ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି
କେନ୍ଦ୍ରାପଡ଼ା,୨୮/୦୭: (ଦର୍ଶନ ସମୀକ୍ଷା)
ରାଜନଗର ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି | ରାଜନଗର ବ୍ଲକ ଠାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ମୋଟ ୩୦୧ ଟି ଅଭିଯୋଗ ପଞ୍ଜିକୃତ ହେଇଥିଲା। ସେଥିମଧ୍ୟରୁ ୨୬ ଗୋଟି ସାମୂହିକ ହୋଇଥିବା ବେଳେ ୨୭୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା | ୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୬୦୦୦/-ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଆଜିର ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା,ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବ୍ଲକର ବିଡ଼ିଓ, ତହସିଲଦାର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ପରେ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ | ସୂଚନା ଯେ, ଆସନ୍ତା ୪ ଅଗଷ୍ଟରେ ମୁନିସିପାଲିଟି ଟାଉନ ହଲ କେନ୍ଦ୍ରାପଡ଼ା, ୧୧ ଅଗଷ୍ଟରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ, ୧୮ ଅଗଷ୍ଟରେ ରାଜକନିକା ବ୍ଲକ କାର୍ଯ୍ୟାଳୟ, ୨୫ ଅଗଷ୍ଟରେ ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟ, ୧ ସେପ୍ଟେମ୍ବର ରେ ମୁନିସିପାଲିଟି ଟାଉନ ହଲ, ୮ ସେପ୍ଟେମ୍ବରରେ ଆଳି ବ୍ଲକ କାର୍ଯ୍ୟାଳୟ, ୧୫ ସେପ୍ଟେମ୍ବରରେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ୨୨ ସେପ୍ଟେମ୍ବରରେ ଡେରାବିଶ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Leave a Reply