କଟକ //ହିନ୍ଦ୍ ମଜଦୁର ସଭାର ରାଜ୍ୟ ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା କ୍ରୁଷ୍ନ ଚନ୍ଦ୍ର ପାତ୍ରଙ୍କ ପ୍ରତି ସି ପି ଆଇ ଏମ୍ ଏବଂ ସି ଆଇ ଟି ୟୁ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି

Spread the love

କ୍ରୁଷ୍ନ ଚନ୍ଦ୍ର ପାତ୍ର ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
କଟକ ତା୨୫।୧୦- =(ଦର୍ଶନ ସମୀକ୍ଷା)

ହିନ୍ଦ୍ ମଜଦୁର ସଭାର ରାଜ୍ୟ ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା କ୍ରୁଷ୍ନ ଚନ୍ଦ୍ର ପାତ୍ରଙ୍କ ପ୍ରତି ସି ପି ଆଇ ଏମ୍ ଏବଂ ସି ଆଇ ଟି ୟୁ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ସକାଳେ ତାଙ୍କର ପାର୍ଥିବ ଶରୀର କଟକ ସି ଡି ଏ ବାସଭବନରେ ପହଞ୍ଚିବା ପରେ ସି ପି ଆଇ ଏମ୍ ର ବରିଷ୍ଠ ନେତା ସନ୍ତୋଷ ଦାସ ଏବଂ ସି ଆଇ ଟି ୟୁ ର ରାଜ୍ୟ ସଭାପତି ବିଷ୍ଣୁ ମହାନ୍ତି, କଟକ ଜିଲ୍ଲା ସଭାପତି ରବିନାରାୟଣ ମଲ୍ଲିକ୍, ଆଡଭୋକେଟ ଦୀପକ ମହାପାତ୍ର ଓ ଭିକାରୀ ଦାସ ପ୍ରମୁଖ ତାଙ୍କର ଶବାଧାରରେ ପୁଷ୍ପାର୍ପଣ କରିଥିଲେ।
ନବ୍ୟ ଉଦାରବାଦୀ ଅର୍ଥନୀତି ଏବଂ ସାଂପ୍ରଦାୟିକ ବିଭାଜନକାରୀ ନୀତି ବିରୋଧରେ ଐକ୍ୟବଦ୍ଧ ସଂଗ୍ରାମରେ ତାଙ୍କର ସାଲିସ୍ ହୀନ ଅବଦାନ ପାଇଁ ସେ ଚିର ଦିନ ଲାଗି ଅମର ରହିବେ।
ସାଥୀ କ୍ରୁଷ୍ନ ଚନ୍ଦ୍ର ପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ତାଙ୍କର ପରିବାର ପରିଜନଙ୍କ ପ୍ରତି ସମବେଦନା ଜଣାଉଛୁ।
ରବିନାରାୟଣ ମଲ୍ଲିକ୍, ସଭାପତି
ସି ଆଇ ଟି ୟୁ, କଟକ ଜିଲ୍ଲା କମିଟି।

Leave a Reply

Your email address will not be published. Required fields are marked *