Spread the love

କନ୍ଧମାଳ : କଂଗ୍ରେସ ଦଳର ବନ୍ଧୁମିଳନ ଏବଂ କର୍ମି ସମିଳନି କାର୍ଯ୍ୟକ୍ରମ ଅନୁଷ୍ଟିତ

 

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଟିକାବାଲି ବ୍ଲକ୍ ଏବଂ ଚକାପାଦ ବ୍ଲକ୍ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବେହେରାଗାଁ ଗ୍ରାମପଞ୍ଚାୟତର ଆନନ୍ଦନଗର ଠାରେ ଅନୁଷ୍ଟିତ ହେଇଯାଇଛି l ଏହି କାଯ୍ୟକ୍ରମ ଟି ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ଯୋଗଦେଇଥିଲେ ପୂର୍ବତନ ବିଧାୟୀକା ଶ୍ରୀମତୀ ଅଜୟନ୍ତି ପ୍ରଧାନ l ସେହିପରି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ,ଜିଲ୍ଲା ଯୁବ ସଭାପତି ଚନ୍ଦନ ପଣ୍ଡା,ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର,ରାଇକିଆ ବ୍ଲକ୍ ର ସଭାନେତ୍ରୀ କ୍ରଷ୍ମାପ୍ରିୟା ପ୍ରଧାନ ,ପୂର୍ବତନ ସରପଞ୍ଚ ପ୍ରକାଶ କହଁର,ବ୍ଲକ୍ ସଂଯଜୋକ ଅନନ୍ତ ସାହୁ,ବାମଦେବ ଦିଗାଲ,ପିସିସି ସଭ୍ୟ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ସତାଧିକ କଂଗ୍ରେସ କର୍ମି ଯୋଗଦେଇଥିଲେ l ଏହି ସମିଳନିରେ ବିଷେଷ କରି ଦଳ ଯେପରି ମଜଭୁତ ହୋଇ ଆଗାମି ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରିବ ସେବିଷୟରେ ବିଶେଷତ ଆଲୋଚନା କରିବା ସହିତ ବନ୍ଧୁମିଳନ କାଯ୍ୟକ୍ରମ ଅନୁଷ୍ଟିତ ହେଇଥିଲା l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *