Spread the love

କିଏ ସେ ବୈଦରାଜ ହେମଚାନ୍ଦ ମାଞ୍ଝୀ ? ଯାହାଙ୍କ ଚିକିତ୍ସାରେ ଭଲ ହୁଏ କ୍ୟାନ୍ସର, ଆମେରିକାକୁ ବି ଆସନ୍ତି ଲୋକ…

କ୍ୟାନ୍ସର ଏପରି ଏକ ମାରାତ୍ମକ ରୋଗ । ଯାହାକୁ ଶୁଣିଲେ ମାତ୍ରେ ମନକୁ ଆସିଯାଏ ଡର । କ୍ୟାନ୍ସର ଟ୍ରିଟମେଣ୍ଟ ଲାଗି ଯେଉଁଠି ମେଡିସିନ୍‌ ଫେଲ ମାରିଥାଏ । ସେଠାରେ ହିଁ ଏକ ଆୟୁର୍ବେଦିକ ଚିକିତ୍ସା ସାଜିଛି ରାମବାଣ । ଛତିଶଗଡ଼ ନାରାୟଣପୁର ଜିଲ୍ଲା ଥିବା ଏକ ନକ୍ସଲ ପ୍ରଭାବିତ ଛୋଟଡଙ୍ଗୋର ଅଞ୍ଚଳରେ ବାସ କରନ୍ତି ବୈଦରାଜ ହେମଚାନ୍ଦ ମାଞ୍ଝୀ । ପାରମ୍ପରିକ ଚିକିତ୍ସା ଏବଂ ଜଙ୍ଗଲରୁ ଜଡିବୁଡି ଦ୍ୱାରା ହିଁ କ୍ୟାନ୍ସର ସମେତ ଅନେକ ରୋଗ ଚିକିତ୍ସା କରୁଛନ୍ତି ହେମଚାନ୍ଦ ।ଏପିରିକି ତାଙ୍କ ପାଖକୁ ଚିକିତ୍ସା ଲାଗି ବିଦେଶରୁ ମଧ୍ୟ ଲୋକ ଆସନ୍ତି ।

୧୫ ବର୍ଷ ବୟସରୁ ହେମଚାନ୍ଦ ଆୟୁର୍ବେଦିକ ଚିକିତ୍ସା କରିଆସୁଛନ୍ତି । ଜଙ୍ଗଲରୁ ଔଷଧୀୟ ଚେରମୂଳୀ ସଂଗ୍ରହ କରି ଲୋକଙ୍କ ବିଭିନ୍ନ ରୋଗର ଆୟୁର୍ବେଦି ଚିକିତ୍ସା କରୁଛନ୍ତି । ପରିବାରରେ କୌଣସି ଲୋକ ଏହି ପେସା ସହିତ ଜଡିତ ନଥିଲେ । ତାପରେ ବି ଲୋକଙ୍କ ସେବା ପାଇଁ ହେମଚାନ୍ଦ ଆଗେଇ ଆସିଥିଲେ। ହେମଚାନ୍ଦ ଚିକିତ୍ସା ଦେଶ ସହିତ ବିଦେଶରେ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଛି । ଏପିରିକି ବିଦେଶରୁ ଅନେକ ଲୋକ ଆସି ଚିକିତ୍ସିତ ହୋଇଛନ୍ତି । ପ୍ରତିଦିନ ଚିକିତ୍ସା ଲାଗି ହେମଚାନ୍ଦଙ୍କ ଘର ଆଗରେ ଲୋକଙ୍କ ଭିଡ ଜମିଥାଏ । ଲୋକଙ୍କ ହାତ ନାଡି ଦେଖି ଚିକିତ୍ସା କରିଥାନ୍ତି ।

ଲୋକଙ୍କ ସେବା ପାଇଁ ତାଙ୍କୁ ଯେତିକି ପରିଚୟ ମିଳିଥିଲେ ବି ତାଙ୍କ ଜୀବନ ପ୍ରତି ବଢିଥିଲା ସେତିକି ବିପଦ । ନକ୍ସଲମାନେ ଦୁଇ ଦୁଇ ଥର ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏପିରିକି ହେମଚାନ୍ଦ ମାଞ୍ଝୀଙ୍କ ପୁତୁରା କୋମଳ ମାଞ୍ଝୀଙ୍କୁ ନକ୍ସଲମାନେ ହତ୍ୟା କରିଦେଇଥିଲେ । କିନ୍ତୁ ନିଜର ନିସ୍ୱାର୍ଥପର ସେବା ଲାଗି ନକ୍ସଲଙ୍କ ଧମକକୁ ଡରିନଥିଲେ । ଆଉ ଚିକିତ୍ସା କ୍ଷେତ୍ରରେ ଆଗେଇ ଚାଲିଥିଲେ । ତେବେ ନକ୍ସଲଙ୍କ ଧମକ ପରେ ହେମଚାନ୍ଦଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଦୁଇ ଜଣ ସୁରକ୍ଷାକର୍ମୀ ହେମଚାନ୍ଦଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଥିଲା। ନିକଟରେ ହେମଚାନ୍ଦଙ୍କ ଆୟୁର୍ବେଦିକ ଚିକିତ୍ସା ଲାଗି ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେମଚାନ୍ଦଙ୍କ କାମକୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *