*ଘଟଣା ଟି 1899ରେ ଜର୍ମାନୀ ରୁ ଆରମ୍ଭ ହେଇ 1937ଆମେରିକା ରେ ସମାପ୍ତ ହେଇଥିଲା. ଜର୍ମାନୀ ର ଜଣେ ଧନୀ ପରିବାର ର ପୁଅ ଡାକ୍ତର ହୁଅନ୍ତି ନାଁ କାର୍ଲ ଟ୍ରେଜ଼ର ଯେତେବେଳେ ତାଙ୍କୁ ବୟସ 25ହେଇଥାଏ ତାଙ୍କ ସ୍ବପ୍ନ ରେ ଜଣେ କଳା ବାଳ ବାଲି ସୁନ୍ଦରୀ ଝିଅ ବାରମ୍ବାର ଆସନ୍ତି କାର୍ଲ ବି ସାଙ୍ଗ ସାଥି ଙ୍କୁ କୁହନ୍ତି ସାଙ୍ଗ ମାନେ କଳା ବାଳ ବାଲି ସୁନ୍ଦରୀ ଝିଅ କୁ ଖୋଜିବା କୁ ପରାମର୍ଶ ଦିଅନ୍ତି.. ଜଣାପଡେ କାର୍ଲ ପ୍ରାୟତଃ ପାଗଳ ହେବାକୁ ଯାଉଥିବାରୁ ପରିବାର ର ଚିନ୍ତା ବଢିଯାଏ.ସେ ସମୟରେ ଜର୍ମାନୀ ରେ କଡା ଶାସନ ଚାଲୁଥାଏ ପ୍ରେମ ବିବାହ ହେଉନଥାଏ ପରିବାର ର ମୁରବି ମାନେ ଚାହିଁଲେ ହୋଇପାରେ..ଡାକ୍ତର କାର୍ଲ ଙ୍କ ବୟସ 30 ହେବାରୁ ତାଙ୍କ ପରିବାର ଜଣେ ଝିଅକୁ ବାହା କରେଇଦେଲେ. ପ୍ରଥମେ ପ୍ରଥମେ କାର୍ଲ ତାଙ୍କ ସ୍ତ୍ରୀ ଙ୍କୁ ଏତେ ପୂର୍ଣ୍ଣ ମାତ୍ରାରେ ପସନ୍ଦ କରନ୍ତିନି ଧୀରେ ଧୀରେ ତାଙ୍କ ସ୍ତ୍ରୀ ଙ୍କୁ ଭଲପାଇବା ଆରମ୍ଭ କରନ୍ତି ଦୁଇଟି ସନ୍ତାନ ହୁଏ ଏହିପରି 26ବର୍ଷ ବିତି ଯାଏ କାର୍ଲ ଜଣେ ପ୍ରସିଦ୍ଧ ଡାକ୍ତର ହିସାବରେ ଜର୍ମାନୀ ରେ ପରିଚିତ ହୁଅନ୍ତି.ଏପ୍ରିଲ 1930 ରେ ଆମେରିକା ରୂ ଏକ ବଡ଼ ହସ୍ପିଟାଲ ରେ ପ୍ରଫେସର ପଦ ପାଇଁ କାର୍ଲ ଙ୍କୁ ଅଫର ମିଳେ. କାର୍ଲ ଆମେରିକା ଯାଇ ସେଠାରେ ଉଚ୍ଚ ପଦରେ ଚାକିରୀ କରନ୍ତି ବହୁତ ସନମାନ ମିଳେ ସେଠାରେ ସାତ ମାସ ରହିଲା ପରେ ଏକ 30ବର୍ଷ ର ସୁନ୍ଦରୀ ଝିଅ କୁ ଦେଖନ୍ତି ସିଏ ଚିକିତ୍ସା କରେଇବା ପାଇଁ ଆସିଛି ଯେମିତି କାର୍ଲ ଙ୍କ ନଜର ପଡିଛି ପୁରୁଣା ସ୍ୱପ୍ନ ଜାଗ୍ରତ ହୁଏ ଯାହାକୁ ସେ ତିରିଶ ବର୍ଷ ତଳେ ସ୍ବପ୍ନ ରେ ଆସିବା ଦେଖୁଥିଲେ ବିଲକୁଲ ସେଇ. କାର୍ଲ ଚାମ୍ବର କୁ ଆସନ୍ତି ମେଡିକାଲ ଷ୍ଟାଫ କୁ ଡାକି ସେ ଝିଏ କିଏ ଓ କାହିଁକି ଆସିଛି ବୋଲି ପଚାରନ୍ତି ଷ୍ଟାଫ କୁହନ୍ତି ସେ ଜଣେ TB ରୋଗୀ. କାର୍ଲ ଙ୍କ ଚିନ୍ତା ବଢିଯାଏ ଭଗବାନ କଣ କରୁଛନ୍ତି ସ୍ବପ୍ନ ସୁନ୍ଦରୀ ମିଳିଲା ଯେ ମୋ ବୟସ ର ଅଧା ପୁଣି ରୋଗୀ.ସେ ତାର ଠିକଣା ବୁଝନ୍ତି ଏହିପରି ଭାବେ ଦୁଇ ଦିନ ବିତିଯାଏ ପୁଣି ସେ ଝିଅ ଆସେ ଷ୍ଟାଫ ଦ୍ୱାରା ଏକ ଗବେଷଣା କରିବା ବାହାନାରେ ଝିଅକୁ ତାଙ୍କ ଚାମ୍ବର କୁ ଡାକନ୍ତି ଝିଅ ଟି ବି ଖୁସି ହୁଏ ହସ୍ପିଟାଲ ର ବଡ଼ ଡାକ୍ତର ଯେତେବେଳେ ଚିକିତ୍ସା କରିବାକୁ ମନ ବଳେଇଛନ୍ତି ତେଣୁ ସେ ଏହିପରି ଏକ ସପ୍ତାହ କାର୍ଲ ଙ୍କ ସାଙ୍ଗରେ ପରିଚିତ ହେବାପରେ ଡାକ୍ତର କାର୍ଲ ସବୁଘଟଣା ଝିଅ କୁ କୁହନ୍ତି ଝିଅଟି ଆଶ୍ଚର୍ଯ୍ୟ ହୁଏ ଓ କୁହେ ତାର ବିଭାଘର ତିନିବର୍ଷ ତଳୁ ହେଇଥିଲା ଏଇ ଚାରିମାସ ହେବ ଛାଡ଼ପତ୍ର ହେଇଛି TB ହେବାରୁ ସ୍ୱାମୀ ଆଉ ଗୋଟିଏ ବିଭା ହେଇଯାଇଛି. ଧୀରେ ଧୀରେ କାର୍ଲ ଓ ଝିଅଟିର ସମ୍ପର୍କ ନିବିଡ଼ ହୁଏ ସମସ୍ତେ ଜାଣିଛନ୍ତି ଝିଅଟି ବେଶିଦିନ ବଞ୍ଚିବନି. ହସ୍ପିଟାଲ ରେ ଏମାନଙ୍କ ସମ୍ପର୍କ ଦେଖି କତୃପକ୍ଷ ଝିଅକୁ ମନା କରନ୍ତି ଆସିବାକୁ ଓ ଘରେ ରହି ଔଷଧ ଖାଇବାକୁ ପରାମର୍ଶ ଦିଅନ୍ତି.. ଯେତେବେଳେ ଝିଅଟି ଆସେନି କାର୍ଲ ତାଙ୍କ ଘରକୁ ଯାଇ ଚିକିତ୍ସା କରିବାକୁ ତାଙ୍କ ବାପା ମା କୁ କୁହନ୍ତି ସେମାନେ ବଡ଼ ଖୁସିରେ ରାଜି ହୁଅନ୍ତି ଯେତେବେଳେ ଝିଅ ମରିବ ତେଣୁ ଚେଷ୍ଟା କଲେ ଅସୁବିଧା କଣ. ଧୀରେ ଧୀରେ କାର୍ଲ ନିଜର ଅର୍ଥ ଖର୍ଚ୍ଚ କରି ଉର୍ନ୍ନତ ଚିକିତ୍ସା କରନ୍ତି ଓ ଦୁହେଁ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ରେ ଘନିଷ୍ଠ ହେବାକୁ ଚେଷ୍ଟା କଲା ବେଳକୁ ଝିଅ ମୃତ୍ୟୁ ବରଣ କରେ. ସମସ୍ତେ ତାକୁ କଫନ ରେ ରଖି କବର ଦିଅନ୍ତି. ସବୁଦିନ କାର୍ଲ କବର ସ୍ଥଳ କୁ ଯାଇ ଦୁଇ ତିନି ଘଣ୍ଟା ବସି ଦୁଃଖ କରି ଆସନ୍ତି ଝିଅର ଗୋଟିଏ ବଡ଼ ଭଉଣୀ ମାରିଆ ହେଲେନ ବି ମଝିରେ ମଝିରେ କବର ପାଖରେ ଆସି ଦେଖନ୍ତି ଡାକ୍ତର ଚାରି ମାସ ହେଲାଣି ଏତେ କାହିଁକି ଆସୁଛି.. ସନ୍ଦେହ ହୁଏ. ପୁଣି ତିନିମାସ ପରେ ମାରିଆ ଆସି ସେଠିକାର ଚୌକିଦାର କୁ ପଚାରନ୍ତି ଡାକ୍ତର କାର୍ଲ ଙ୍କ ବିଷୟରେ ଚୌକିଦାର ମନା କରେ ସେ ଆଉ ଆସୁନାହାନ୍ତି ପୁଣି ମରିଆର ସନ୍ଦେହ ହୁଏ.. ଏହିପରି ସାତ ବର୍ଷ ବିତି ଯାଏ. ମାରିଆ ଖୋଜିବା ଆରମ୍ବ କରନ୍ତି ଡାକ୍ତର କାର୍ଲ କୋଉଠି ରହୁଛନ୍ତି. ସେ ତାଙ୍କ ଠିକଣାରେ ଯାଇ ପହଂଚି କଲିଂ ବେଲ ମାରନ୍ତି କାର୍ଲ କବାଟ ଖୋଲି ମାରିଆକୁ ଦେଖି ସନମାନ ଜଣେଇ ଘରକୁ ଡାକନ୍ତି. ମାରିଆ ଘରେ ବସି କଥା ବାର୍ତା କଲା ବେଳେ ସବୁ ଆଡେ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ଗୋଟିଏ ଫୋଟୋ ରେ ତାଙ୍କ ଭଉଣୀ ସହିତ କାର୍ଲ ଙ୍କ ସ୍ୱାମୀ ସ୍ତ୍ରୀ ବେଶ. ସେ ଅନ୍ୟ ଘର ବୁଲି ଦେଖନ୍ତି ବେଡ଼ ରୂମ ବନ୍ଦ ଅଛି ବେଡ଼ ରୂମ ଖୋଲିବାକୁ କାର୍ଲ କୁ କୁହନ୍ତି. କାର୍ଲ ରୂମ ଖୋଲି ଦିଅନ୍ତି ମାରିଆ ଯାହା ଦେଖନ୍ତି ତା ଭଉଣୀ ଭଳି ପୁରା ଏକ ମୂର୍ତ୍ତି ବେଡ଼ ଉପରେ ସଜେଇ ହୋଇ ବସିଛି. କାର୍ଲ କୁ ଅନେଇଲା ବେଳକୁ କାର୍ଲ କାନ୍ଦୁଛନ୍ତି. ପୋଲିସ କୁ ଡାକନ୍ତି ପୋଲିସ ଆସି ପୁରା ମୂର୍ତ୍ତି କୁ ପରୀକ୍ଷା କରନ୍ତି ପୁରା ମହମ ଓ ପ୍ଳାଷ୍ଟର ପ୍ୟାରିସ ରେ ତିଆରି ହେଇଛି.. ଷ୍ଟାଚୁ କୁ ଥାନା କୁ ଅଣାଯାଏ ଅନ୍ୟ ଡାକ୍ତର କୁ ଡକାଯାଏ ଭିତରେ ସ୍କେଲିଟନ ଝିଅର ଅଛି ପ୍ରକୁର୍ତ୍ତରେ କାର୍ଲ କବର ରୁ କାଢି ଆଣି ଏସବୁ କରିଥିବାରୁ ଆରେଷ୍ଟ ହୁଅନ୍ତି ସାତ ଦିନ ପରେ ଝିଅ ର ବାପା ମା ଆସି କାର୍ଲ କୁ ନିର୍ଦୋଷ ବୋଲି କହି ବାହାରକରନ୍ତି.. ଯେତେବେଳେ ତାଙ୍କୁ ଆଠ ବର୍ଷ କେମିତି ବିତେଇଲେ ପଚାରନ୍ତି ସମସ୍ତଙ୍କୁ କାର୍ଲ କୁହନ୍ତି ଦୀର୍ଘ ଆଠ ବର୍ଷ ସବୁଦିନେ ଖାଇବାକୁ ଦିଅନ୍ତି ଡ୍ରେସ ପିନ୍ଧାନ୍ତି କଥା ବାର୍ତା ହୁଅନ୍ତି ଓ ମଝିରେ ମଝିରେ ନିଜ ପ୍ରଥମ ସ୍ତ୍ରୀ ପାଖରେଜର୍ମାନୀ ଯାଇ ବୁଲି ଆସିବାକୁ ମୃତ ସ୍ତ୍ରୀ ଙ୍କ କଥା ମାନି ଯାନ୍ତି.ପ୍ରକୁର୍ତ୍ତରେ ପ୍ରେମ ଆଗରେ ସବୁ ହାର ମାନେ ଠିକ ଦୁଇ ମାସ 66 ବର୍ଷ ରେ କାର୍ଲ ହାର୍ଟ ଅଟାକରେ ମୁର୍ତ୍ତୁ ବରଣ କରନ୍ତି..*