କଟକ //୪୨ ମୌଜାସ୍ଥ ବେଣ୍ଟକାରରେଜଗବ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କ ଅମୃତମହୋତ୍ସବପାଇଁ ପ୍ରସ୍ତୁତି ବୈଠକ,

Spread the love

୪୨ ମୌଜାସ୍ଥ ବେଣ୍ଟକାରରେ
ଜଗବ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କ ଅମୃତମହୋତ୍ସବପାଇଁ ପ୍ରସ୍ତୁତି ବୈଠକ ତା.୨୨/୫:-ଦର୍ଶନ ସମୀକ୍ଷା,
ବାଣିଆ ପୀଠ ହଂସନାଥ ମହାପ୍ରଭୁଙ୍କ କୃପାରୁ ଆସନ୍ତା ତା ୩୧/୦୫/୨୦୨୫ ରିଖ ଶନିବାର ସନ୍ଧ୍ୟାରେ ୪୨ ମୋୖଜ଼ା ସ୍ଥିତ ବେଣ୍ଟକାର ଭଜ ଗୋବିନ୍ଦ ପୀଠ ପରିସରରେ ଜଗଦଗୁରୁ ଶ୍ରୀଧର ସ୍ୱାମୀଙ୍କ ଅମୃତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏହି ମହୋତ୍ସବରେ ଇସ୍କନର ସନ୍ୟାସୀ – ଶ୍ରୀପାଦ କୃଷ୍ଣଗତି ଦାସ, ତିରୁପତି ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି – ଡ଼ ହରେକୃଷ୍ଣ ଶତପଥି, ବିହାର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି – ଡ଼ ପ୍ରଫୁଲ୍ଲ ମିଶ୍ର, ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ – ପ୍ରଦ୍ୟୁମ୍ନ ଶତପଥି, ସାହିତ୍ୟ ଗବେଷକ, ପୌରୁଷର ସମ୍ପାଦକ – ଅସିତ ମହାନ୍ତି, ଆମେରିକାର ଅବସରପ୍ରାପ୍ତ ଯନ୍ତ୍ରୀ, ଶ୍ରୀଧର ପ୍ରେମୀ – ପ୍ରସାଦ ରାଓ, ଓଡିଶା ସନାତନୀ ସେନାର ସଭାପତି – ସମୀର କୁମାର ପଣ୍ଡା, ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦର ସଭାପତି – ବିଜୟ କୁମାର ମହାକୃତ ସମ୍ପାଦକ – ହରେକୃଷ୍ଣ ପଣ୍ଡା, ଆବାହକ – ପ୍ରଦୀପ୍ତ କୁମାର ମହାନ୍ତି,ସମାଜସେବୀ, ଆଧ୍ୟାତ୍ମିକ ସଂଗଠକ – ମନୋରଞ୍ଜନ ମହାନ୍ତି ପ୍ରମୁଖ ଦିବ୍ୟାତ୍ମା ଅତିଥିମାନେ ଯୋଗଦେଇ ବ୍ୟାସଦେବ କୃତ ଭାଗବତର ପ୍ରଥମ ଟିକାକାର,ପୂରୀ ଗୋବର୍ଦ୍ଧନ ପୀଠର ୧୦ମ ଶଙ୍କରାଚାର୍ଯ୍ୟ, ଓଡିଆ ଜଗଦଗୁରୁ, ଶ୍ରୀଧର ସ୍ୱାମୀଙ୍କ ସ୍ମୃତିଚାରଣ କରିବାସହ ଓଡିଆ ଅସ୍ମିତା ଏବଂ ଆମ ଗୌରବ ଗାଥା ମନେପକାଇବାକୁ ପ୍ରୟାସ କରିବେ। ଏହି ଉତ୍ସବକୁ ସାଫଲ୍ଯମଣ୍ତିତ କରିବାପାଇଁ ଗତକାଲି ଆୟୋଜକ ଶ୍ରୀଧର ସ୍ୱାମୀଙ୍କର ଭକ୍ତ, ଶ୍ରଦ୍ଧାଳୁ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଭଜଗୋବିନ୍ଦ ପୀଠରେ ଅନୁଷ୍ଠିତ ହେବା ସହ କାର୍ଯ୍ୟକ୍ରମର ଚୁଡାନ୍ତ ରୂପରେଖ ପ୍ରସ୍ତୁତକରାଯାଇ ସର୍ବସାଧାରଣରେ ପ୍ରକାଶ କରାଯାଇଛି ଏବଂ ତା୩୧।୫।୨୦୨୫ ରିଖ ଶନିବାର ସଂଧ୍ୟାରେ ଆପଣମାନେ ଉପସ୍ଥିତ ରହି ଉକ୍ତ ଅମୃତ ମହୋତ୍ସବକୁ ସଫଳ କରିବା ସହ ଓଡିଆ ମହାପୁରୁଷଙ୍କୁ ସର୍ବଜନ ବିଦିତ କରି, ଓଡିଆ ଅସ୍ମିତାକୁ ବଜାୟ ରଖି କାର୍ଯ୍ୟକ୍ରମକୁ ଉଜ୍ଜିବୀତ କରିବାକୁ ନିବେଦନ କରାଯାଇଛି।

ଉକ୍ତ ପ୍ରସ୍ତୁତି ବୈଠକରେ ସବଶ୍ରୀ ପ୍ରହଲ୍ଲ୍ଲାଦ ଶତପଥି, ଦିପ୍ତୀକାନ୍ତ ମହାନ୍ତି, ଗିରିଶ ପ୍ରସାଦ ଦାସ, ଶ୍ଵେତବନ୍ଧୁ 6ଭାଇ, ଜ୍ଞାନରଞ୍ଜନ ପ୍ରଧାନ, କଲ୍ୟାଣ ମହାନ୍ତି,ଶୋଲା, ଶ୍ରୀମତୀ ଭାରତୀ ମହାନ୍ତି, ରିଭା ମହାନ୍ତି ଏବଂ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ଗିରିଶ ପ୍ରସାଦ ଦାସ
*ମୋ:-.୯୪୩୭୬୯୧୩୪୪

Leave a Reply

Your email address will not be published. Required fields are marked *