କନ୍ଧମାଳ //ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡୁରୁକୁମ୍ପା ପଞ୍ଚାୟତ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ଙ୍କ ନେତୃତ୍ୱ ରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ ନୂତନ ଭାବେ ଭିନ୍ନକ୍ଷମ ପ୍ରମାଣ ନିମନ୍ତେ 220 ରେଜିଷ୍ଟେସନ୍ କରାଯାଇଛି -କନ୍ଧମାଳ ରୁ କୁନା ଦିଗଲ ଦର୍ଶନ ସମୀକ୍ଷା

Spread the love

କନ୍ଧମାଳ : ସୁଡୁରୁକୁମ୍ପା ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ..

କନ୍ଧମାଳ :=(ଦର୍ଶନ ସମୀକ୍ଷା) ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡୁରୁକୁମ୍ପା ପଞ୍ଚାୟତ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ଙ୍କ ନେତୃତ୍ୱ ରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ ନୂତନ ଭାବେ ଭିନ୍ନକ୍ଷମ ପ୍ରମାଣ ନିମନ୍ତେ 220 ରେଜିଷ୍ଟେସନ୍ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କୋଶଲ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ -20 ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ବସ୍ ପାସ୍ -10 ଜଣ ଙ୍କୁ ଏବଂ ହୁଇଲ୍ ଚ୍ୟାର୍ 6 ଜଣ ଙ୍କୁ ପ୍ରଦାନ କରିଥିଲେ l

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀ, ଖଜୁରୀପଡ଼ା ଗୋଷ୍ଠୀ ଉନୟନ ଅଧିକାରୀ, ସମାଜ ସୁରକ୍ଷା ଅଧିକାରୀ, ଖାଦ୍ୟ ଯୋଗାଣ ନିରୀକ୍ଷକ, ସାମାଜିକ ସୁରକ୍ଷା ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଫୁଲବାଣୀ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଖଜୁରୀପଡ଼ା ଓ ଏଲ୍ ଏମ୍ ଅଧିକାରୀ,ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଅଧିକାରୀ, ସମସ୍ତ ପିଇଓ ଏବଂ ବ୍ଲକ୍ ର ସମସ୍ତ କର୍ମକର୍ତା, ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତୁଲେଇ ଥିଲେ l ସେହିପରି ଚାରିଟା ଜୁନ୍ ର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ଯୋଗଦେଇ ଥିବାବେଳେ ନୂତନ ଭାବେ ସୁଡୁରୁକୁମ୍ପା ପଞ୍ଚାୟତ ରେ ଗଠନ ହେଇଥିବା ମା ବ୍ୟାଘ୍ରଦେବି ଯୁବକ ସଂଘ ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l ଖଜୁରୀପଡ଼ା ବ୍ଲକ୍ ର ଦୁର୍ଗମ ଅଞ୍ଚଳ ସୁଡୁରୁକୁମ୍ପା ପଞ୍ଚାୟତ ରେ ପ୍ରଥମ ଥର ପାଇଁ ଏହି ଭୀମଭୂଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବାରୁ ଅଞ୍ଚଳ ବାସି ବେସ୍ ଖୁସିବ୍ୟକ୍ତ ହେଇ ଜିଲ୍ଲା ପ୍ରଶାସନ ଙ୍କୁ ସାଧୁବାଦ ଜଣେଇ ଛନ୍ତି l

Leave a Reply

Your email address will not be published. Required fields are marked *