ବଡ଼ବିଲ । ତା ୨୨/୦୯ ରିଖ
ମାଗଣା ଚକ୍ଷୁ ଶିବିର
ଦର୍ଶନ ସମୀକ୍ଷା
ବଡ଼ବିଲ
କେନ୍ଦୁଝର ଜିଲ୍ଲା ଭଦ୍ରାସାହି ଗ୍ରାମ ପଞ୍ଚାୟତ ର ଝାରଗାଁ କ୍ଳବ୍ ରେନାର୍ଭେରମ୍ ପାୱାର ଏଣ୍ଡ ଷ୍ଟିଲ ଆଣ୍ଡ ପାୱାର ଏବଂ ରୋଟାରୀ କ୍ଳବ୍ ସମ୍ମିଳିତ ଭାବରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଭଦ୍ରା ସାହି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ ଆନୁଷ୍ଠାନିକ ଭାବରେ ଏହି ଚକ୍ଷୁ ଶିବିର କୁ ଉଦଘାଟନ କରିଥିଲେ । ଭୁବନେଶ୍ୱର ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ବିଷ୍ଣୁପ୍ରିୟା ଦଳେଇ ଓ ଦୁର୍ଗା ପ୍ରସାଦ ,ସନ୍ମୟ ମହନ୍ତ ବଳଭଦ୍ର ମହନ୍ତ ପ୍ରମୁଖ ଚିକିତ୍ସା ସହ ଯୋଗୀ ମାନଙ୍କ ସହାୟତାରେ ଏହି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।

ରୋଟାରୀ କ୍ଳବ୍ ତରଫରୁ ବଳରାମ ଗୁପ୍ତା,ଧର୍ମେନ୍ଦ୍ର ଅଗ୍ରୱାଲ ,ମନୋଜ ମାଣିକ,ମୁକେଶ ଠାକର ଉପସ୍ଥିତ ଥିବା ବେଳେ ନାର୍ଭେରାମ ପାୱାର ଏଣ୍ଡ ଷ୍ଟିଲ କମ୍ପାନୀ ତରଫରୁ ସରୋଜ ନାଏକ,ପୀୟୂଷ ପାଣ୍ଡେ,ପ୍ରଶାନ୍ତ ମହାନ୍ତି , ଘନଶ୍ୟାମ ବେରା,ଚନ୍ଦନ ଆଚାର୍ଯ୍ୟ,ବିକାଶ ମହନ୍ତ,ସୌରଭ ଚକ୍ରବର୍ତ୍ତୀ ,ଓ ସାମାଜିକ ଦାୟିତ୍ଵ ବିଭାଗ ର ସହାୟିକା ମଧୁସ୍ମିତା ମହନ୍ତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଚିକିତ୍ସା ଶିବିର ରେ ୧୫୦ ଜଣଙ୍କ ର ଚକ୍ଷୁ ପରୀକ୍ଷା କରାଯାଇଥିଲା ।ସେଥି ମଧ୍ୟରୁ ଦଶ ଜଣଙ୍କ ମୋତିଆ ବିନ୍ଦୁ ଚିଂହଟ କରା ଯାଇଥିଲା ଓ ସେମାନଙ୍କୁ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ଠାରେ ଅସ୍ତ୍ରୋପଚାର କରାଯିବ ବୋଲି କମ୍ପାନୀ ର ସମ୍ପର୍କ ଅଧିକାରୀ ପ୍ରଶାନ୍ତ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟ ସମସ୍ତଙ୍କୁ ଔଷଧ ଓ ଚଷମା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି ।
Leave a Reply