କଟକ //ବିଦ୍ୟାଧରପୁର ଦ୍ଵାରିକାମୟୀ ସାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କର ପହଣ୍ଡି ବିଜେ ପରେ ଜୟନ୍ତ କୁମାର ଓଝା ରଥରେ ଛେରା ପହଁରା କରିଥିଲେ ଅପରାହ୍ନ ୪ ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ରଥଟି ଗ୍ରାମ ପରିକ୍ରମା କରି ସନ୍ଧ୍ୟା ସୁଦ୍ଧା ବିଦ୍ୟାଧରପୁର ଗୋପୀନାଥ ମନ୍ଦିର ସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଯାଇଥିଲା_ ଭରତ ଚନ୍ଦ୍ର ମହାରଣା

Spread the love

ଦ୍ୱାରିକାମୟୀ ସାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଘୋଷଯାତ୍ରା ସମ୍ପନ୍ନ

କଟକ – ବିଦ୍ୟାଧରପୁର ଦ୍ଵାରିକାମୟୀ ସାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କର ପହଣ୍ଡି ବିଜେ ପରେ ଜୟନ୍ତ କୁମାର ଓଝା ରଥରେ ଛେରା ପହଁରା କରିଥିଲେ ଅପରାହ୍ନ ୪ ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ରଥଟି ଗ୍ରାମ ପରିକ୍ରମା କରି ସନ୍ଧ୍ୟା ସୁଦ୍ଧା ବିଦ୍ୟାଧରପୁର ଗୋପୀନାଥ ମନ୍ଦିର ସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଯାଇଥିଲା ।

ସକାଳୁ ମନ୍ଦିରରେ ମଙ୍ଗଳ ଆରତୀ, ମୈଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ନୀତି ନିୟମ ପାଳନ କରାଯାଇଥିଲା। ଆଜ୍ଞାମାଳ ଆସିବାପରେ ରଥଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ସାଇ ମନ୍ଦିର ପରିଚଳନା କମିଟି ପକ୍ଷରୁ ଚାରି ରାତି ମନ୍ଦିର ପରିସରରେ ରାମଲୀଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *