Spread the love


ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି

“କିଏ ବା ଅଛନ୍ତି କେଉଁ ମନ୍ତେ: ଜନତା ଜାଣିବେ କେମନ୍ତେ”।

15.03.2024: ପୂର୍ବାହ୍ନ 11.20 ର
“ଭଙ୍ଗାଖବର “।

(1)ସୁପ୍ରିମକୋର୍ଟଙ୍କ ତରଫରୁ ଏସବିଆଇଙ୍କୁ ତା 18.03.2024ରିଖ
ଭିତରେ ବ୍ୟାଙ୍କ ତରଫରୁ ବିକ୍ରି କରାଯାଇଥିବା ଇଲେକଟୋରାଲ ବଣ୍ଡଗୁଡିକର ଅଦୃଶ୍ୟ ନମ୍ବରଗୁଡିକୁ ଦାଖଲ କରିବାକୁ କୁହାଗଲା।
( ଏହି ନମ୍ବରଗୁଡିକ କେବଳ ULTRA VIOLATE RAY ଜରିଆରେ ପଢିହୁଏ)
( 2- ପୂର୍ବର ତଥ୍ୟ ସହିତ):-
ସରକାରଙ୍କ ତରଫରୁ ଏସବିଆଇଙ୍କ ଦ୍ବାରା ପ୍ରଥମଦଫାର
ଇଲେକଟୋରାଲ ବଣ୍ଡ ତା01.03.2018ରିଖରୁ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ତରଫରୁ ତା15.02.2024ରିଖରେ ଏସବିଆଇଙ୍କୁ, ତା06.03.2024ରିଖ
ଭିତରେ ବିକ୍ଥିହୋଇଥିବା ସମସ୍ତ ବଣ୍ଡର ତଥ୍ୟ
ତା 11.03.2024ରିଖ ଭିତରେ ନିର୍ବାଚନ କମିଶନଙ୍କୁ ଦିଆଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ତରଫରୁ ନିର୍ବାଚନ କମିଶନଙ୍କୁ ,ତାହା 13.03.2024ରିଖ
ଭିତରେ ନିଜ ୱେବ୍‌ସାଇଟ୍ ଜରିଆରେ ସାର୍ବଜନୀନ କରିବାକୁ କୁହାଯାଇଥିଲା ।

କିନ୍ତୁ ତା 04.03.2024ରିଖରେ ଏସବିଆଇଙ୍କ ତରଫରୁ ସୁପ୍ରିମକୋର୍ଟରେ ଅପିଲ କରାଯାଇ କୁହାଯାଇଥିଲା ଯେ ” ଏତେ
କମ ସମୟ ଭିତରେ ତଥ୍ୟଦେବା ସମ୍ଭବପର ହେଉନଥିବାରୁ ଆମକୁ
ତା30.06.2024ରିଖ ପର୍ଯ୍ୟନ୍ତ ସମୟ ଦିଆଯାଉ” ।

ତା 11.03.2024ରିଖରେ ସୁପ୍ରିମକୋର୍ଟଙ୍କ ତରଫରୁ ଏସବିଆଇଙ୍କୁ
” ବଣ୍ଡୱାରୀ ମ୍ୟାଚିଙ୍ଗ ତଥ୍ୟ ଦରକାର ନାହିଁ । କିଏ କିଏ କେଉଁଦିନ କେତେ କେତେ ଟଙ୍କାର କିଣିଛନ୍ତି ଓ କାହା କାହା ଖାତାରେ କେଉଁ କେଉଁ ଦିନ କେତେ କେତେ ଟଙ୍କା ଜମା ହୋଇଛି ସେତିକି ନିର୍ବାଚନ କମିଶନଙ୍କୁ ତା12.03.2024ରିଖ ଭିତରେ ଜଣେଇବାକୁ” କୁହାଯାଇଥିଲା ।

ଏହା ସହିତ,ତା 15.03.2024ରିଖ ଭିତରେ ଏହାକୁ ନିଜ ୱେବ୍‌ସାଇଟ୍ ଜରିଆରେ ସାର୍ବଜନୀନ କରିବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଥିଲା।

ପୂର୍ବରୁ ଏସବିଆଇ ତା01.03.2018ରିଖରୁ ତା31.03.2019ରିଖଯାଏର ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିବାରୁ, ତା 12.03.2024ରିଖରେ ଏହି ଅବଧିକୁ ଛାଡି,
ତା01.04.2019 ରିଖରୁ ତା 15.02.2024ରିଖ ଭିତରେ ବିକ୍ରି ହୋଇଥିବା 22, 217ଟି ବଣ୍ଡର ତଥ୍ୟ ଦେଇଥିଲେ । ଏଥିରୁ
22.030ଟି ବଣ୍ଡ ଖାତାରେ ଜମା ହୋଇଛି ।

ନିର୍ବାଚନ କମିଶନ, ତାଙ୍କ ପାଖରେଥିବା ତଥ୍ୟକୁ ନମିଶେଇ କେବଳ
ଏହି ତଥ୍ୟକୁ ତା14.03.2024ରିଖରେ ପ୍ରକାଶ କରିବାପରେ ଆଜି
ସୁପ୍ରିମକୋର୍ଟଙ୍କ ତରଫରୁ ନିର୍ବାଚନ କମିଶନଙ୍କୁ “ପୁଋଣାତଥ୍ୟ
କାହିଁକି ଦିଆଯାଉନାହିଁ” ବୋଲି ପଚରାଯାଆନ୍ତେ, ନିର୍ବାଚନ କମିଶନଙ୍କ ତରଫରୁ ” ଏହା ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି, ଆମ ପାଖରେ ନକଲ ନାହିଁ ” ବୋଲି କୁହାଯିବା
ପରେ,ସୁପ୍ରିମକୋର୍ଟଙ୍କ ତରଫରୁ ନିର୍ବାଚନ କମିଶନଙ୍କୁ ସେହିତଥ୍ୟ ଫେରେଇ ଦିଆଯିବ ବୋଲି କୁହାଯାଇଛି ।

ଅପେକ୍ଷା କରାଯାଉ, ” କିଏ ଡାଳେ ଡାଳେ ତ କିଏ ପତ୍ରେ ପତ୍ରେ”
ଭଳି ଓଡିଆ ଲୋକକଥାଟିର ଆଧାରରେ, ଆଉ କି କି କାରନାମାମାନ କରାଯାଉଛି, ସେଗୁଡିକୁ ଅଙ୍ଗେ ନିଭାଇବାକୁ ।

କିନ୍ତୁ ମୋ ପାଇଁ ;
(କ)” ନା ଆଉ ନୁହେଁ ହେ ବସୁଧା, ତୁ ଫାଟିଯା- ମୁଁ ପଶିଯାଏଁ।

(ଖ)ନଚେତ, ମୋତେ ଅନ୍ତତଃ ବିଶର ମହାନ୍ତିଙ୍କ ବଂଶଜ କୁଞ୍ଜ ଗଡନାୟକଙ୍କୁ ତାଙ୍କ ଇଷ୍ଟଦେବତା ଦଧିବାମନ,
“ମୋତେ ଯିଏ ଆଶ୍ରା କରେ ସେ ସାତତାଳ ପାଣି ତଳେ ବୁଡ଼େ । ତୁ ତ ବୁଡ଼ିଚୁ । ଆଉ କ୍ଷୋଭ କ’ଣ? ଏଥର ଚଉପାଢ଼ିକୁ
ଫେରିଯା।” ଭଳି କହିବା ପରେ କୁଞ୍ଜ ଗଡ଼ନାୟକ ସବୁ ଦୁଃଖଶୋକ
ପାସୋରିଦେଇ ଚଉପାଢୀକୁ ଫେରିଥିବା ( ବିବରଣୀ ତଳେ ସ୍ଥାନିତ ଅଛି) ଆଧାରରେ ମୋର ଚାରିଖୁଣ୍ଟିଆ ଇଷ୍ଟଦେବତାଗଣ,
” ଏସବୁ ଆମର ପ୍ରହେଳିକା ବତ୍ସ, ଆମର ଲକ୍ଷ୍ୟ ଅଲଗା, ଏଥିରେ
ଭଳିନଯାଇ ଚୁପରହ” ବୋଲି କହିଦିଅନ୍ତେ କି, ଯଦ୍ୱାରା କି ମୁଁ
କୁଞ୍ଜ ଗଡନାୟକଙ୍କ ପରି ଆଉ ଆପତ୍ତି କରନ୍ତି ନାହିଁ ।

(ଗ) ନଚେତ, କିଏଜଣେ ଅନ୍ତତଃ ମୋତେ “ଗାନ୍ଧିଜୀଙ୍କ ତିନିମାଙ୍କଡଙ୍କ ସମ୍ମିଳିତ ଚରିତ୍ରଧାରୀ ମୋର ସେହି ପୂର୍ବଜ ଅବତାର (ତଳଫଟୋରେ ଥିବା THREE MONKEYS IN ONE MONKEY ଅବତାର)” କରେଇଦିଅନ୍ତେ କି, ଯଦ୍ୱାରା ଆଉ କିଛି ଚିନ୍ତା ରହନ୍ତା ନାହିଁ!

(କୁଞ୍ଜ ଗଡନାୟକଙ୍କ ବାବଦରେ ବିବରଣୀ:-
-ଗଙ୍ଗାକୂଳରେ ଦାରୁବିଗ୍ରହମାନଙ୍କୁ ପୋଡ଼ିବାପାଇଁ କଳାପାହାଡ଼ ମହାଘଟା କରି ଧୁନି ଜାଳିଲା; ମାତ୍ର ଏ କି ଅଦ୍ଭୁତ ଦାରୁ, ଅଗ୍ନିରେ ଯାହା ଦଗ୍ଧ ହୁଏ ନାହିଁ! ସାତତାଳ ଉତ୍ସର୍ଗ ପ୍ରମାଣେ ଅଗ୍ନିଶିଖା ଉପରକୁ ଉଠିଲା । ତଥାପି ବିଗ୍ରହ ପୋଡ଼ିଲା ନାହିଁ । କଳାପାହାଡ଼ ଅଗତ୍ୟା ଘୋର ବିରକ୍ତିରେ ସେହି ଅର୍ଦ୍ଧଦଗ୍‌ଧ ବିଗ୍ରହମାନଙ୍କୁ ଗଙ୍ଗାଜଳରେ ମେଲିଦେଲା ଆବର୍ଜନା ପରି ।

ବିଶର ମହାନ୍ତି ଏହି ସୁଯୋଗର ଅପେକ୍ଷାରେ ସେଠାରେ ଦିନ ଦିନ ଧରି ଜଗିବସିଥିଲା । ଗଙ୍ଗାସ୍ରୋତରୁ ଜଗନ୍ନାଥଙ୍କ ଅର୍ଦ୍ଧଦଗ୍ଧ ଦାରୁବିଗ୍ରହରୁ ବ୍ରହ୍ମଟି କାଢ଼ିଆଣି ସେ ପଖୋଜ ଖୋଳ ଭିତରେ ପୂରାଇ ରଖିଦେଲା ।

ମାତ୍ର ତା’ପରେ ସ୍ଥଳପଥରେ ଫେରିଆସିବାପାଇଁ ତା’ର ସାହସ ନ ଥିଲା ଏତେ କଷ୍ଟରେ ଆହୃତ ମହାବ୍ରହ୍ମକୁ ବିଶର ମହାନ୍ତି ଚୋରାଇ ନେଉଥିବା ଜାଣିପାରି ଯଦି କଳାପାହାଡ଼ର ଲସ୍‌କର୍‌ମାନେ ପୁଣି ତା’ଠାରୁ ଛଡ଼ାଇ ନିଅନ୍ତି? ଦୁସ୍ତର ଯୁଗର ଦୁର୍ଲଭ ସମ୍ପଦ ପରି ବିଶର ମହାନ୍ତି ସେହି ବ୍ରହ୍ମକୁ ପଖୋଜ କୋଳରେ ଲୁଚାଇ, ସମୁଦ୍ରବାଟେ ଓଡ଼ିଶା ଲେଉଟାଣି ଗୋଟିଏ ବୋଇତରେ ବସି ବହୁଦିନ ପରେ କୁଜଙ୍ଗଠାରେ ଆସି ପହଞ୍ଚିଲା। ସେଠାରୁ ପୁଣି ସ୍ଥଳପଥରେ ରାତିର ଦସ୍ୟୁ ପରି ଅତି ସଙ୍ଗୋପନରେ ଚାଲିଥିଲା ଖୋର୍ଦ୍ଧା ଅଭିମୁଖରେ ।

ଦୀର୍ଘକାଳର ଅରାଜକତା ପରେ, ପାତ୍ରମାନେ ଭୋଇ ରାମଚନ୍ଦ୍ର ଦେବଙ୍କୁ ସେତେବେଳେ ଓଡ଼ିଶାର ନାୟକ ରୂପେ ନିର୍ବାଚିତ କରି, ତାଙ୍କୁ ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ କରାଇ ସାରିଥିଲେ। । ମାନସିଂହଙ୍କ ଅଭୟରେ ଓଡ଼ିଶାରେ ପୁଣି ଶାନ୍ତି ଫେରିଆସିଥିଲା ।

ରାମଚନ୍ଦ୍ର ଦେବ ବିଶର ମହାନ୍ତିଙ୍କୁ ଗଡ଼ନାୟକ ପଦବୀ ଦେଇ ମନ୍ଦିରର ରକ୍ଷଣାବେକ୍ଷଣ ଓ ଚଉପାଢ଼ି ପାଇଁ ତିନିଶହ ଷାଠିଏ ବାଟୀ ନିଷ୍କର ଭୂମି ଖଞ୍ଜି ଦେଇଥିଲେ ।  ତାଙ୍କ ବଂଶଧର     

କୁଞ୍ଜ ଗଡ଼ନାୟକଙ୍କ କାଳକୁ ଚଉପାଢ଼ିର ୩୬୦ ବାଟୀ ଭୂ-ସମ୍ପତ୍ତିରୁ ମୋଟେ ପ୍ରାୟ ପଚାଶ ବାଟୀ ଭୂମି ଅବଶିଷ୍ଟ ରହିଥିଲା। ମନ୍ଦିରର ଦ୍ୱାଦଶ ଯାତ୍ରା ଓ ଉତ୍ସବ ଚଳାଇବା ସେଥିରେ କଠିନ ହୋଇପଡ଼ିଥିଲା । ତଥାପି କୁଞ୍ଜ ଗଡ଼ନାୟକ ନିଜେ ଅଭୁକ୍ତ ରହି, ସେହି ଆୟରେ ମନ୍ଦିରର ବିଧିରକ୍ଷା ଯେନତେନ ପ୍ରକାରେଣ ଚଳାଇ ରଖିଥିଲେ ।

କୁଞ୍ଜ ଗଡ଼ନାୟକ ଅପୁତ୍ରିକ ଥିଲେ । ଏକମାତ୍ର କନ୍ୟା ଦୁର୍ଗେଶ୍ୱରୀ ବ୍ୟତୀତ ଗଡ଼ନାୟକଙ୍କର ଅନ୍ୟ ସଂସାରବନ୍ଧନ ଅଥବା ସନ୍ତାନସନ୍ତତି ନ ଥିଲେ । ଯମୁନାଝାଡ଼ପଡ଼ା ବୈରୀଶଲ୍ୟଙ୍କ ଘରେ କୁଞ୍ଜ ଗଡ଼ନାୟକ ମହାଆଡ଼ମ୍ବରରେ ଦୁର୍ଗେଶ୍ୱରୀଙ୍କୁ ବିବାହ ଦେଇଥିଲେ; ମାତ୍ର ବିବାହର ଗୋଟିଏ ବର୍ଷ ନ ପୂରୁଣୁ, ଦୁର୍ଗେଶ୍ୱରୀ ହାତରୁ ଚୁଡ଼ିଶଙ୍ଖା ଭାଙ୍ଗି ପିତ୍ରାଳୟକୁ ଫେରିଆସିଥିଲା । ଏକମାତ୍ର ଆଦରଣୀୟା କନ୍ୟା ଦୁର୍ଗେଶ୍ୱରୀର କରୁଣ କାନ୍ଦଣା ଆଉ ଶୁଣି ନ ପାରି, କୁଞ୍ଜ ଗଡ଼ନାୟକ ଦଧିବାମନଙ୍କ ମନ୍ଦିର ବେଢ଼ା ଭିତରେ ତିନିଦିନ ତିନିରାତି ଅଧିଆ ପଡ଼ି ଡାକିଥିଲେ, “ଶେଷକୁ ବିଶର ମହାନ୍ତିର ବଂଶ ଲୋପ କଲ ଜଗନ୍ନାଥ?” କୌଣସି ପ୍ରାର୍ଥନା ନାହିଁ, ଯାଚଜ୍ଞା ନାହିଁ, କେବଳ ଏକ ଅଭିମାନ ସ୍ଫୀତ ଅଭିଯୋଗ “ଶେଷକୁ ବିଶର ମହାନ୍ତିର ବଂଶରେ ପାଣି ଟୋପେ ଇଡ଼ିବାପାଇଁ ସୁଦ୍ଧା କାହାକୁ ରଖିଦେଲ ନାହିଁ? ବିଶର ମହାନ୍ତି ପରା ତମର ମାନ ରକ୍ଷା କରିଥିଲା ।” ତୃତୀୟ ରାତି ଶେଷରେ କୁଞ୍ଜ ଗଡ଼ନାୟକଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସ୍ୱପ୍ନରେ କୁଞ୍ଜ ଗଡ଼ନାୟକଙ୍କ ସମ୍ମୁଖରେ ସ୍ୱୟଂ ଦାରୁମୂର୍ତ୍ତି ଆବିର୍ଭୂତ ହୋଇ କାଳେ କହିଥିଲେ- “ମୋତେ ଯିଏ ଆଶ୍ରା କରେ ସେ ସାତତାଳ ପାଣି ତଳେ ବୁଡ଼େ । ତୁ ତ ବୁଡ଼ିଚୁ । ଆଉ କ୍ଷୋଭ କ’ଣ? ଏଥର ଚଉପାଢ଼ିକୁ
ଫେରିଯା।” ଏହାପରେ କୁଞ୍ଜ ଗଡ଼ନାୟକ ସବୁ ଦୁଃଖଶୋକ ଭୁଲି ଚଉପାଢ଼ିକୁ ଫେରିଆସିଥିଲେ”।( ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ଲିଖିତ
” ନୀଳଶୈଳ ” ପୁସ୍ତକର ଶହେ ପୃଷ୍ଠାରେ ବର୍ଣ୍ଣିତ ଅଛି)।

Leave a Reply

Your email address will not be published. Required fields are marked *