Spread the love

କନ୍ଧମାଳ : ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ସାଂକୃତିକ ଶୋଭାଯାତ୍ରା ଉଦ୍ ଘାଟନ.. ଦର୍ଶକ ମାନଙ୍କର ମନ ଟାଣ…

କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ସାଂକୃତିକ ଶୋଭାଯାତ୍ରା l ଏହି ଅବସରରେ ପ୍ରଥମେ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ରେ ଏକତ୍ରିତ ହୋଇ ମନ୍ଦିରେ ଦର୍ଶନ ଏବଂ ପୂଜାପାଠ କରି ଏକ ବିରାଟ ପଟୁଆରରେ ବାଜା ବାଦ୍ୟ ର ପ୍ରକମ୍ପିତ ଧୁନୀ ରେ ସହର ପରିକ୍ରମା କରିଥିଲେ l ଏବଂ ଷ୍ଟାଡିୟମ ରେ ପହଂଚି ଥିଲେ ଏହି କାର୍ଯ୍ୟକ୍ରମ 05,02,2024 ଠାରୁ ଆସନ୍ତା ତା : 09,02,2024, ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟା ରେ ଲୋକନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି l ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ଟିକୁ ଫୁଲବାଣୀ ଉପ ଜ଼ିଲ୍ଲାପାଳ ଜ୍ୟୋତି ରଞ୍ଜନ ରାୟ, ପି. ଏ.ଆଇ. ଟି ଡି ଏ. ପ୍ରବୀର କୁମାର ବାଣୁଆ,ଅତି ରିକ୍ତ ଜ଼ିଲ୍ଲାପାଳ ଅଶୋକ କୁମାର ଭୋଇ ମହୋଦୟ ସାଂକୃତିକ ଶୋଭାଯାତ୍ରା କୁ ଶୁଭ ଉଦ୍ ଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଂକୃତିକ ଅଧିକାରୀ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସେଠି ନେତୃତ୍ୱ ନେଇଥିବା ବେଳେ ଜ଼ିଲ୍ଲା କଳାସଂକୃତି ସଂଘ ଓ ପାରମ୍ପରିକ ଲୋକ କଳାକାର ମହାସଂଘ, କନ୍ଧମାଳ, ଟିକାବାଲି କର୍ମୀ ଶ୍ରୀ ଯୁକ୍ତ ବୁଲୁ ଦିଗାଲ,କୁନା ଦିଗାଲ, ରମା ପଣ୍ଡା,ଅକ୍ଷୟ କର୍ଣ, ବଳି କହଁର, ଅସିତ ନନ୍ଦ, ପ୍ରେମନ୍ତ କହଁର,ରଂଜିତ ମୁଖୀ, ବାନାମ୍ବର ମୁଖୀ,ବାମଦେବ ଡିଗାଲ, ଅପସରି ଡିଗାଲ, ନିଧିରାମ କହଁର,ସନ୍ତୋଷ ପାତ୍ର, ସିମାଞ୍ଚଳ ମାଝୀ , ଉଜ୍ୱଳ କୁମାର ସାହୁ,ବୀରେନ୍ଦ୍ର କହଁର, ଙ୍କ ସହଯୋଗ ରେ ଆଜିକାର ମଶାଲ ଶୋଭାଯାତ୍ରା ସମ୍ପର୍ଣ ହେଇଛି l ଏହି ଶୋଭାଯାତ୍ରା କୁ ଅଧିକ ଆକର୍ଷଣ ପାଇଁ ଓ କଳାକାର ଙ୍କ ମନୋବଲ କୁ ସୁଦୃଡ଼ କରାଯିବା ଉଦେଶ୍ୟରେ ସ୍ୱତନ୍ତ୍ର ଉର୍ନୟନ ପରିଷଦ, ଅଧକ୍ଷ କନ୍ଧମାଳ ଶ୍ରୀ ଯୁକ୍ତ ରଦୋନ ମଲିକ, ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଅଙ୍ଗଦ କହଁର ସାମିଲି ଥିବା ଜଣା ପଡ଼ିଛ l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *