କଟକ ଜିଲ୍ଲା ଶିକ୍ଷକ ସଂଘର ସମ୍ପାଦକବିଜୟ କୁମାର ଛତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ,ରାଜ୍ୟ ମୁଖ୍ୟମନ୍ତ୍ରୀ, ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି-ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା କଟକ

Spread the love

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସୁଧାରିବା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ୍ କଟକ ଜିଲ୍ଲା ପକ୍ଷରୁ ଦାବି କରାଯାଇଛି।

କଟକ :=(ଦର୍ଶନ ସମୀକ୍ଷା) ଶିକ୍ଷକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଏମାନଙ୍କ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେବାପାଇଁ ନିଷ୍ପତି ନିଆଯାଇଥିଲା। କଟକ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘର ନିଷ୍ପତି କ୍ରମେ ଆଜି ଶିକ୍ଷକ ମାନଙ୍କର ଚାକିରି ସର୍ତ୍ତାବଳୀ, ସଂଶୋଧନ କରିବା, ଅବସର ପ୍ରାପ୍ତ ଶିକ୍ଷକ, କର୍ମଚାରି ମାନଙ୍କୁ ସଂଶୋଧିତ ହାରରେ ପେନସନ ପ୍ରଦାନ, ଅନୁଦାନ ଯୋଗ୍ୟ ବିଦ୍ୟାଳୟ ମାନଙ୍କୁ ଅନୁଦାନ ପ୍ରଦାନ କରିବା ପାଇଁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ଆଜି କଟକ ଜିଲ୍ଲା ଶିକ୍ଷକ ସଂଘର ସମ୍ପାଦକ
ବିଜୟ କୁମାର ଛତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ,ରାଜ୍ୟ ମୁଖ୍ୟମନ୍ତ୍ରୀ, ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ବଡ଼ମ୍ବା ବ୍ଲକ ସଭାପତି ଶ୍ୟାମ ବନ୍ଧୁ ବେହୁରା, କଲ୍ୟାଣୀ ରାଉତ, ସୁଭ୍ରଜିତ୍ ପ୍ରଧାନ, ପ୍ରମୋଦ ସିଂ, କଳିଙ୍ଗ କେଶରୀ ପ୍ରଧାନ,ଶ୍ରିମନ୍ତ ମହାପାତ୍ର,କିଶୋର ପ୍ରଧାନ,ମନମୋହନ ମହାରଣା,ଦିଲ୍ଲୀପ ପଣ୍ଡା,ପ୍ରଦୋଷ ଧଳ, ସନ୍ତୋଷ କୁମାର୍ ପରିଡ଼ା, ଭକ୍ତବତ୍ସଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *