କଥା ରେ ଅଛି , ପାହାନ୍ତିଆ ସ୍ଵପ୍ନ କୁଆଡେ ସତ୍ ହୁଏ!
ବଡ଼ ଠାକୁର୍ ଗତକାଲି ମୋ ସ୍ଵପ୍ନ ରେ ଆସିଥିଲେ, କହିଲେ ନିଜକୁ ଭଗବାନ୍ ଭାବୁଛୁ କି ?
ଅଳ୍ପ ଆୟୁ ରେ ଏତେ ଆସ୍ପର୍ଦ୍ଧା , ମାତ୍ର କେତେ ଟା ବର୍ଷ ସଂସାର ରଥ ଟାଣି ଟାଣି ନେଲା ପରେ ନିଜକୁ ସ୍ରଷ୍ଟା ଭାବିଲୁ କି ?
କିଏ ଅଳ୍ପ କିଛି ବର୍ଷ ରାଜ୍ୟ ଶାସନ କରି ଆଉ କିଏ ଦେଶ ଶାସନ କରି ନିଜକୁ ମୋ ସମତୁଲ୍ୟ ମଣିଲେଣି!କିଏ ଜୟ ଜଗନ୍ନାଥ କହି କୋଉ ଦଳ ଭାବିଲେଣି ତ କିଏ ଜୟ ଶ୍ରୀରାମ କହି ମହାନ ବୋଲି ମନେ ମନେ ମୁଖିଆ ହେବାକୁ ପ୍ରୟାସ କଲେଣି,
ମୁଁ ସାରା ବ୍ରହ୍ମାଣ୍ଡ ସୃଷ୍ଟିର ଆଧାର…….
ମୁଁ ତ ଦେବା ଛଡ଼ା ନେବା ଶିଖିନି …
ତୁମ ତ୍ ନିଜେ ମୁଁ ଶବ୍ଦ ର,, ତୁମେ ମାନେ ଅହଙ୍କାର ଭିତରେ ବୁଡି ରହିଛ , କିପରି ତୁମେମାନେ ନିଜ କୁ ମୋ ସଙ୍ଗେ ତୁଳନା କରୁଚ!!ମୁଁ ଚକ୍ର ପେଷି ଦଣ୍ଡ ଦେବାରେ ଓ ପାପୀ ନିର୍ବାଣରେ ଅନେକ ଉଦାହରଣ ଦେଇଛି, ଯୋଉ ଭକ୍ତର ଜୀବନ ରକ୍ଷା ପାଇଁ ଦିନେ ସୁରକ୍ଷା କବଚ ହେଇ ଛିଡାହେଇଥିଲି ଜାଣିପାରିନୁ, ମୁଁ ଯୋଉଠି ବିଦ୍ୟମାନ ସେଇଠି ରହସ୍ୟମୟ,, ଭକ୍ତ ପାଇଁ ମୁଁ ଭଗବାନ, ପାପୀ ପାଇଁ ନୁର୍ସିଙ୍ଗ ଅବତାର, ଶବରୀ ଠାରୁ ଅଇଁଠା ଖାଇପାରେ ତ ବନ୍ଧୁ ମହାନ୍ତି ଓ ଦାସିଆ ବାଉରୀ ଠୁ ମାତ୍ର ନଡ଼ିଆ ଟିଏ ନେଇ ଆତ୍ମ ସନ୍ତୋଷ କରିପାରେ,,,
ମୁଁ ମୂର୍ଖ ପଣ୍ଡିତ, କହିଲି ପ୍ରଭୁ ମୋତେ ନେତା ଭାବିକି କିଛି କହିଲେ କି??ମୁଁ ରାଜନୀତି ଜାଣେନି କି ଭୋଟ ଦିଏନି, ଖାଲି ଆପଣଂକ ନାଁ ଜପି ଜପି ବୁଢା ହେଲିଣି,,
କାଳିଆ ଠାକୁର କହିଲେ ତୁ ନେତା ହବାର ପରିକଳ୍ପନା କରୁଚୁ ତ୍ , ତୋ ମାଧ୍ୟମ ରେ ସାରା ଜଗତ କୁ ବାର୍ତ୍ତା ଦେଲି!!!!ମୁଁ କହିଲି ପ୍ରଭୁ ଆପଣ ଠିକ କହିଲେ ବେଳେ ବେଳେ ମନରେ ଆସେ, ଆଉ କାନ ମୋଡି ଜୁହାର ହେଉଛି ଆଉ କେବେ ସ୍ବପ୍ନ ଦେଖିବିନି, ମୁରୁକି ହସି ପ୍ରଭୁ ଆନ୍ତର୍ଧ୍ୟାନ ହେଇଗଲେ,,,
Abhaya