କେନ୍ଦ୍ରାପଡ଼ା ଜିଲ୍ଲା ଆଳିରୁ ପୋଲିସ ସବ ଇନିସପେକ୍ଟର ଭାବରେ ଚାକରି ଜୀବନ ଆରମ୍ଭ କରି ସିଙ୍ଗମ ପୋଲିସ ଅଫିସର ଭାବରେ ବେଶ ପରିଚିତ ସୋମ୍ୟ ରଞ୍ଜନ ପାଣିଗ୍ରାହୀ ଇନିସପେକ୍ଟର ଭାବରେ ପଦନ୍ୟୋତି ପାଇଥିବାରୁ ଛୁଟୁଛି ଶୁଭେଚ୍ଛାର ସୁଅ
ଆଳୀ ନିର୍ବାଚନ ମଣ୍ଡଳୀ କୁ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଓଡ଼ିଶା ରାଜ୍ୟର ରାଜନୈତିକ ଗଡ କହିଲେ କିଛି କମ୍ ହେବ ନାହିଁ । ସେହିଠାରୁ ଆରମ୍ଭ ହୋଇଥିଲା ସୌମ୍ୟରଞ୍ଜନ ପାଣିଗ୍ରାହୀ ଙ୍କ ପୋଲିସ ଚାକିରି ର ମୂଳଦୁଆ । ପ୍ରଥମେ ସେହି ଜାଗାରେ ସବ ଇନ୍ସପେକ୍ଟର ଭାବରେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ସେ ସମଗ୍ର ଆଲି ଜନ ସାଧାରଣ ଙ୍କ ଭଲ ପାଇବା ସାଉଁଟି ଆଣିଥିଲେ । ଆଲୀ ରେ କାର୍ଯ୍ୟ କରିବା ସମୟରେ ସମାଜର ସବୁ ବର୍ଗ ଏଵଂ ସ୍ତରର ଲୋକ ମାନଙ୍କର ପ୍ରିୟ ପୋଲିସ ବନ୍ଧୁ ହୋଇ ପାରିଥିଲେ । ଆଲି ଅଞ୍ଚଳରେ ଅପରାଧ ଏବଂ ଅସାମାଜିକ କାର୍ଯ୍ୟ କଳାପ କୁ ରୋକିବାରେ ଅଗ୍ରଣୀ ଭୂମିକା ରେ ରହିଥିଲେ ।
ବୁଦ୍ଧିଜୀବୀ ମାନଙ୍କୁ ଉଚିତ୍ ସମ୍ମାନ ଦେବା ଓ ଅପରାଧୀ ମାନଙ୍କୁ ତାଙ୍କ ଢଙ୍ଗରେ ଦୃଢ଼ ହସ୍ତରେ ଦମନ କରିବା ଥିଲା ତାଙ୍କର ମୂଳମନ୍ତ୍ର । ବିଶେଷ କରି 2019 ମସିହା ସାଧାରଣ ନିର୍ବାଚନ ରେ ଆଲି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ର ସହିତ ନିର୍ବାଚନ ସମ୍ପାଦନ ହୋଇଥିଲା, କେଉଁଠାରେ ବି ଗୋଟିଏ ହେଲେ ଅପରାଧିକ ଘଟଣା ନା ଘଟିବା, ତାଙ୍କର ପରିଶ୍ରମ ର ଏକ ମାଇଲଖୁଣ୍ଟ ।
ପୁନଶ୍ଚ 2020 ମସିହାରେ ହୋଇଥିବା କୋରୋନା ମହାମାରୀ ସମୟରେ କଠୋର ପରିଶ୍ରମ ଦ୍ଵାରା ସରକାର ଙ୍କ ସେହି ସମୟର ସମସ୍ତ ନିୟମାବଳୀ ଗୁଡ଼ିକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇ ଜନ ସାଧାରଣଙ୍କୁ ସତର୍କ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହାକି ତାଙ୍କର ଲୋକ ପ୍ରିୟତା କୁ ଶୀର୍ଷ ସ୍ତରରେ ପହଞ୍ଚାଇ ଥିଲା । ଦୀର୍ଘ ଅଢେଇ ବର୍ଷ ଆଲି ରେ କାର୍ଯ୍ୟ କରି ସାରିଲା ପରେ ଚାନ୍ଦୋଳ ଫାଣ୍ଡି ଅଧିକାରୀ ରୂପେ ୨୦୨୧ ମସିହା