Spread the love

କଟକ: ଦୁଲୁକିବ କଟକ। ଉଠିବ ପଡିବ ବାଲିଯାତ୍ରା ପଡ଼ିଆ।
ଚଳିତ ମାସ ୧୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ କଟକ ବୈଶାଖୀ ବାଣିଜ୍ୟ ମେଳା । ଏହା ଦଶ ଦିନ ବ୍ୟାପି ଉପର ପଡିଆ ରେ ଅନୁଷ୍ଠିତ ହେବ। ୨୦ ବର୍ଷରେ ପହଂଚିଥିବା ଏହି ବାଣିଜ୍ୟ ମେଳାରେ ବିଗତ ବର୍ଷ ଭଳି ଅନ୍ୟ ଦେଶରୁ ବହୁ ପ୍ରତିଷ୍ଠିତ ଉଦ୍ୟୋଗୀ ଅଂଶଗ୍ରହଣ କରିବେ । ଏହା ସହିତ ୨୨ଟି ରାଜ୍ୟର କ୍ଷୁଦ୍ର, ମଧ୍ଯମ ଓ ବୃହତ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ଚଳିତବର୍ଷ ବାଣିଜ୍ୟ ମେଳାରେ ୫୨୦ଟି ଷ୍ଟଲ ଖୋଲିବ । ଆଫଗାନସ୍ଥାନ, ଥାଇଲାଣ୍ଡ, ବାଂଲାଦେଶ, ମାଲେସିଆ, ଦୁବାଇ, ଇରାନ ଓ ତୁର୍କୀର ଉଦ୍ୟୋଗୀମାନଙ୍କ ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ ବୈଶାଖୀ ବାଣିଜ୍ୟ ମେଳାରେ ସ୍ଥାନ ପାଇବ । ସେହିଭଳି ଦିଲ୍ଲୀ, , ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁକାଶ୍ମୀର ଇତ୍ୟାଦି ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ବିକ୍ରୟ କରିବେ । ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏନେଇ ଆଜି ଆୟୋଜକ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ। ମେଳାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେବ ।ପିଲାମାନଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ଥିବା ମଂଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । କଟକ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ, ଅଗ୍ନିଶମ ବାହିନୀ, କଟକ ମହାନଗର ନିଗମ, ୱାଟକୋ ସହଯୋଗରେ ଏହି କଟକ ବୈଶାଖୀ ବାଣିଜ୍ୟମେଳାର ଆୟୋଜନ କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।ମେଳା ବୁଲିବାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଫୁଡ଼କୋର୍ଟର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ, ଛେନାଝିଲି, ରସାବଳୀ ଠାରୁ ନେଇ ରାଜସ୍ଥାନୀ ଖାଦ୍ୟ ଓ ସମସ୍ତ ପ୍ରକାର ଫାଷ୍ଟଫୁଡ ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛି ଆୟୋଜକ କମିଟି।

Related Post

Leave a Reply

Your email address will not be published. Required fields are marked *

You Missed