କଟକ ମହାନଗର ଦକ୍ଷିଣା ଚଳ ନାଗରିକ ସମିତି ର ମହାବିକ୍ଷୋବ,,,,,
31224 ଆଜି କଟକ ମହାନଗର ଦକ୍ଷିଣା ଚଳ ନାଗରିକ ସମିତି ପକ୍ଷରୁ ଅବହେଳିତ 4ୱାଡ ର ବରିଷ୍ଟ ନାଗରିକ ଓ ମହିଳା ମାନେ ମହା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦୀର୍ଘ 20ବର୍ଷ ଧରି ମହାନଗର ନିଗମ ସହିତ 4ଟ୍ଟି ୱାର୍ଡ 56,57,58,ଓ 59 ସହବନ୍ଧିତ ଥିଲେ ମଧ୍ୟ ସାମାନ୍ୟ ମୌଳିକ ସୁବିଧା ସ୍ୱରୂପ ଡ୍ରେନ ନିର୍ମାଣ ହୋଇପାରିନାହିଁ
ଯାହା ଫଳରେ ଏ ଅଞ୍ଚଳ ର 4ମାସ କାଳ ବର୍ଷା ଜଳ ବୃଦ୍ଧି ପାଇ ତଥା ବର୍ଜ୍ୟ ଜଳ ବୃଦ୍ଧି ହେତୁ ଯାତାୟାତ ର ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ବରିଷ୍ଟ ନାଗରିକ, ବୁଦ୍ଧିଜୀବି,ଛାତ୍ର ଛାତ୍ରୀ ଓ ମହିଳା ମାନେ ଯିବା ଆସିବା ରେ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି, ତା ସହିତ ବିଭିନ୍ନ ବିଷ ଧର ସରୀସୃପ ମାନଙ୍କର ଉତ୍ପାତ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି,ବହୁ ଆଗରୁ ଏ ବିଷୟରେ କର୍ତ୍ତୁ ପକ୍ଷ ଙ୍କୁ ଓ ବିଧାନ ସଭାରେ ସ୍ୱର ଉଠିଥିଲା, ଏବଂ ପରବର୍ତ୍ତୀ ମୁହୁର୍ତ ରେ wapcos ସଂସ୍ଥା ପ୍ରକଳ୍ପ ସର୍ଭେ କରି ରିପୋର୍ଟ ଦାଖଲ କରିଥିଲେ ବି ତାହା ସରକାରୀ ଚକ୍ରାନ୍ତ ରେ ଶିକାର ହୋଇ ତାହା ନାଲି ଫିତା ଦ୍ଵାରା ବାନ୍ଧି ହୋଇ ଉଭାନ ହୋଇଗଲା,ଆଜି ବରିଷ୍ଟ ନାଗରିକ ମାନେ cmc office ଘେରାଉ କରିବା ସହିତ କମିଶନ ଙ୍କ ପୂର୍ଣ୍ଣ ପ୍ରତିଶ୍ରୁତି ଫଳରେ ଧାରଣା ପ୍ରତ୍ୟାହୃତ ହୋଇଥିଲା, ଏବଂ ଦାବି ପତ୍ର ପ୍ରଦାନ କରାଯାଇଥିଲା,ଏହାର ଏକକିତା ନକଲ ମେୟର ମାନ୍ୟବର ସୁବାସ ସିଂ ଓ ଡେପୁଟି ମେୟର ଙ୍କୁ ପ୍ରଦାନ କରାଯାଇଥିଲା,ଏହି ପ୍ରତିନିଧି ମଣ୍ଡଳୀରେ dr ବ୍ରଜକିଶୋର ନାୟକ,ଅକ୍ଷୟ ରାଉଳ,ରମାକାନ୍ତ ସାହୁ,ବିଷ୍ଣୁ ମିଶ୍ର,ନଳିନୀ ସେନାପତି,ସୁଶାନ୍ତ ମହାନ୍ତି,ହରିବଲଭ ଦାସ,ପୂର୍ଣ୍ଣ ଚନ୍ଦ୍ର ପରିଜା,ଦୁଷ୍ମନ୍ତ ଦାସ,ବିଭlସିନି ରାଉତ, ବିଭୂତି ପଟ୍ଟନାୟକ,ପ୍ରମୁଖ ଯୋଗ ଦେଇଥିଲେ,