ଡକ୍ଟର ଜି.ଏ.କେ. କୁମାର କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ, କଟକର ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି
ଡକ୍ଟର ଜି.ଏ.କେ. କୁମାର, ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ, ୧ ଜୁନ ୨୦୨୫ ଠାରୁ କଟକର କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର (ICAR-CRRI), ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । କୃଷି ଗବେଷଣା, ସମ୍ପ୍ରସାରଣ ଏବଂ ସାମାଜିକ ବିଜ୍ଞାନରେ ସମୃଦ୍ଧ ଅଭିଜ୍ଞତା ସହିତ, ଡକ୍ଟର କୁମାର ଚାଷୀ-କେନ୍ଦ୍ରିକ ନବସୃଜନ ଏବଂ ନୀତିଗତ ସମର୍ଥନ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି । ତାଙ୍କର ନେତୃତ୍ବ ରେ, ସଂସ୍ଥା ର ଧାନ ଗବେଷଣାକୁ ଆଉ ଅଧିକ ମଜବୁତ କରିବା ଓ ଓ ପୋଷଣ ସୁରକ୍ଷା ନିମନ୍ତେ ପ୍ରତିବଦ୍ଧତାକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ତାଙ୍କ ମାର୍ଗଦର୍ଶନରେ, ସି.ଆର.ଆରଆଇ, ଧାନ ଉତ୍ପାଦନର ସୁସ୍ଥିରତା, ପ୍ରଯୁକ୍ତିବିଦ୍ୟା ର ପ୍ରସାର ଏବଂ ପ୍ରଭାବଶାଳୀ ଅଂଶୀଦାରଙ୍କ ସମ୍ପୃକ୍ତିରେ ଏହାର ଅବଦାନ ଜାରି ରଖୁବା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରିବ।
Leave a Reply