Spread the love

ସଂମାନୟ ରବୀନ ଭାଇ ମୋର ପ୍ରଣାମ ନେବେ,
ଭଲରେ ଥିବେ,ମୁଁ ୟେ ଚିଠିଟି ଲେଖିବାର କାରଣ ସମୟ ଅଭାବରୁ ଆମେ ଦୁଇ ଭାଇ ଏକୁଟିଆ ବସି କଥା ହେଇପାରୁନେ ତାହାର କାରଣ ଆମ ଚାରିପଟେ 24 ଘଣ୍ଟିଆ ପ୍ରହରୀ ଜଗିଛନ୍ତି ତେଣୁ ବ୍ୟକ୍ତିଗତ କଥା ହେବା କଷ୍ଟ ବେପାର, ଆପଣ ମୋ ଠାରୁ 3/4 ବର୍ଷ ବଡ଼ ଆଜି ମୁଁ ଯାହା କହିବି ମୋ କଥା ବିଚାର କରି ଏହାର ସଠିକ ସମାଧାନ କରିବେ ବୋଲି ଆଶା କରୁଛି,, ଆପଣ ଇଶ୍ଵର ଙ୍କ ମାୟାରେ ପଡି ରାଜ୍ୟ ମୁଖିଆ ହେଲେ ଓ ମୋତେ ବି ଭଗବାନ କୁଆଡୁ ବୁଲେଇ ବୁଲେଇ ଆଣି ଦେଶ ମୁଖିଆ କଲେ,,, ନାଁ ଆପଣ ଜାଣିଥିଲେ ନାଁ ମୁଁ ଜାଣିଥିଲି,, ଆପଣ ଜାଣିଲେ ସିଂହାସନ ଗ୍ରହଣ କରିବାର 20 ବର୍ଷ ପରେ, ମୁଁ ଜାଣିଲିଣି ଅନେକ ବର୍ଷ ପୂର୍ବରୁ,,ତେଣୁ ଦେଶ ଓ ରାଜ୍ୟ ଚଲେଇବା ଏତେ ସହଜ ବେପାର ନୁହେଁ ଯାହା ଆପଣ ଅନୁଭବ କଲେଣି ଓ ମୁଁ ବି ପୁରୁଣା ଖେଳାଳି ହେଇ ବର୍ତମାନ ଅନୁଭବ କରୁଛି,, କରୋନା ପରେ ସବୁ ଓଲଟ ପାଲଟ ଭଗବାନ କରିଛନ୍ତି,, ଆସନ୍ତା ଇଲେକ୍ସନ ପରେ ଆମ ଭବିଷ୍ୟତ କଣ ହେବ ଇଶ୍ଵର ଙ୍କୁ ଜଣା, ଆଜି ଯାହା ଘଟିଲା ଓ ଘଟୁଛି କେହି କଳ୍ପନାର ବାହାରେ,, ମୋ ଦୁଃଖ ମୁଁ କହୁଛି ଧ୍ୟାନଦେଇ ଶୁଣନ୍ତୁ, ଇଲେକ୍ସନ ରେ ମୋତେ ମୋ ଦଳର ଚାରିଟା ପବନା କହିଲେ ଆପଣଂକ ରାଜ୍ୟର ପ୍ରଜା ଆପଣଂକ ଉପରେ ଅଶାନ୍ତି ସେମାନେ ମୋତେ କୁଆଡେ ଖୋଜୁଛନ୍ତି ତେଣୁ ମୁଁ ସେମାନଙ୍କ କଥାରେ ପଡି ଆପଣଂକ ଦ୍ୱୈତ ରାଜଧାନୀ ରେ ନିର୍ବାଚନୀ ସଭା କରି ଆପଣଂକ ବିରୁଦ୍ଧରେ ଗର୍ଜନ କରିଥିଲି,, ନିର୍ବାଚନ ସରିଲା ପରେ ଫଳ ହେଲା ଓଲଟା, ମୁଁ ଜାଣିଲି ଆପଣଂକ ରାଜ୍ୟ ର ପ୍ରଜା ଆପଣଂକୁ ହୃଦୟ ଭିତରେ ରଖିଛନ୍ତି ସେଇ ଦିନଠୁଁ ପ୍ରତିଜ୍ଞା କଲି ଆଉ ଆପଣଂକ ବିରୁଦ୍ଧରେ କିଛି କହିବି ନାହଁ,ଗଲା ଇଲେକ୍ସନ ରେ ଆପଣ ବି ଏକୁଟିଆ ବୁଲି ବୁଲି ଦିନ ରାତି ଅନିଦ୍ରା ହେଇ ବୁଦ୍ଧି ଶିଖିଥିଲେ ଓ ଯଥେଷ୍ଟ ଜ୍ଞାନ ରାଜନୀତି ଉପରେ ପାଇଥିଲେ, ଅସଲ ମଞ୍ଜି କଥା ଜାଣିଥିଲେ,ଆପଣଂକ ଦଳର ନେତା ମାନେ କିପରି ଲକ୍ଷ୍ୟ ଲକ୍ଷ୍ୟ ନିରୀହ ଲୋଭି ଲୋକଙ୍କୁ ଭୂତେଇ ଫିଟଫଣ୍ଡ କରି ଆପଣଂକ ଦ୍ୱେତ ରାଜଧାନୀ କୁ ଅଟାଳିକା ମୟ କରିଥିଲେ,,ପ୍ରକୁର୍ତ୍ତତରେ ହେବା ବି ଦରକାର ଥିଲା, ସେମାନଂକୁ ଦୋଷ ଦେବା ଆମର ଭୁଲ, କାରଣ ସେମାନେ ଯଦି ତାହା କରିନଥାନ୍ତେ ଆଜି ଆପଣଂକ ଦ୍ୱେତ ସହର କିମ୍ବା ଆଉ କୋଉ ସହର ଗୁଡିକ ବର୍ତମାନ ଆଫ୍ରିକା ର ଦୁର୍ବିକ୍ଷ ସହର ପରି ଲାଗୁଥାନ୍ତା,,ବର୍ତମାନ ମୁଁ ବି ସେଇ ମାୟାରେ ପଡିଛି କେମିତି ଉଦ୍ଧାର ହେବି ଟିକେ ଆପଣ ମହାପ୍ରଭୁ ଙ୍କୁ ମୋ ପାଇଁ ଗୁହାରି କରିବେ ବୋଲି ମୋର ଆଶା,, ବର୍ତମାନ ଚାରିଆଡେ ମୋ ବିଷୟରେ ଚର୍ଚ୍ଚା କି ମୁଁ କୁଆଡେ ଆସିବା ଦିନ ଠାରୁ ଦେଶର ଋଣ ବଢ଼େଇଦେଇଛି,, ନିଶ୍ଚିତ ଜାଣୀହେଉଛି କିଛି ଭୁଲ ହେଇଚି ତଥାପି ମୋ ପ୍ରୟାସ ଜାରି ରହିଛି, ମୋର ଭାବନା ଆମ ଦେଶର ପ୍ରଜା ବି ସବୁ ବୁଝିପାରି ଋଣ ପରିଶୋଧ ର କାର୍ଯ୍ୟକ୍ରମ କୁ ଆଗକୁ ବଢେଇବେ ତେଣୁ ତେଲ ଖାଦ୍ୟ ପାଣି ପବନ ମୂଲ୍ୟ କୁ ବଢ଼େଇଦେଲେ ନିଶ୍ଚିତ ଋଣ ପରିଶୋଧ ସମସ୍ୟା ଦୂର ହେବ,, ଟଙ୍କା ତ ମୁଁ ମୋ ଘରକୁ ନେଇନି,, ରାସ୍ତା ଘାଟ, ପୋଲ, କଳ କାରଖାନା, ଆଧୁନିକ ଯନ୍ତ୍ର ପଟା ସବୁ ମୋରି ଅମଳରେ କରିଛି,, ଆଜି ଜାତୀୟ ରାଜପଥ ଆପଣଙ୍କ ଆମେରିକା ପରି ଲାଗୁଛି,,

ମୋ ବିରୋଧୀ ଯିଏ ଗୁଡ଼ାଏ ଦିନ ହେବ ଦେଶ ଚଳାଉ ଥିଲେ ସେମାନେ କହିଲେଣି ମୋତେ ଜେଲରେ ପୂରେଇବେ,, କେହି ପ୍ରକୁର୍ତ୍ତ ସତ ବୁଝିପାରୁନାହାନ୍ତି ଦେଶ ସ୍ୱାଧୀନତା ପାଇବା ପରେ ଦେଶ ଚଲେଇବା କେତେ କଷ୍ଟ ସେଇଟା ସେମାନେ ଜାଣିଛନ୍ତି, ସେମାନେ ବି ବହୁତ କାମ କରିଛନ୍ତି ଏଥିରେ ସନ୍ଦେହ ନାହିଁ,,ଯାହା ଆଗକୁ ହେବ ଇଶ୍ଵର ଜାଣିଛନ୍ତି,,ହୁଏତ ମୁଁ ଟିକିଏ ବେଶୀ ଆମ ଦେଶ ତଦନ୍ତ କାରି ସଂସ୍ଥା ର ଅଧିକାରୀ ମାନଂକୁ ଲଗେଇଛି ତେଣୁ ମୋତେ ଡର ବି ଲାଗୁଚି ଯଦି ମୋ ସରକାର ପଳେଇଲା ସେଇ ତଦନ୍ତକାରି ସଂସ୍ଥା ମାନେ ମୋତେ ଓ ମୋ ସମର୍ଥିତ ଲୋକଙ୍କୁ ଘାଣ୍ଟିବେ,, ତାଙ୍କର ଦୋଷ କିଛି ନାହିଁ ସେମାନେ
ସରକାରୀ ଚାକିରିଆ ମୋ ସିଟରେ ଯିଏ ବସିବ ତା କଥା ସେମାନେ ଶୁଣିବେ,ଚାକିରୀ ଡର କାହାର ନାହିଁ ସେମାନଙ୍କର ଚାକିରୀ ଅଛି ବୋଲି ଘରେ ବାହାରେ ଫୁଟାଣି ଦେଖାଉଛନ୍ତି, ଚାକିରୀ ପଳେଇଲେ ନିଜ ପରିବାର ବି ଅନେଇବନି, ଜମାରୁ ତାଙ୍କ ଦୋଷ ଦେବିନି,ତେଣୁ ଚେଷ୍ଟା ଚାଲିଛି ଗାଦି ବଂଚେଇବାକୁ,,, ଇଶ୍ଵର ଜାଣିଛନ୍ତି,, ଆପଣଂକ ବାପା ଜଣେ ମହାନ ଲୋକ ଥିଲେ ମୁଁ କେବେ ଠାରୁ ଭାବିଚି ସେ ରତ୍ନପତ୍ର ଟା ତାଙ୍କୁ ଦେବି ବୋଲି କିନ୍ତୁ ମୋ ପାଖରେ ଆଉ ଗୋଟିଏ ଦୁଇଟି ମୁଖିଆ ଅଛନ୍ତି ଓ ଦୁଇ ତିନୋଟି ସହକର୍ମୀ ଅଛନ୍ତି ସେମାନେ ମୋତେ ଅଟକାଉଛନ୍ତି,,, ଆପଣ ଜନ୍ମ ହେଇନଥିଲେ ଆପଣଂକ ବାପା ଅନେକ କଳ କାରଖାନା କରିଥିଲେ, ସେ ବିଶ୍ୱ ପ୍ରସିଦ୍ଧ ଲୋକ,,,, ଯୋଜନା ଚାଲିଛି ଖୁବ ଶୀଘ୍ର ପଦକ ଟା ଆମେ ସମସ୍ତେ ମିଶିକି ଦେବା, ଓ ଦିଲ୍ଲୀରେ ବି ବଡ଼ କାର୍ଯ୍ୟକ୍ରମ କରିବା,,,,ଆଶା କରେ ମୋ ପରିସ୍ଥିତି ଟା ନିଶ୍ଚିୟ ବୁଝିପାରୁଥିବେ,ତେଣୁ କେତେବେଳଠୁ ମିଡ଼ିଆ ଵାଲା କହୁଛନ୍ତି ମେଣ୍ଟ ମେଣ୍ଟ,,,,, ଯେତେ ଶୀଘ୍ର ଦୁଇ ଦଳର ମେଣ୍ଟ କରି ଯମୁନା ପାର ହେବା,,,ଏଇ ଇଲେକ୍ସନ ସରିଲେ ଦୁଇ ଭାଇ ଟିକେ ଶାନ୍ତିରେ ନିଶ୍ୱାସ ନେବା, ରହୁଛି, ଆପଣଂକ ସାନ ଭାଇ ସୁନିର୍ମାଣ ହରିହର ଯଶସ୍ବୀ ଗାଦି, ନମସ୍କାର 🙏*

ବଡ଼ ଭାଇ ଉତ୍ତର କାଲିକି ଦେଲେ ପ୍ରକାଶ କରାଯିବ,

Leave a Reply

Your email address will not be published. Required fields are marked *