ରେ କାର୍ଯ୍ୟଭାର ସମ୍ଭାଳିଥିଲେ, ଯେଉଁ ସମୟରେ କୋରୋନା ମହାମାରୀର ଦ୍ଵିତୀୟ ଲହର ସମଗ୍ର ଭାରତ ବର୍ଷରେ ଚାଲିଥିଲା । ସେହି ସମାନ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ସରକାର ଙ୍କ ସମସ୍ତ ନିୟମାବଳୀ ଗୁଡ଼ିକୁ ଲୋକଙ୍କୁ ବୁଝାଇବାରେ ସକ୍ଷମ ହେବା ସହ ବହୁତ କମ୍ ସମୟ ଭିତରେ ଲୋକଙ୍କ ନିକଟତର ହୋଇ ପାରିଥିଲେ ।
ବିଭିନ୍ନ ପ୍ରକାର ଅସାମାଜିକ ଏବଂ ଅପରାଧିକ କାର୍ଯ୍ୟକଳାପ ଯଥା ବେଆଇନ ଜୁଆ ଖେଳ, ବେଆଇନ୍ ମଦ, ବେଆଇନ୍ ବାଲି ଚାଲାଣ, ବେଆଇନ୍ ଗୋଚାଲାଣ ଅବା ବ୍ରାଉନ ସୁଗାର କାରବାର ଉପରେ ଲଗାତାର ଚଢ଼ାଉ ଜାରି ରଖି ସଫଳତା ପରେ ସଫଳତା ଅର୍ଜନ କରିଥିଲେ ଓ ଲୋକପ୍ରିୟ ପୋଲିସ ଅଧିକାରୀ ରୂପେ ଦୀର୍ଘ ୩ ବର୍ଷ ପାଖା ପାଖି ଚାନ୍ଦୋଳ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ପରେ ପରେ ୨୦୨୪ ମସିହାରେ ସରକାରଙ୍କ ନିର୍ବାଚନ ନିୟମାବଳୀ ଅନୁଯାୟୀ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଥିଲା ଏବଂ ସେ ବାଲୁଗାଁ ଥାନାରେ କାର୍ଯ୍ୟରତ ଥିବା ସମୟରେ ନିକଟରେ ତାଙ୍କର ଇନ୍ସପେକ୍ଟର ପାହ୍ୟା କୁ ବଦଳି ହୋଇଅଛି ।
1. ଆଳି ରେ କାର୍ଯ୍ୟ କରିବା ସମୟରେ ଆଳି ନାଗରିକ ମଞ୍ଚ ତରଫରୁ ପୋଲିସ ବିଭାଗରେ ଭଲ କାମ ପାଇଁ ପୁରସ୍କୃତ ହୋଇଥିଲେ ।
- ଚାନ୍ଦୋଳରେ ଥିବା ସମୟରେ ଭଲ କାର୍ଯ୍ୟ ପାଇଁ ଚାନ୍ଦୋଳ ବଜାର କମିଟି ତରଫରୁ ପୁରସ୍କୃତ ହୋଇଥିଲେ ।
- ପଥରପଡା ଗ୍ରାମବାସୀଙ୍କ ତରଫରୁ ମଧ୍ୟ ଉଚ୍ଚ ପ୍ରଂଶସିତ ହେବା ସହ ପୁରସ୍କୃତ ହୋଇଥିଲେ ।
- ଚାନ୍ଦୋଳ ରେ ଥିବା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଅତି ନିକଟତର ପୋଲିସ ଅଧିକାରୀ ରୂପେ ବେଶ ଖ୍ୟାତି ଅର୍ଜନ କରିଥିଲେ ।
2022ମସିହାରେ ପଂଚାୟତ ନିର୍ବାଚନ ସମୟରେ ବେଶ ସୁଚାରୁ ରୂପେ ଶାନ୍ତି ଶୃଙ୍ଖଳl ପରିଚାଳନା କରିବା ହେଉ କି ଗୁଣ୍ଡା ବଦମାସକୁ ସାବଡ଼ କରିବାରେ ମାହିର ଥିଲେ ବିଭିନ୍ନ ସଂଗଠନ ରେ ସାନମାନିତା ହେବା ସହିତ ଭଲ ସଂଗୀତଜ୍ଞ ମଧ୍ୟ୍ୟ ଥିଲେ ଏହି ଅଞ୍ଚଳ ରେ ସମସ୍ତଙ୍କ ଅତି ପ୍ରିୟ ହୋଇ ପାରିଥିଲେ
Leave a Reply