ଯେତେ ସଜେଇଲେ ତାହା କେବେ ନିଜର ହୁଏନାହିଁ, ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ଯେତେ ବେଶି ଭଲ ପାଇଲେ ବି ସେ କେବେ ନିଜର ହୁଅନ୍ତି ନାହିଁ।

ଅଭିମାନ ସେଇଠି କରନ୍ତୁ ଯେଉଁଠି ଆପଣଙ୍କ ପାଇଁ ଭଲପାଇବା ଅଛି,ସ୍ନେହ ଆଦର ସମ୍ମାନ ଅଛି।ଯେଉଁଠି ଏସବୁ ନାହିଁ…ସେଠି ଉପସ୍ଥିତ ରହିବା ବି କିଛି ଆବଶ୍ଯକ ନାହିଁ।କାରଣ ଏହା ଆପଣଙ୍କ ସ୍ବାଭିମାନର ପ୍ରଶ୍ନ।

ଜୀବନରେ କାହାକୁ କନ୍ଦେଇ ହଜାର ଦାନ ଧର୍ମ କଲେ କିଛି ଲାଭ ନାହିଁ।ଯଦି ଜଣେ ଦୁଃଖି ମଣିଷର ମୁହଁରେ ଟିକେ ହସ ଫୁଟେଇ ପାରିଲ ତେବେ ତୁମକୁ କୌଣସି ମନ୍ଦିର ଯିବା ଦରକାର ପଡିବନି।

ସମୟ ଏପରି ସ୍ଥିତି ରେ ଅଛି ଯେ, ହଠାତ କିଛି ବି ଘଟି ପାରେ | ତେଣୁ ଯଦି ନିଜ ଭାଗ୍ୟ ଉଜ୍ଜଳ କରିବାଜୁ ଚାହୁଁଛନ୍ତି, ତେବେ ପରମେଶ୍ୱର ଙ୍କ ସହ ନିରନ୍ତର ସଂଯୋଗ ରଖନ୍ତୁ।

ନିମନ୍ତ୍ରଣ ବିନା ଅତିଥି ହୁଏନା
lନିଜେ ରଖ ନିଜ ସମ୍ମାନ,
ଧନ ଯେତେ ଥିଲେ ଚରିତ୍ର ନଥିଲେ
ଧିକ ସେ ମଣିଷ ଜୀବନ ।

ଜୀବନରେ ଯାହା କରିବା ପାଇଁ ହୃଦୟରୁ ଶ୍ରଦ୍ଧା, ଉତ୍ସାହ ଆସେ ସେହି ଜିନିଷ କରିବା ପାଇଁ ନିଜ ମନ,ପ୍ରାଣ ମଧ୍ୟ ଲଗେଇ ଦିଅ ।

ପ୍ରକୃତ ସମ୍ମାନ ସେଇଠି ଥାଏ…..
ଯେଉଁଠି ଆପଣ ନ ଥାଇ ବି ଲୋକେ ଆପଣଙ୍କ ବିଷୟରେ ଭଲ କଥା ହୁଅନ୍ତି ।

କେହି ମିଠା ମିଠା କଥା କହିଦେଲେ ଫସି ଯିବନି, କିଏ ଜାଣେ କାହା ମନ ଭିତରେ କ’ଣ ରହିଛି….
ଏ ଦୁନିଆଁ ହେଉଛି ଗୋଲ୍ ଏଠି ସମସ୍ତଙ୍କର Double Role…

Leave a Reply

Your email address will not be published. Required fields are marked *