Spread the love

କନ୍ଧମାଳ : ହୋମଗାର୍ଡ ସଂଘ କର୍ମକର୍ତ୍ତା ନିଆରା ଢଙ୍ଗରେ ପାଳନକଲେ 2024 ନୂତନ ବର୍ଷର ଅଭିନନ୍ଦନ..

 

କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା କ୍ରମେ ତା :01,01,୨୦୨୪, ମସିହା ନୂତନ ବର୍ଷ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଇନ୍ ପରାମର୍ଶଦାତା ,ପରାମର୍ଶଦାତା ସାମ୍ବାଦିକ ବନ୍ଧୁ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା l ଏହି ଅବସରରେ ପ୍ରଥମେ ଫୁଲବାଣୀ ସହରର ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପଜାଳି ପୂଜା ଅର୍ଚ୍ଚନା କରାଯାଇଥିଲା l ତାପରେ ହୋମଗାର୍ଡ କାର୍ଯ୍ୟାଳୟରେ ଉପରିସ୍ଥି ଅଧିକାରୀ ମାନଙ୍କୁ ପୁଷ୍ପଗୁଛ, ଏବଂ ଡାଇରୀ ଦେଇ ସ୍ବାଗତ ଜଣାଇଥିଲେ l ତା ସହିତ କନ୍ଧମାଳ ଜିଲ୍ଲାର କୁଇ ସମାଜ ତଥା ମିଳିତ ମଞ ଆବାହକ ଲମ୍ବୋଦର କହଁର, ମିଳିତ ମଞ ସଭାପତି ସମୀର ଘଟାଲ,ମିଳିତ ନାଗରିକ କମିଟି ଆବାହକ ଅଶୋକ କୁମାର ପରିଡ଼ା, ହୋମଗାର୍ଡ ସଂଘ ପରାମର୍ଶଦାତା ତଥା ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରା,ହୋମଗାର୍ଡ ସଂଘର ଆଇନ୍ ପରାମର୍ଶଦାତା , ଆଇନ୍ ଜୀବି ମନୋଜ କୁମାର ପଟ୍ଟନାୟକ, ଆଇନ୍ ଜୀବି ତଥା ସାମ୍ବାଦିକ ସଦାଶିବ ପାତ୍ର, ସାମ୍ବାଦିକ,ରାଧାମୋହନ ମହାପାତ୍ର, ହୋମଗାର୍ଡ ସଂଘ ପରାମର୍ଶ ଦାତା ମିଡ଼ିଆ ସମ୍ପାଦକ ତଥା AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ, ଖିରଦ କୁମାର ସାହାଣୀ ଏବଂ ସାମ୍ବାଦିକ ଅଶୋକ କୁମାର ମିଶ୍ରଙ୍କୁ ପୁଷ୍ପଗୁଛ ଓ ନୂତନ ବର୍ଷର ଡାଇରୀ ଦେଇ ଅଭିନନ୍ଦନ ଜଣାଇ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସମ୍ପାଦନ କରିଥିଲେ l

Leave a Reply

Your email address will not be published. Required fields are marked *