କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜିଲ୍ଲା ସଂସ୍କୃତି ବିଭାଗ ର ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ ଏକ ବିଶ୍ଵ କିର୍ତ୍ତିମାନ ସୃଷ୍ଟି କରିବା ଦିଗରେ ବିକଶିତ ଭାରତର ବିଷୟବସ୍ତୁକୁ ନେଇ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି- କନ୍ଧମାଳ ରୁ କୁନା ଦିଗଲ ଦର୍ଶନ ସମୀକ୍ଷା

Spread the love

କନ୍ଧମାଳ : ରଙ୍ଗ, କଳା ଓ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ..

କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜିଲ୍ଲା ସଂସ୍କୃତି ବିଭାଗ ର ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ ଏକ ବିଶ୍ଵ କିର୍ତ୍ତିମାନ ସୃଷ୍ଟି କରିବା ଦିଗରେ ବିକଶିତ ଭାରତର ବିଷୟବସ୍ତୁକୁ ନେଇ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତା ତିନୋଟି ବର୍ଗରେ ବୃତ୍ତିଗତ ଯୁବ ଚିତ୍ରକର, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହେଇଥିଲା l ଶତାଧିକ ଛାତ୍ରଛାତ୍ରୀ ଓ ଯୁବ ଚିତ୍ରକରମାନେ ବିକଶିତ ଭାରତ- ୨୦୪୭କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଡେପୁଟି କଲେକ୍ଟର କୁମୁଦିନୀ ମଲିକ, ଆସିଷ୍ଟାଣ୍ଟ କଲେକ୍ଟର ମନ୍ଦାକିନୀ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ଗାୟତ୍ରୀ ଦେବୀ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବୃତ୍ତିଗତ ଯୁବ ଚିତ୍ରକର ବର୍ଗରେ ଲିକନ ପ୍ରଧାନ ଓ ଅନୁରାଧା ପ୍ରଧାନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ସୁନିଲ କୁମାର ପ୍ରଧାନ ଓ ଲଳିତ ଦିଗାଲ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି ଭାବରେ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଯଥାକ୍ରମେ ମିଥୁନ ପାତ୍ର ଓ ଦେବାଶିଷ ଗାଉଁଟିଆ ଏବଂ ସୁଜନି ରାଣୀ ଗଣ୍ଡା ଓ ଶୁଭମ କୁମାର ସାହୁ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ବିଦ୍ୟାଳୟସ୍ତରରେ ଇସମିତ କୁମାର ବେହେରା ଓ କ୍ରୀଷ୍ଣା ପ୍ରସାଦ ପ୍ରଧାନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଅର୍ଜନ କରିଥିବା ବେଳେ ବଳିଆ ଦିଗାଲ ଓ ଲିଲିମା ମଲ୍ଲିକ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହି ପ୍ରତିଯୋଗୀମାନଙ୍କର ଚିତ୍ରକଳାଟି ସେପ୍ଟେମ୍ବର ୨୫ରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଦର୍ଶିତ ହେବା ସହିତ ମୁଲ୍ଯାଙ୍କନ ହେବ l ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନା କରିଥିଲେ l

Leave a Reply

Your email address will not be published. Required fields are marked *