କନ୍ଧମାଳ // ଦ୍ୱିତୀୟ ଦିଶା ଅଧିବେଶନ 2025 ବୈଠକ ଅନୁଷ୍ଠିତ ହେଇଯାଇଛି,ଲୋକସଭା ସଦସ୍ୟ, ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ଵରେ ଦ୍ଵିତୀୟ ଦିଶା ଅଧିବେଶନ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଉପସ୍ଥିତ ଥିଲେ -କନ୍ଧମାଳ ରୁ କୁନା ଦିଗାଲ

Spread the love

କନ୍ଧମାଳ : ଦ୍ୱିତୀୟ ଦିଶା ଅଧିବେଶନ 2025 ବୈଠକ ଅନୁଷ୍ଠିତ ହେଇଯାଇଛି..

କନ୍ଧମାଳ :-=(ଦର୍ଶନ ସମୀକ୍ଷା )କୁନା ଦିଗଲ

ଜିଲ୍ଲା ଫୁଲବାଣୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପଞ୍ଚାୟତ ଭବନ ଠାରେ ଅଧ୍ୟକ୍ଷ, ଦିଶା ଅଧିବେଶନ, କନ୍ଧମାଳ ତଥା ମାନ୍ୟବର ଲୋକସଭା ସଦସ୍ୟ, କନ୍ଧମାଳ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ଵରେ ଦ୍ଵିତୀୟ ଦିଶା ଅଧିବେଶନ ଆୟୋଜିତ ହୋଇଯାଇଛି l ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଏହି ଦିଶା ବୈଠକ କନ୍ଧମାଳ ଜିଲ୍ଲାର ଉନ୍ନତି ଓ ପ୍ରଗତି ପାଇଁ ଦିଶା ଦେଖାଇବ l ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ମାନ୍ୟବର ବିଧାୟକ, ବାଲିଗୁଡ଼ା ଶ୍ରୀ ଚକ୍ରମଣି କହଁର , ମାନ୍ୟବର ବିଧାୟକ,ଜି ଉଦୟଗିରି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦଭୂଷଣ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ ଜିଲ୍ଲାର ବିଭିନ୍ନ ବିଭାଗର ଯେପରି ଶିକ୍ଷା , ସ୍ଵାସ୍ଥ୍ୟ, କୃଷି ,ଗମନାଗମନ, ଜଳସେଚନ, ଜଙ୍ଗଲ ଓ ସାମାଜିକ ସୁରକ୍ଷା ଇତ୍ୟାଦିର ଲୋକ କଲ୍ୟାଣ ଯୋଜନା ଗୁଡ଼ିକର ସମୀକ୍ଷା କରିବା ସହିତ ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ଉପରେ ଆଲୋଚନା କରିଥିଲେ ଏବଂ ତତ୍ପରତାର ସହିତ କାମକରି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l

ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦଭୂଷଣ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ନରେନ୍ଦ୍ର ନାୟକ, ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଘୁ. ଉଦୟଗିରି, ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲିଗୁଡା, କନ୍ଧମାଳ ଜିଲ୍ଲାର ସମସ୍ତ ୧୨ ଗୋଟି ପଞ୍ଚାୟତ ସମିତିର ଅଧ୍ୟକ୍ଷା/ଅଧ୍ୟକ୍ଷ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *