Spread the love

କନ୍ଧମାଳ : ଦୁର୍ବୁତ୍ତ ଙ୍କ ଆକ୍ରମଣ ରୁ ଅଜଣା ଟ୍ରକ ଡ୍ରାଇଭର ବଞ୍ଚେଇଦେଲେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ଙ୍କ ଜୀବନ..

କନ୍ଧମାଳ ଜିଲ୍ଲାର ହୋମଗାର୍ଡ ସଂଘର ଜିଲ୍ଲା ଆବାହକ ତଥା କାର୍ଯ୍ୟରତ ସଦର ଥାନାର ହୋମଗାର୍ଡ କର୍ମଚାରୀ ବିରାଜ ପ୍ରଧାନ ରାତି ୧୦ ଟାରେ ଡିଉଟି ସାରି ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ଏକ ଅଜଣା ଟ୍ରକ ପହଁଚି ଥିବାରୁ ହୋମଗାର୍ଡ ଜଣଙ୍କ ଜୀବନ ବ୍ୟାକୁଳ ରେ ଟ୍ରକ ଟିକୁ ଅଟକାଇ ଥିଲେ l ଟ୍ରକ ଡ୍ରାଇଭର ଜଣଙ୍କ ସଦର ଥାନା କୁ ଫୋନ ଯୋଗେ ଜଣେଇବା ପରେ ସଦର ଥାନା ଅଧିକାରୀ ଏବଂ ଷ୍ଟାପ୍ପ ଘଟଣା ସ୍ଥଳରେ ପହଞ୍ଚି ହୋମଗାର୍ଡ କର୍ମଚାରୀ ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟ କୁ ଆଣିଥିଲେ l କନ୍ଧମାଳ ଜିଲ୍ଲା ଆରକ୍ଷୀକ ଅଧିକାରୀ ସୂବେନ୍ଦୁ ପାତ୍ର ଏବଂ ଅତିରିକ୍ତ ଜିଲ୍ଲା ଆରକ୍ଷୀକ ଅଧିକାରୀ.. ଡି ଏସ୍ ପି. ଫୁଲବାଣୀ ଏସ୍ ଡି ପି ଓ ହୋମଗାର୍ଡ କର୍ମଚାରୀ ବିରାଜ କୁମାର ପ୍ରଧାନ କିପରି ସୁସ୍ତ ହେବେ ଏବଂ ତାଙ୍କୁ କିଏ ଆଉ କାହିଁକି ଆକ୍ରମଣ କଲା ତାହା ତନା ଘନା କାଇବା ସହିତ ଆଗେ ହୋମଗାର୍ଡ କର୍ମଚାରୀ ଜଣଙ୍କ କେମିତି ଭଲ ହେବ ସେ ନେଇଁ ଏହାରହ ଖବର ପାଇବା ନିମନ୍ତେ ସଦର ଥାନା ର କାର୍ଯ୍ୟରତ ହୋମଗାର୍ଡ ପ୍ରଭାତ କୁମାର ସାହାଣୀ ଙ୍କୁ ତାଙ୍କ ସହିତ ଫୁଲବାଣୀ ମେଡିକାଲ ରୁ ଭୁବନେଶ୍ୱର କୁ ପଠେଇ ଛନ୍ତି l ହୋମଗାର୍ଡ ଶ୍ରୀ ପ୍ରଧାନ ଙ୍କ ପରିବାର ପକ୍ଷରୁ ପୋଲିସ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣେଇ ଛନ୍ତି l ସେହିପରି ଶ୍ରୀ ପ୍ରଧାନ ଙ୍କ ଏଭଳି ଘଟଣା ର ଖବର ପାଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ର ପରାମର୍ଶ ଦାତା କୁନା ଦିଗାଲ ଏବଂ ସାମ୍ବାଦିକ ତଥା ଆଇନ ଯିବି ଆଦିତ୍ୟ ତ୍ରିପାଠୀ, ସାମ୍ବାଦିକ ଅମ୍ବୁଜ ବେହେରା ଓ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ମାନେ ମେଡିକାଲ ରେ ପହଁଚି ତାଙ୍କୁ ଆସୋଶ୍ୱନା ଦେଵା ସହିତ ପରାମର୍ଶଦାତ୍ତା ତଥା AICWC ର ରାଜ୍ୟ ଉପ ସଭାପତି କୁନା ଦିଗାଲ ହୋମଗାର୍ଡ କର୍ମଚାରୀ ଙ୍କ ସହ ଭୁବନେଶ୍ୱର ସ୍ୱମ୍ ହସ୍ପିଟାଲ ଯାଇଥିଲେ l ହୋମଗାର୍ଡ କର୍ମଚାରୀ ଜଣଙ୍କୁ ଅଧିକ ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ତିତ ସୋମ୍ ହସ୍ପିଟାଲ କୁ ସ୍ଥାନାନ୍ତର କରିଛନ୍ତି l ସଦର ଥାନା ରେ ହୋମଗାର୍ଡ କର୍ମଚାରୀ ଙ୍କ ପତ୍ନୀ ଲିଖିତ ଅଭିଯୋଗ ଦେଇଥିବା ବେଳେ ଥାନା ଅଧିକାରୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଚି ଦୋଷୀ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବଲି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *