କନ୍ଧମାଳ : ଫୁଲବାଣୀ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ..
କନ୍ଧମାଳ ଜିଲ୍ଲା ରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ଜାତୀୟ ସମର୍ ଶିକ୍ଷାର୍ଥୀ ବାହିନୀ(ଏନ. ସି. ସି), କ୍ରୀଡ଼ା ତଥା ସମସ୍ତ ଛାତ୍ରାବାସ ଓ ଛାତ୍ରୀ ନିବାସର ସୁପରିଟେଣ୍ଡେ ଙ୍କ ତତ୍ତ୍ବବଧନାରେ ହର୍ ଘର୍ ତ୍ରିରଙ୍ଗା ୨୦୨୫ ର ଏକ ବିଶାଳ ପଦଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବାଶ ଚନ୍ଦ୍ର ପ୍ରଧାନ ଉକ୍ତ ପଦଯାତ୍ରାକୁ ଉଦ୍ଘାଟନ କରି ହର୍ ଘର୍ ତ୍ରିରଙ୍ଗାର ମହତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ l ତ୍ରିରଙ୍ଗା କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ଏହା ଆମ ଜାତୀୟତାର ପ୍ରତୀକ ତଥା ଭାରତର ସ୍ଵାଭିମାନର ପ୍ରତୀକ l ସେ ପୁଣି କହିଥିଲେ ଯେ ଏହା କେବଳ ଏକ ସଭାଯାତ୍ରା ନୁହେଁ ବରଂ ଏହା ଘରେ ଘରେ ଦେଶପ୍ରେମ ତଥା ଜାତି ପ୍ରେମ ଭାବନା କୁ ପହଞ୍ଚେଇବା ଏହାର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ l ମହାବିଦ୍ୟାଳୟ ପ୍ରାଙ୍ଗରଣରୂ ଏହି ପଦଯାତ୍ରାରେ ପାଞ୍ଚ ଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ସେଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରାଯାଇଥିଲା l ଜିଲ୍ଲାପାଳ, କନ୍ଧମାଳ ଶ୍ରୀଯୁକ୍ତ ବେଦଭୂଷଣ ଉକ୍ତ ସଭାଯାତ୍ରାକୁ ଉଦବୋଧନ ଦେଇ କହିଥିଲେ ଯେ ପ୍ରତ୍ୟକ ଛାତ୍ରଛାତ୍ରୀ ଦେଶପାଇଁ ସ୍ଵପ୍ନ ଦେଖିବା ଉଚିତ l ଏହା ଏକ ସୁନ୍ଦର ସମାଜ ତଥା ଦେଶ ଗଠନରେ ସହାୟକ ହେବ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଶ୍ରୀ ଅକ୍ଷୟ କୁମାର ସେଠୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ , ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ, ଫୁଲବାଣୀ ଶ୍ରୀ ସମରେଶ ମହାନ୍ତି , ଯୁବ ରେଡ଼କ୍ରସର ସଂଯୋଜିକା ଡ଼ ଅଭିପ୍ସା ବଳ, ଏନ. ଏସ୍. ଏସ୍ ର ସଂଯୋଜକ ଡ଼ ବିପିନ କୁମାର ବେହେରା, ଏନ. ସି. ସି ର ଅଧିକାରୀ ମେଜର ଡ଼ ସଞ୍ଜୀବ ବଳିଆରସିଂ, କ୍ରୀଡ଼ା ଉପଦେଷ୍ଟା ଡ଼ ଜାତୀନ୍ଦ୍ର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Leave a Reply